ସୂର୍ଯ୍ୟଙ୍କୁ ପାଣି ଦେବା ପୂର୍ବରୁ କହିଦିଅନ୍ତୁ ଏହି ମନ୍ତ୍ର, ମାଗିବା ପୂର୍ବରୁ ପୁରା ହେବ ସବୁ ମନସ୍କାମନା

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଦେବତା ବୋଲି ମନାଯାଇଥାଏ । ତେଣୁ ପ୍ରତିଦିନ ସୂର୍ଯ୍ୟ ଦେବଙ୍କ ପୂଜା କରାଯାଇଥାଏ । ଏବଂ ସୂର୍ଯ୍ୟଙ୍କର ଏକ ନିର୍ଦ୍ଧିଷ୍ଟ ବାର ମଧ୍ୟ ରହିଛି ତାହା ହେଉଛି ରବିବାର । ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ପାଣି ଅର୍ପଣ କରାଯାଇଥାଏ । ତେବେ ଏହି ପାଣି ଢାଳିବା ସମୟରେ କିଛି କଥାର ଧ୍ୟାନ ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଚମତ୍କାର ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ କଥା ସମ୍ପର୍କରେ ।

ପ୍ରଥମ: ଆପଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ବା ପାଣି ଢାଳିବା ସମୟରେ ଦୁଇ ହାତକୁ ଆଞ୍ଜୁଳି କରି ଜଳ ଅର୍ପଣ କରନ୍ତୁ । ଭକ୍ତି ଭାବର ସହ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ଜଳ ଅର୍ପଣ କରିବା ଉଚିତ । ଆପଣ ଅଞ୍ଜୁଳା କରି ଅର୍ଘ୍ୟ ଦେବା ବେଳେ ଆପଣଙ୍କ ହାତର ତର୍ଜନୀ ଏବଂ ବୁଢା ଅଙ୍ଗୁଠିକୁ ଯୋଡି ରଖିବେ ନାହିଁ । ଦୁଇ ହାତର ଆଙ୍ଗୁଠିକୁ ଖୋଲା ରଖିବା ଦରକାର ।

ଦିତୀୟ: ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଓମ ୟହି ସହନ୍ତରାସ୍ନୋ ତେଜୋ ରାଶେ ଜଗତେ ପତେ ଅନୁକଣାୟମା ଭକ୍ତ ଗୃହା ତ୍ୟାଗମ ନମସ୍ତୁତେ ଏହି ମନ୍ତ୍ରର ଜପ କରନ୍ତୁ । ଏହା ବ୍ୟତୀତ ଆପଣ ଆଉ ଏକ ମନ୍ତ୍ର ମଧ୍ୟ ଜପ କରିପାରିବେ ତାହା ହେଉଛି ଓମ ଘଣୀ ସୂର୍ଯ୍ୟୟ ନମଃ । ଆଉ ଏକ ମନ୍ତ୍ର ମଧ୍ୟ ଆପଣ ଜପ କରିପାରନ୍ତି ତାହା ହେଉଛି ଓମ ଆଦିତ୍ୟୟ ନମଃ । ଆପଣ ଏହି ସମସ୍ତ ମନ୍ତ୍ର ମଧ୍ୟରୁ କୌଣସି ଏକ ମନ୍ତ୍ର ଜପ କରିପାରିବେ ।

ତୃତୀୟ: ଆପଣ ଅର୍ଘ୍ୟ ଦେବା ସମୟରେ ସର୍ବଦା ଦୁଇ ହାତକୁ ଉପରକୁ ଉଠାଇ ଅର୍ଘ୍ୟ ଦେବା ଉଚିତ । ଅର୍ଘ୍ୟ ଦେଉଥିବା ସମୟରେ ମୁଣ୍ଡ ନୂଆଇ ରଖିବା ଦରକାର । ଆପଣ ସୂର୍ଯ୍ୟ ଉଦୟ ସମୟରେ ହିଁ ଅର୍ଘ୍ୟ ଦେବା ଉଚିତ । ଉଦୟ ହେଉଥିବା ସୂର୍ଯ୍ୟଙ୍କ ଉପାସନା କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ସୂର୍ଯ୍ୟ ହେବାର ଦୁଇ ଘଣ୍ଟା ପରେ ଅର୍ଘ୍ୟ ଦେବାର କୌଣସି ମୂଲ୍ୟ ନଥାଏ । ଯଦି ଆପଣ ଶୀଘ୍ର ଅର୍ଘ୍ୟ ଦେଇ ପାରିନାହାନ୍ତି ତେବେ ଆପଣ ତିନି ଥର ଅର୍ଘ୍ୟ ଦେବା ବଦଳରେ ଚାରିଥର ଅର୍ଘ୍ୟ ଦିଅନ୍ତୁ । ସୂର୍ଯ୍ୟ ଦେବାଙ୍କୁ କ୍ଷମା ମାଗିବା ପାଇଁ ମଧ୍ୟ ଭୁଲିବେ ନାହିଁ । କାରଣ ଏହାଦ୍ଵାରା ଆପଣଙ୍କ ଦୋଷ କମ ହୋଇଯାଇଥାଏ ।

ଚତୁର୍ଥ: ଆପଣ ସୂର୍ଯ୍ୟ ଦେବଙ୍କୁ ଖାଲି ପାଣିର ଅର୍ଘ୍ୟ କେବେ ଦିଅନ୍ତୁ ନାହିଁ । ସେଥିରେ ଆପଣ ଗୁଡ, କୌଣସି ନାଲି ରଙ୍ଗର ଫୁଲ କିମ୍ବା ନାଲି ଚନ୍ଦନ, ଘିଅ, ମହୁ କ୍ଷୀର ଏବଂ ମିଶ୍ରି ମିଶାଇ ଜଳ ଅର୍ପଣ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *