ନମସ୍କାର ବନ୍ଧୁଗଣ, ଆମେମାନେ ଯେତେ କଷ୍ଟ କଲେ ମଧ୍ୟ ଭଗବାନଙ୍କ କୃପା ଦୃଷ୍ଟି ରହିଲେ ହିଁ ଆମକୁ ଉଚିତ ଫଳ ପ୍ରାପ୍ତ ହୁଏ । ତେଣୁ ଲୋକମାନେ ସର୍ବଦା ଭଗବାନଙ୍କୁ ଖୁସି କରିବା ପାଇଁ ଅନେକ ପୂଜା ବିଧ୍ୟ କରିଥାନ୍ତି । କିନ୍ତୁ ବେଳେ ବେଳେ ଆମ ଅଜାଣତରେ ହୋଇଥିବା ଭୁଲ ପାଇଁ ଭଗବାନ କ୍ରୋଧିତ ହୋଇ ଉଠନ୍ତି । ଏବଂ ତାଙ୍କ କ୍ରୋଧ ଫଳରେ ଆମ ଜୀବନ ପୁରା ଓଲଟା ପାଲଟା ହୋଇଯାଏ । ତେଣୁ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ।
ପ୍ରଥମ: ଯଦି ଆପଣ ପୂଜା କରୁଛନ୍ତି ତେବେ ଆପଣ ସମ୍ପୂର୍ଣ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କରନ୍ତୁ । ମାଙ୍କୁ ଆରାଧନା କରୁଥିବା ସମୟରେ ମନରେ କୌଣସି ଦୁର୍ଭାବନ ରଖନ୍ତୁ ନାହିଁ । ଦିତୀୟ: ନବରାତ୍ରି ସମୟରେ କୌଣସି ପ୍ରକାର ଅପଶବ୍ଦର ବ୍ୟବହାର କରନ୍ତୁ ନାହି । ତୃତୀୟ: ନବରାତ୍ରିରେ ମାଂସ ତଥା ମଦ, ତମ୍ବାଖୁର ସେବନ କରନ୍ତୁ ନାହିଁ । ସ୍ଵସ୍ତିକ ଭୋଜନ କରନ୍ତୁ ।
ଚତୁର୍ଥ: କୌଣସି ଅସୁବିଧାରେ ଥିବା ବ୍ୟକ୍ତି ବା କନ୍ୟାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ପଞ୍ଚମ: ଏହି ଦିନ ଚୁଟି କାଟନ୍ତୁ ନାହି, ଦାଢି କାଟନ୍ତୁ ନାହିଁ । ଏବଂ ନଖ ମଧ୍ୟ କାଟନ୍ତୁ ନାହିଁ । ଷଷ୍ଠ: ଚମଡା ବ୍ୟବହାରରୁ ବଞ୍ଚନ୍ତୁ ଜେଭଳି ପର୍ସ କାରଣ ଏସବୁକୁ ପଶୁ ମାନଙ୍କୁ ମାରି ତିଆରି କରାଯାଏ ।
ସପ୍ତମ: କଳସ ଏବଂ ଅଖଣ୍ଡ ଦୀପ ଯଦି ଘରେ ରଖିଛନ୍ତି ତେବେ ତାକୁ ଛାଡି ଘରକୁ ବନ୍ଧ କରି କୁଆଡେ ଯିବା ଉଚିତ ନୁହେଁ । କଳସ ମାଙ୍କ ସମ୍ମାନର ପ୍ରତୀକ ତେଣୁ ଯଦି କୌଣସି ଘରୋଇ ପଶୁଙ୍କ ଧକାରେ ତଳେ ପଡିଯାଏ ତେବେ ଆପଣଙ୍କ ଉପରେ ଏହାର କୁପ୍ରଭାବ ରହିବ । ଅଷ୍ଟମ: ମାତାଙ୍କ ନାମ ସ୍ମରଣ, ପାଠ, ମନ୍ତ୍ର ଜପ ଇତ୍ୟାଦି ଶ୍ରଦ୍ଧା ଏବଂ ଭକ୍ତିର ସହ କରନ୍ତୁ ଅତିଆବଶ୍ୟକ ନଥିଲେ ମଝିରୁ ଉଠନ୍ତୁ ନାହିଁ ।
ଏହାଦ୍ଵାରା ଆପଣଙ୍କ ଧ୍ୟାନ ଭଙ୍ଗ ହେବ । ନବମ: ଦିନରେ ସୁଅନ୍ତୁ ନାହିଁ କାରଣ ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରି ସମୟରେ ଦିନରେ ଶୋଇବା ମନା ଅଟେ । ଦଶମ: ମାସିକ ସମୟରେ ମନ୍ଦିର ଏବଂ ଧର୍ମ ସ୍ଥାନକୁ ଯାଅନ୍ତୁ ନାହି । ଯଦି ଉପରସ୍ଥ ସମସ୍ତ କଥାର ଧ୍ୟାନ ରଖାଯାଏ ତେବେ ମା ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ରହିବେ । କାରଣ ନବରାତ୍ରି ଭକ୍ତି ଏବଂ ଶକ୍ତିର ପର୍ବ ଅଟେ ।
ସମ୍ପୂର୍ଣ ନାରୀ ଜାତି ହିଁ ମାଙ୍କ ଅଂଶ ଅଟନ୍ତି ତେଣୁ ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।