କେମିତି ପଢିଲେ ମନେ ରହିବ ପାଠ ? ଦେଖନ୍ତୁ ପାଠ ମନେ ରଖିବାର Smart tricks

ବନ୍ଧୁଗଣ ଆଜିକାଲି ଅନେକ ପିଲା ମାନଙ୍କ କ୍ଷେତ୍ର ରେ ଦେଖା ଯାଉଛି ପିଲା ମାନେ ଘଣ୍ଟା ଘଣ୍ଟା ଧରି ପାଠ ପଢୁଛନ୍ତି କିନ୍ତୁ କିଛି ବି ପାଠ ମନେ ରହୁ ନାହି । ଯେତେ ଚେଷ୍ଟା କରିଲେ ବି ପାଠ ମନେ ରହୁ ନାହି । କେବେ ଏହାର କାରଣ ଜାଣିବାକୁ ବାପା-ମା ମାନେ ଚେଷ୍ଟା କରିଛନ୍ତି କି ? ଏହା ସମସ୍ତଙ୍କର ସମସ୍ଯା ହୋଇଗଲାଣି । ମନେ ରଖିବାର ସ୍ମାର୍ଟ ଟ୍ରିକ କଣ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- କେଉଁ ସମୟରେ ପାଠ ପଢିବା : ଯେତେବେଳେ ପିଲା ମାନେ ନିଦରୁ ଉଠିଥିବ ମାନେ ୫ରୁ ୬ ଘଣ୍ଟା ଶୋଇବା ପରେ ନିଦ ରୁ ଉଠିବା ପରେ ଯେଉଁ ପାଠ ପଢାଯାଏ ତାହା ମନେ ରହିବ । ଯେତେ ବଡ ମହାପୁରୁଷ ହୋଇଛନ୍ତି ସେମାନେ ଏହି ସମୟକୁ ଚୁଜ କରିଥାନ୍ତି । କାରଣ ସକାଳ ସମୟରେ ଯାହା କରିବ ବା ପାଠ ପଡିବ ତାହା ମନେ ରହିବ । ତେଣୁ ଅସଲ ସମୟ କୁ ଚୁଜ କରନ୍ତୁ । ସେହି ସମୟରେ ପଢିଲେ ନିଶ୍ଚୟ ପାଠ ମନେ ରହିବ ।

୨- ପଢିବା ଆଗରୁ ଧ୍ୟାନ କର : ପାଠ ପଢିବା ପୂର୍ବରୁ କିଛି ସମୟ ଧ୍ୟାନରେ ବସିବା ଉଚିତ । ସଂକଳ୍ପ ନେବା ଉଚିତ ମୁଁ ପାଠ ପଢିବା ଆରମ୍ଭ କରୁଛି ମୋତେ ଯେମିତି ଧ୍ୟାନ ନ ଭାଙ୍ଗୁ । ପୁରା ଫୋକସ ସହ ଧ୍ୟାନ କରିବା ଉଚିତ ।

୩- ବିଷୟର ଭିଡିଓ ଦେଖା : ଯେଉଁ ବିଷୟଟି ପିଲା ମାନେ ବୁଝିପାରୁ ନାହାନ୍ତି କିମ୍ବା ମନେ ରହୁ ନାହି ପଢିବା ପୂର୍ବରୁ ତାର ଭିଡିଓ ସୋସିଆଲ ମିଡିଆର କୌଣସି ଆପ ରେ ଦେଖନ୍ତୁ । ଭିଡିଓ କୁ ସର୍ଚ କରିକି ଦେଖନ୍ତୁ । ଭିଡିଓ ଦେଖିଲେ ଆଖି, କାନ କାମ କରିଲା ଯାହା ଫଳରେ ଇନ୍ଦ୍ରିୟ ସବୁ କାମ କରିବା । ତେଣୁ ଯେଉଁ ବିଷୟ ବୁଝିପାରୁ ନାହଁ ବା ଇଚ୍ଛା ଲାଗୁ ନାହି ତେବେ ଭିଡିଓ ଦେଖ ।

୪- ଗ୍ୟାପ ଦେଇ ଦେଇ ପଢ : ଆଉ ଗୋଟେ କଥା ଗ୍ୟାପ ଦେଇ ପଢିବା ଉଚିତ । ମାନେ ୪୫ ମିନିଟ ପଢିବା ପରେ ୫ ମିନିଟ ଗ୍ୟାପ ଦେବା ଉଚିତ । ଅନବରତ ପାଠ ପଢିଲେ ମନେ ରହିବ ନାହି ।

୫ : ଲେଖି ଲେଖି ପଢ : ଯାହା ପାଠ ପଢୁଛ ତାହା ଲେଖି ଲେଖିକି ପଢ । ଯଦି ଗୋଟିଏ ଲଙ୍ଗ ପ୍ରଶ୍ନ ପଢିଲ ତେବେ ତାହାକୁ ଲେଖ । ଯାହା ଦ୍ଵାରା ତାହା ମନେ ରହିବ ।

୬- ପଏଣ୍ଟ ନୋଟ କର : ଯାହା ବି ବିଷୟ ବସ୍ତୁ ପଢିବ ତାର ସ୍କେଲିଟନ ନୋଟ ତିଆରି କର । ମାନେ କିଛି ଟା ପଏଣ୍ଟ ବାହାର କର । ଯାହା ଦ୍ଵାରା ପାଠ ଜଲ୍ଦି ମନେ ରହିବ ।

୭- ଯାହା ପଢିଲେ, ଅନ୍ୟ ଆଗରେ କୁହ : ଯାହା ବି ପଢୁଛନ୍ତି ତାହା ଅନ୍ୟ ଆଗରେ କୁହ ନ ହେଲେ ନିଜ ନିଜକୁ କୁହ, ସାଙ୍ଗ ସାଥୀଙ୍କୁ କୁହ । ଏହି ୭ଟି ଟ୍ରିକ ଆପ୍ଳାଏ କରିଲେ ନିଶ୍ଚୟ ପାଠ ମନେ ରହିବ ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *