ଏହି ସମୟରେ ସ୍ତ୍ରୀ ଙ୍କୁ ଛାଡିଦେବା ଉଚିତ, ନଚେତ ହୋଇଯିବେ ବର୍ବାଦ… Shukra Niti

ମହାନ ଆଚାର୍ଯ୍ୟ ଶୁକ୍ରଦେବ କହିଥାନ୍ତି ଏହି ଦୁନିଆରେ ସବୁ ମଣିଷଙ୍କୁ କୌଣସି ନା କୌଣସି ଜିନିଷ ପସନ୍ଦ ହୋଇଥାଏ । କାହାକୁ ଧନ ତ ଆଉ କାହାକୁ ସ୍ତ୍ରୀ ଆଉ କାହାକୁ ସମ୍ମାନ ପ୍ରିୟ ହୋଇଥାଏ । କିନ୍ତୁ ଯେଉଁ ବ୍ୟକ୍ତିକୁ ଜ୍ଞାନ ପ୍ରିୟ ହୋଇଥାଏ ତାକୁ ସ୍ତ୍ରୀ, ସମ୍ପତି ଓ ସମ୍ମାନ ପ୍ରାପ୍ତି ସହଜରେ ହୋଇଥାଏ । ଶୁକ୍ରାଚାର୍ଜ୍ୟ ନିଜର ନୀତିରେ ଧନ ଓ ସମ୍ପର୍କକୁ ନେଇ ମହତ୍ଵ ପୂର୍ଣ୍ଣ ଜ୍ଞାନ ଦେଇଛନ୍ତି । ଯାହା ବିଷୟରେ ପ୍ରତେକ ମଣିଷ ଜଣାଇବା ଉଚିତ । ଶୁକ୍ରଦେବଙ୍କ ଅନୁଯାୟୀ କେଉଁ ସମୟରେ ସ୍ତ୍ରୀ ଙ୍କୁ ଛାଡିବା ଉଚିତ ସେହି ବିଷୟରେ ଖିବାକୁ ଯାଉଛୁ ।

ଶୁକ୍ରଦେବ କୁହନ୍ତି ଯେଉଁ ବ୍ୟକ୍ତି ତୁମକୁ ପ୍ରେମ କରୁ ନାହି ତୁମେ ତା ପାଇଁ ଜୀବନ ଦେଇ ଦେଲେ ମଧ୍ୟ ସେ କେବେ ତୁମକୁ ଭଲ ପାଇବ ନାହି । ଆଗକୁ ଶୁକ୍ରଦେବ କୁହନ୍ତି ଯିଏ ବାସ୍ତବରେ ପ୍ରିୟ ହୋଇଥାଏ ସେ ସବୁ କିଛି ହୋଇଥାଏ । ପୁରୁଷ ସ୍ତ୍ରୀକୁ ଯେତେ ମାନସିକ ନିର୍ଯ୍ୟାତନା ଦେଉ ବା ଧନ ଛଡାଇ ନେଉ ସେ କେବେ ବି ତାର ସାଥ ଛାଡେ ନାହି । କାରଣ ପୁରୁଷକୁ ସେହି ପ୍ରିୟ ହୋଇଥାଏ ।

ତେଣୁ ପୁରୁଷକୁ ପ୍ରୟାସ କରିବା ଛାଡିଦେବା ଉଚିତ ଯିଏ ତାଙ୍କୁ ଭଲ ପାଉ ନାହି ତାକୁ ଛାଡିବା ଦରକାର । ଅନେକ ପୁରୁଷ ଏମିତି ସ୍ତ୍ରୀଙ୍କ ପାଇଁ ସବୁ କିଛି ତ୍ୟାଗ କରିଥାନ୍ତି ଯାହା ମନରେ ଆଉ କେହି ଥାଏ । ଏମିତି ସ୍ତ୍ରୀର ମନରେ କେବେ ସ୍ଥାନ ମିଳିବ ନାହି । ଯଦି ଧନ ଲୋଭରେ ସେହି ନାରୀ ପୁରୁଷକୁ ବିବାହ କରିନିଏ ତେବେ ବି ମନରୁ ପ୍ରେମ କରିବା ନାହି ।

ବାସ୍ତବରେ ମଣିଷର ସ୍ଵଭାବରେ ଯାହା ପ୍ରିୟ ହୋଇଥାଏ ସେ ପସନ୍ଦ କରିଥାଏ । ଯାହା ସ୍ଵଭାବରେ ପ୍ରିୟ ନାହି ସେ ପ୍ରେମ କରିପାରିବ ନାହି । ଯଦି ବ୍ୟକ୍ତି ତା ପାଇଁ ପ୍ରାଣ ଦେଇ ଦେବ ତେବେ ବି ତା ମନରେ ସ୍ଥାନ ପାଇପାରିବ ନାହି । ତେଣୁ ମଣିଷକୁ କାହାର ପ୍ରିୟ ହେବା ପାଇଁ ପ୍ରୟାସ ଛାଡିଦେବା ଉଚିତ । ଶୁକ୍ରଦେବ କୁହନ୍ତି ଯେବେ ଯାଏଁ ମଣିଷ ପାଖରେ ଧନ ଥାଏ ସେତେ ଯାଏଁ ତାର ଲୋକେ ସେବା କରିଥାନ୍ତି ।

କିନ୍ତୁ ଯେବେ ମଣିଷ ଗରିବ ହୋଇଯାଏ ସେ ଯେତେ ଗୁଣବାନ ହେଲେ ମଧ୍ୟ ତାକୁ କେହି ପଚାରନ୍ତି ନାହି । ଏମିତିକି ତାର ସ୍ତ୍ରୀ ମଧ୍ୟ ଛାଡି ଦେଇଥାଏ । ଯେବେ ଯାଏଁ ଟଙ୍କା ଅଛି ସମସ୍ତେ ପ୍ରଶଂସା କରିବେ କିନ୍ତୁ ଧନ ନ ଥିଲେ ସବୁ ମୁହଁ ବୁଲାଇ ଚାଲିଯିବେ ।

ଆପଣଙ୍କ ପାଖରେ ଅଧିକ ଟଙ୍କା ଥାଇ ବି ଲୋକମାନେ ଆପଣଙ୍କର ହିତ ଚିନ୍ତା କରୁ ନ ଥିବେ କି ମନରୁ ପ୍ରେମ କରୁ ନ ଥିବେ ତାଙ୍କୁ ତୁରନ୍ତ ତ୍ୟାଗ କରିଦେବା ଉଚିତ । ଏଭଳି ବ୍ୟକ୍ତି କେବେ ନ କେବେ ଧୋକା ଦେଇଥାନ୍ତି । ଅନ୍ୟକୁ ପ୍ରଶଂସା କରିବାକୁ ଯାଇ ନିଜ ଶରୀରକୁ ତ୍ୟାଗ କରିବା ମୂର୍ଖତା ବୋଲି ଶୁକ୍ରଦେବ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *