ପଇସା ରଖିବା ପାଇଁ କିଣି ନିଅନ୍ତୁ ତିଜୋରି, କାହିଁକି ନା ୪ ତାରିଖଠୁ ଏହି ୬ଟି ରାଶି ହେବେ ମାଲାମାଲ

୯ ଟି ଗ୍ରହ ମଧ୍ୟ ରୁ ବୁଧ ଗ୍ରହ ର ବିଶେଷ ମହତ୍ୱ ଅଛି । ବୁଧ ଗ୍ରହକୁ ବୁଦ୍ଧିର କାରକ ଗ୍ରହ ମଧ୍ୟ କୁହାଯାଏ । ବୁଧ ଗ୍ରହ ବୃଷ ରାଶିରୁ ବକ୍ର ଗତି ହୋଇ ଫେରିବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧଙ୍କର ଏହି ଗତି ର ପ୍ରଭାବ ସବୁ ରାଶିରେ ଦେଖାଯିବ । ବୁଧ ନିଜର ଗତି ଦ୍ଵାରା ପ୍ରତେକ ରାଶିକୁ ବଦଳାଇବେ ଯାହା ସେମାନଙ୍କ ପାଇଁ ଶ୍ରେଷ୍ଠ ସମୟ କରିଦେବ ।

ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଥାଏ, ପାଠ ପଢାରେ ବାଧା ଦେଖାଯାଏ ତେବେ ଆପଣ ଜାଣିବେ ବୁଧଙ୍କ ସ୍ଥିତି ଆପଣଙ୍କ ରାଶି ରେ ଠିକ ନାହିଁ, ଆପଣ ସବୁଜ ଶସ୍ଯର ଦାନ କଲେ, ବୁଧଙ୍କ କୃପା ମିଳିବ । ତେବେ ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ଗତି ଶୁଭ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିଙ୍କ ଉପରେ ଭଲ ପ୍ରଭାବ ପଡିବାକୁ ଯାଉଛି ।

ମେଷ ରାଶି – ଏହି ସମୟ ଆପଣଙ୍କ ପାଇଁ ଫଳ ପ୍ରଦ ରହିବ । ଆପଣ ଚାକିରୀ, ବ୍ୟବସାୟ ଭଳି ବଡ଼ ନିଷ୍ପତି ନେଇପାରିବେ, ଯାହା ର ଫଳ ଆପଣଙ୍କୁ ଭଲ ମିଲିବ । ଧନ ପ୍ରାପ୍ତି, ଯାତ୍ରା ଯୋଗ ମଧ୍ୟ ଅଛି । କିନ୍ତୁ ଖର୍ଚ୍ଚକୁ ଟିକେ ଆୟତରେ ରଖିବେ ।

ମିଥୁନ ରାଶି-ଆପଣଙ୍କ ଆୟ ଓ କ୍ୟାରିୟର ବୃଦ୍ଧି ହେବ । ନିଜ କ୍ୟାରିୟର କୁ ସଠିକ ଦିଗ କୁ ନେବାକୁ ଆପଣଙ୍କ ମନରେ ଭଲ ବିଚାର ଆସିବ ।

ତୁଲା ରାଶି – ଆପଣ ଚାକିରୀ ଓ ବ୍ୟବସାୟ କୁ ନେଇ ଲାଭଦାୟକ ରହିବେ । ବ୍ୟବସାୟ ରେ ଯାହା ନିବେଶ କରିବେ ତାହାର ଲାଭ ପାଇପାରିବେ । ଚାକିରୀରେ ସହକର୍ମୀଙ୍କ ସହଯୋଗ ମିଳିବ । ଆୟୁ ଓ ଧନ ପ୍ରାପ୍ତି ଯୋଗ ମଧ୍ୟ ଅଛି । ଯାହାକୁ ପଇସା ଦେଇଛନ୍ତି ତାହା ମଧ୍ୟ ପାଇପାରିବେ ଫେରସ୍ତ ।

କନ୍ୟା ରାଶି -ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ଆପଣଙ୍କ କ୍ୟାରିୟର ରେ ମନ ଚାହୁଁଥିବା ସଫଳତା ମିଳିବ । ବିଭିନ୍ନ ସମସ୍ୟା ରେ ଭାଗ୍ୟ ଆପଣଙ୍କ ସାଥଦେବ ।

ସିଂହ ରାଶି – ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇପାରେ, କିନ୍ତୁ ଏହା ସହ ଅଯଥା ଖର୍ଚ୍ଚ ବଢ଼ିପାରେ । ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ, ଜରୁରୀ କାମ ହୋଇଯିବ । ବ୍ୟବସାୟ ରେ ଟିକେ ଅଧିକ ପରିଶ୍ରମ କରିବାକୁହେବ ।

ମକର ରାଶି – ଚାକିରୀ ଓ ବ୍ୟବସାୟରେ ବଡ଼ ପରିବର୍ତ୍ତନ ଦେଖାଯିବ, କିନ୍ତୁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ ପରିବାରରେ ପୈତୃକ ସମ୍ପତି କୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ । ଚେଷ୍ଟା କରିବେ ଏହି ଅଶାନ୍ତିଠୁ ଦୂରରେ ରହିବାକୁ ।

କୁମ୍ଭ ରାଶି – ବ୍ୟବସାୟ ରେ ଲାଭ ହେବ । ଚାକିରୀରେ ସହକର୍ମୀଙ୍କ ସହଯୋଗ ମିଳିବ, ଆପଣଙ୍କ ପ୍ରୋଜେକ୍ଟ ଓ ପ୍ଲାନ ଆଦିର ପ୍ରଶଂସା ମଧ୍ୟ ପାଇବେ । ଚାକିରୀ ଯଦି ବଦଳାଇବିବାକୁ ଚାହାନ୍ତି ତେବେ ଏହି ସମୟ ଭଲ ଅଟେ । କିଛି ପୁରୁଣା କାମ ବାକି ଥିଲେ ପୁରା ହୋଇଯିବ ଏହି ସମୟ ରେ ଓ ଆପଣ ସଫଳ ହେବେ ମଧ୍ୟ ।

ମୀନ ରାଶି – ଆପଣଙ୍କ ପ୍ରେମଜୀବନ ଓ ବୈବାହିକ ଜୀବନ ପାଇଁ ଏହି ସମୟ ଭଲ ଅଟେ । ଧନ ଲାଭଦାୟକ ଯୋଗ ଅଛି । ଏହା ମଧ୍ୟ ରେ ଆପଣଙ୍କୁ ପ୍ରୋପରଟି ଆଦିରେ ଲାଭ ହେବ । ବ୍ୟବସାୟ ରେ ମଧ୍ୟ ଲାଭ ହେବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *