ଏହି ସୂର୍ଯ୍ୟ ପରାଗ ପରେ ବଦଳିଯିବ ଏହି ରାଶିର ଭାଗ୍ୟ ମଧ୍ୟ- ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ ?

କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଜୁନ ମାସଟି ଖୁବ ଭଲ ଅଛି । ଏହି ଦିନ ମାନଙ୍କରେ ଆପଣଙ୍କ ପରିସ୍ଥିତି ବହୁତ ଭଲ ରହିବ । କାରଣ ଏହି ଦିନମାନଙ୍କରେ ଗ୍ରହ ମାନଙ୍କ ଗତି ପରିବର୍ତ୍ତନ ହେବ ତେଣୁ ଏହି ମାସ ଆପଣଙ୍କ ପାଇଁ ଶୁଭ ରହିବ । ଜୁନ ମାସର ପ୍ରତିପକ୍ଷ ଚତୁର୍ଦ୍ଦଶୀ ତିଥି ପର ଠାରୁ ଆପଣଙ୍କ ପାଇଁ ଶୁଭ ଅଟେ । ଏହି ଦିନରେ କୃତିକା ନକ୍ଷତ୍ର ରହିବ ।

ଏହିଦିନ ଶୁକ୍ରମା ନାମକ ଯୋଗ ଅଛି । ତେଣୁ ଚନ୍ଦ୍ର ଓ ସୂର୍ଯ୍ୟ ବୃଷ ରାଶି ରେ ଅଛନ୍ତି । ଏହା ମୃଗଶୀରା ନକ୍ଷତ୍ର ରେ ମଧ୍ୟ ଆସି ସାରି ଛନ୍ତି । ଏହି ଦିନ ପରେ ସର୍ବ ସିଦ୍ଧି ଯୋଗ ଅଛି । ଅଭିଜିତ ମୁହୂର୍ତ୍ତ ବିଷୟରେ କହିବାକୁ ଗଲେ ଏହି ଦିନ ପରେ କୌଣସି ଅଭିଜିତ ମୁହୂର୍ତ୍ତ ନାହିଁ । ୧୦ ଜୁନ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ । ଏହା ଗୁରୁବାର ଦିନ ଜ୍ୟେଷ୍ଠ ମାସ ର ଅମାବାସ୍ୟା ରେ ପଡୁଛି । ୧ ମତଃ ଏହି ଦିନ ଜ୍ୟେଷ୍ଠ ମାସର ଅମାବାସ୍ୟା ତେଣୁ ଭଲ , ୨ୟତଃ ଏହି ଦିନ ବଟ ସାବିତ୍ରୀ ବ୍ରତ ଓଷା ମଧ୍ୟ ଅଛି ।

ଏହି ଓଷା ସଧବା ସ୍ତ୍ରୀ ମାନେ ସ୍ୱାମୀ ଙ୍କ ଦୀର୍ଘାୟୁ ପାଇଁ କରନ୍ତି । ୩ୟତଃ ଏହି ଦିନ ଏହି ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ୪ର୍ଥତଃ ଏହି ଦିନ ଶନି ଜୟନ୍ତୀ । ତେଣୁ ଏହି ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ଓ ଏହା ପରେ ଲାଗୁ ହେଉଥିବା ମହା ଦଶା ପାଇଁ କୁମ୍ଭ ରାଶିଙ୍କର ଭଲ ହେବା ପାଇଁ ଯାଉଛି । କୁମ୍ଭ ରାଶିର ସ୍ୱାମୀ ହେଉଛନ୍ତି ଶନି ଦେବ । ୯ ଜୁନ ଦିନ ପରଠାରୁ କୁମ୍ଭ ରାଶି ଙ୍କ ପାଇଁ ଶୁଭ ଅଟେ ।

 

ଏହି ଦିନ ଆପଣ ଯାହା କାର୍ଯ୍ୟ କରିବେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଆୟର ନୂଆ ସ୍ରୋତ ଆପଣ ପାଇବେ ଓ ଏହା ଉପରେ ଆପଣ ବିଚାର ମଧ୍ୟ କରିବେ । କିଛି ନୂଆ ଜିନିଷ ଆପଣଙ୍କ ସମ୍ନାକୁ ଆସିବ । ବନ୍ଧୁଙ୍କ ଜରିଆରରେ କିଛି ନୂଆ ତଥ୍ୟ ମିଳିବ । ଅଫିସରେ ଅନ୍ୟ ଦିନ ଠାରୁ ଆହୁରି ଭଲରେ ଆପଣ କାର୍ଯ୍ୟ କରିପାରିବେ । କାମକାର୍ଯ୍ୟରେ ମନଲାଗିବ । ବନ୍ଧୁଙ୍କ ସହ ସଂପର୍କ ମଧୁର ରହିବ । ବହୁତ ଭଲ ଭାବେ ଆପଣ ନିଜ କାର୍ଯ୍ୟକୁ ସମ୍ଭାଳି ନେବେ ।

ଏହି ଦିନ ଆପଣଙ୍କ ଜୀବନସାଥୀ ଆପଣଙ୍କ ର ବହୁତ ପ୍ରଶଂସା କରିବେ, ଯାହା ଫଳରେ ଆପଣଙ୍କ ର ଆପଣଙ୍କ ଜୀବନସାଥୀ ଙ୍କ ସମ୍ପର୍କ ମଜବୁତ ହେବ । ଘରକୁ କୋୖଣସି ଅତିଥି ଆସିପାରନ୍ତି, ଅତିଥି ଆସିଲେ ମଧ୍ୟ ଖର୍ଚ୍ଚ ନିୟନ୍ତ୍ରଣରେ ରହିବ । ପରିବାରରେ ଖୁସିର ବାତାବରଣ ରହିବ । ଧନସମ୍ପତି ବୃଦ୍ଧି ହେବ । ଯେଉଁ ମାନଙ୍କ ବିବାହ ହେଉ ପାରୁ ନାହିଁ ସେମାନଙ୍କ ବିବାହ ମଧ୍ୟ ହେଇଯିବ । ବିବାହିତ ଲୋକମାନେ ଆପଣଙ୍କ ଜୀବନରେ ୩ୟ ବ୍ୟକ୍ତି ହସ୍ତକ୍ଷେପ କରି ପାରନ୍ତି ତେଣୁ ଆପଣ ସାବଧାନ ରହିବେ । ଆପଣଙ୍କ ର ଯଦି କୌଣସି ଜମି ବିକ୍ରି ହୋଇ ପାରୁ ନାହିଁ ତେବେ ବିକ୍ରି ହୋଇ ଯିବ ଓ ଆପଣ ସଠିକ ମୂଲ୍ୟ ମଧ୍ୟ ପାଇବେ । ଏହି ଅମାବାସ୍ୟା ଦିନ ପରେ ଆପଣଙ୍କୁ ବହୁତ ପ୍ରଶଂସା ମିଳିବ ।

ସହକର୍ମୀଙ୍କ ସହଯୋଗ ମିଳିବ । କର୍ଯ୍ୟସ୍ଥଳୀ ରେ ଆପଣଙ୍କ କାର୍ଯ୍ୟର ବହୁତ ପ୍ରଶଂସା ହେବ । ଯାତ୍ରାଯୋଗ ମଧ୍ୟ ଅଛି । ଜଲ୍ଦି ଓ ସହଜ ଭାବେ ପଇସା କମେଇବା ଆଦି ଯୋଗ ମଧ୍ୟ ଅଛି । ମିଛ ସଂସ୍ଥାରେ ପଇସା ନିବେଶ କରନ୍ତୁ ନାହିଁ ଏହା ଆପଣଙ୍କ କ୍ଷତି କରିବ । ପରିବାରରେ କୌଣସି କଥା ପାଇଁ କଳହ ହୋଇପାରେ ଆପଣ ଏହିଥିରୁ ଦୁରେଇ ରୁହନ୍ତୁ । ଭଗବାନ ଶନିଙ୍କ ଆଶୀର୍ବାଦ ପାଇବା ପାଇଁ ହେଲେ କିଛି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ଓ ଦାନ ଧର୍ମ କରନ୍ତୁ ଯାହାଫଳରେ କିଛି ଅଂଶ ମଧ୍ୟ ଆପଣଙ୍କ ପାଇଁ ଶୁଭ ରହିବ । ଶନି ଚାଳିସା, ହନୁମାନ ଚାଳିସା, ଶନି ମନ୍ତ୍ର ଆଦି ପାଠ କରନ୍ତୁ । ଯାହାଫଳରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *