ନୂଆବର୍ଷ 2023, ଘରକୁ ଆଣନ୍ତୁ ଏହି 5ଟି ଜିନିଷ, ଘରେ ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ, ନୂତନ ବର୍ଷର ଆରମ୍ଭ ହେବା ସହ ଆମ ଜୀବନର ଏକ ନୂଆ ଆରମ୍ଭ ମଧ୍ୟ ହୋଇଥାଏ । ତେବେ ଏଭଳି କିଛି ମାନ୍ୟତା ରହିଛି ଯାହାକୁ ଆପଣ ନୂଆ ବର୍ଷରେ ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନରେ ନୂତନ ବର୍ଷର ଆଗମନ ସହ ଧନର ମଧ୍ୟ ଆଗମନ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ନୂତନ ବର୍ଷ ଦିନ କେଉଁ ୫ଟି ଜିନିଷ ଘରକୁ ଆଣିବା ଫଳରେ ଆପଣଙ୍କ ଜୀବନରେ ଧନର ବୃଦ୍ଧି ହେବା ଆରମ୍ଭ ହୋଇଯାଏ ।

ପ୍ରଥମ: ଆପଣ ମାନେ ନିହାତି ଜାଣିଥିବେ ଭଗବାନ ଗଣେଶକୁ ବିଘ୍ନ ଦାତା କୁହାଯାଏ । କାରଣ ସେ ସମସ୍ତ କଷ୍ଟ ଓ ଜୀବନରେ ଆସୁଥିବା ବାଧା ବିଘ୍ନକୁ ଦୂର କରିଦେଇଥାନ୍ତି । ତେଣୁ ଆପଣ ନବବର୍ଷ ଦିନ ଭଗବାନ ଗଣେଶଙ୍କ ମୃତ୍ତି ଆପଣଙ୍କ ଘରକୁ ନିହାତି ଆଣନ୍ତୁ । ଏହାଫଳରେ ଭଗବାନ ଗଣେଶ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟକୁ ଦୂର କରିଦେବେ । ନୂଆ ବର୍ଷ ଦିନ ଭଗବାନ ଗଣେଶଙ୍କ ମୃତ୍ତିକୁ ନିହାତି ପୂଜା କରନ୍ତୁ ।

ଦିତୀୟ: ଆପଣ ନୂତନ ବର୍ଷଟିକୁ ଯଦି ନଡିଆ ଭାଙ୍ଗି ଆରମ୍ଭ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଫଳଦାୟୀ ହୋଇଥାଏ । ଏହା କରିବା ଫଳରେ ଆପଣ ମାନଙ୍କ ସଫଳତାର ରାସ୍ତା ମଧ୍ୟ ଖୋଲିଯାଇଥାଏ । ଆପଣଙ୍କ ଘରେ ରହିଥିବା ସମସ୍ତ ନକରାତ୍ମକ ଊର୍ଜା ନଷ୍ଟ ହୋଇଯାଇଥାଏ । ଘରେ ହେଉ ବା ମନ୍ଦିରରେ ଆପଣ ନଡିଆ ଭାଙ୍ଗି ପାରିବେ ।

ତୃତୀୟ: ଆପଣଙ୍କ ଜୀବନରେ ଧନର ସମସ୍ୟା ଯଦି ମୁଖ୍ୟ ସମସ୍ୟା ହୋଇଥାଏ ତେବ ଆପଣ ନୂତନ ବର୍ଷ ଦିନ ଆପଣଙ୍କ ଘରକୁ ମୟୁର ପଙ୍ଖଟିଏ ନିହାତି ଆଣନ୍ତୁ । ଏହି ମୟୁର ପଙ୍ଖକୁ କିଣିବା ସମୟରେ ଶ୍ରୀକୃଷ୍ଣଙ୍କ ନାମ ନେବା ପାଇଁ ଭୁଲିବେନି । ଏହା କରିବା ଫଳରେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

ଚତୁର୍ଥ: ଆପଣ ନୂଆ ବର୍ଷ ଦିନ ଏକ ମନି ପ୍ଳାଣ୍ଟ ଗଛ ଆପଣଙ୍କ ଘରକୁ କିଣି ନେଇ ଆସନ୍ତୁ । ଜାଣି ରଖନ୍ତୁ କି ଏହି ଗଛ ଘରକୁ ସୁଖ ସମୃଦ୍ଧି ଆଣିବାରେ ସହାୟ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଟଙ୍କାର ଅସୁବିଧା ଦୂର ହେବ । ଆପଣ ନବବର୍ଷ ଦିନ ହନୁମାନଙ୍କ ପ୍ରତିମା କିମ୍ବା ତାଙ୍କ ଫଟୋ ମଧ୍ୟ ଆଣିବା ଦ୍ଵାରା ଆପଣଙ୍କ ସମସ୍ତ ସଙ୍କଟ ଦୂର ହୋଇଥାଏ ।

ପଞ୍ଚମ: ଯଦି ଆପଣଙ୍କୁ ଏହି ନବବର୍ଷ ଦିନ କେହି ଲାଫିଙ୍ଗ ବୁଦ୍ଧଙ୍କ ଉପହାର ଦେଉଛନ୍ତି ତେବେ ବୁଝିଯିବେ କି ଆପଣଙ୍କ ଭାଗ୍ୟ ଏବେ ବଦଳିବାକୁ ଯାଉଛି । ଲାଫିଙ୍ଗ ବୁଦ୍ଧଙ୍କ ଚମତ୍କାରୀ ସେତେବେଳେ କାର୍ଯ୍ୟକାରୀ ହୋଇଥାଏ ଯେତେବେଳେ ଆପଣଙ୍କୁ ଏହା କେହି ଉପହାର ସ୍ୱରୂପ ଦେଇଥାନ୍ତି । ଲାଫିଙ୍ଗ ବୁଦ୍ଧ ଥିବା ଘରେ କେବେ ମଧ୍ୟ ଧନର ଅଭାବ ଦେଖାଦେଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *