Parenting Tips – ପିଲା ଆପଣଙ୍କ କଥା ଶୁଣୁନି କି ? ପିଲା ବହୁତ ଜିଦି କରୁଥିଲେ ଏହି ଉପାୟ ଅପଣାଇ ଦେଖନ୍ତୁ ( Jaya Kishori )

ବନ୍ଧୁଗଣ ଆଜିକା ସମୟରେ ସମସ୍ତ ମାତା ପିତା ଙ୍କର ଗୋଟିଏ ଚିନ୍ତା ପିଲା ମାନେ କିପରି ତାଙ୍କର କଥା ଶୁଣିବେ । ବହୁତ ଘରେ ପିତା ମାତା ମଧ୍ୟ ବହୁତ ବ୍ୟସ୍ତତା ଭିତରେ ରହୁଛନ୍ତି ଯେଉଁ କାରଣରୁ ସେମାନେ ପିଲାମାନଙ୍କ ପ୍ରତି ଧ୍ୟାନ ମଧ୍ୟ ଦେଇପାରୁନାହାନ୍ତି । ବର୍ତ୍ତମାନ ସମୟର ପିଲାମାନେ ବେଶି ଟିଭି, ମୋବାଇଲ, ଗେମ ଖେଳିବା ରେ ବେଶି ମନ ଦେଉଛନ୍ତି । ତେବେ ପିଲାମାନଙ୍କୁ ସୁଧାରିବା ପୂର୍ବରୁ ନିଜକୁ ପ୍ରଥମେ ତାଙ୍କ ସହ ଯୋଡ଼ି ହୋଇ ତାଙ୍କୁ ବୁଝିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଦ୍ଵାରା ଆପଣ ଆପଣଙ୍କ ପିଲା ମାନଙ୍କୁ ଉଚିତ ରାସ୍ତାକୁ ଆଣିପାରିବେ । ତେବେ ଚାଲନ୍ତୁ ଜାଣିବା । ଆଜିକା ପିଲା ମାନେ ବହୁତ ସ୍ମାର୍ଟ ଏବଂ ଆଡଭାନ୍ସ ବି । ସେଥିପାଇଁ ସେମାନେ ସବୁବେଳେ ମୋବାଇଲ,ଟିଭି,ଭିଡିଓ ଗେମ ରେ ବ୍ୟସ୍ତ ରହୁଛନ୍ତି ଏବଂ ଅଧିକ ସମୟ କାଟୁଛନ୍ତି ।

ଯାହା ଫଳରେ ପାଠ ପଢ଼ିବା,ବାହାରେ ସାଙ୍ଗମାନଙ୍କ ସହ ଖେଳିବା, ମାତାପିତାଙ୍କ ସହ କଥା ମଧ୍ୟ ହେଉନାହାନ୍ତି । ଯାହା ଫଳରେ ସେମାନେ ଦିନକୁ ଦିନ ଜିଦିଆ ହୋଇଯାଉଛନ୍ତି । ମାତାପିତା ମଧ୍ୟ ନିଜର କାମରେ ବ୍ୟସ୍ତ ଥିବା କାରଣରୁ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ପାରୁନାହାନ୍ତି । ଯାହାଦ୍ବାରା ସେମାନଙ୍କ ଭିତରେ ଦୂରତା ବଢ଼ିଥାଏ ।

କିନ୍ତୁ ବନ୍ଧୁଗଣ ଆପଣଙ୍କ ବ୍ୟସ୍ତତା ଭରା ଜୀବନରେ ମଧ୍ୟ ଆପଣ ଏହି ଦୂରତାକୁ କମାଇ ପାରିବେ । ସେଥିପାଇଁ ଆପଣ ଯେତିକି ବି ସମୟ ଘରେ ଅତିବାହିତ କରୁଛନ୍ତି ସେତିକି ସମୟର ଉଚିତ ଫାଇଦା ଉଠାନ୍ତୁ । ପ୍ରଥମେ ଆପଣ ପ୍ରତିଦିନ ସକାଳୁ ନିଜ ପିଲାର ଯତ୍ନ ନିଅନ୍ତି ମାନେ କେଆର କରନ୍ତୁ । ପିଲା ଯଦି ସକାଳୁ ଉଠିବା ପାଇଁ ମନା କରୁଛି ବା ଉଠୁନାହିଁ ତେବେ ତା ଉପରେ ବିଲକୁଲ ରାଗନ୍ତୁ ନାହିଁ ବା ବିରକ୍ତ ହୁଅନ୍ତୁ ନାହିଁ । ପିଲା ପାଖରେ ବସି ତାକୁ ମିଠା ମିଠା କଥା କହି ଉଠାଇବାକୁ ଚେଷ୍ଟା କରନ୍ତୁ ।

ଦେଖିବେ ସେତେବେଳେ ଯେଉଁ ପିଲା ଉଠୁନଥିଲା ବର୍ତ୍ତମାନ ସେ ଚଟାପଟ ଉଠିଯିବ । ସେହି ପରି ରାତିରେ ଖାଇବା ସମୟରେ ସେୟରିଂ କରନ୍ତୁ । ରାତିର ଭୋଜନ ସମୟରେ ପିଲା ମାନଙ୍କ ସହ ନିଜର ଦିନ ସାରା ଘଟିଥିବା କଥା ସବୁ କୁହନ୍ତୁ ଏବଂ ପିଲା ମାନଙ୍କୁ ମଧ୍ୟ ତାଙ୍କ ଦିନମାନ ଘଟିଥିବା କଥା ସବୁ ଶୁଣନ୍ତୁ । ପିତା ମାତା ପରସ୍ପର ସହ ମଧ୍ୟ କଥା ହୁଅନ୍ତୁ । ଯାହା ଫଳରେ ପିଲା ମଧ୍ୟ ଆପଣଙ୍କ ସହ କଥା ହେବାକୁ ଇଚ୍ଛା କରିବ ।

ଏମିତି କରିବା ଦ୍ଵାରା ପିଲା ମାନଙ୍କ ସହ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ । ରାତିରେ ଶୋଇବା ସମୟରେ ପିଲା ସହ କଥା ହୁଅନ୍ତୁ ଏବଂ ତାକୁ କିଛି ସକାରାତ୍ମକ ଜ୍ଞାନ ଦିଅନ୍ତୁ । ଏଥିପାଇଁ ଆପଣ କିଛି କାହାଣୀର ମଧ୍ୟ ପ୍ରୟୋଗ କରିପାରିବେ । ଦେଖିବେ ଆପଣ ଆପଣଙ୍କ ପିଲା ସହ ଯେତେ ମିଳିମିଶି ରହିବେ ପିଲା ସେତେ ଆପଣଙ୍କ କଥା ମାନିବେ । ଏହି ସବୁ ଟିପ୍ସ କୁ ନିଶ୍ଚୟ କରି ଦେଖନ୍ତୁ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *