ପିତୃପକ୍ଷରେ ସ୍ଵପ୍ନରେ ମୃତ ବ୍ୟକ୍ତି ଦେଖାଦେଲେ ମିଳେ ଏହି ସଂକେତ! Pitru Paksha

ନମସ୍କାର ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣଙ୍କ କହିବା ଅନୁସାରେ ପିତୃପକ୍ଷ ଦିନ ସ୍ଵପ୍ନରେ ପିତା ଆସି ଅନେକ ସଙ୍କେତ ଦେଇଥାନ୍ତି । ଯାହାର ପ୍ରଭାବ ଆମ ଉପରେ ଖରାପ ପଡିବ ବା ଭଲ ଆମେ ଜାଣିନଥାଉ । ତେବେ ଆଜି ଆମେ ଆପଣମାନକୁ ଜଣାଇବାକୁ ଯାଉଛୁ କି ପିତୃପକ୍ଷ ଦିନ ପିତା ସ୍ଵପ୍ନରେ ଆସି କଣ ଜଣାଇଥାନ୍ତି ଏବଂ ତାହାର କଣ ଅର୍ଥ ରହିଛି । ତେବେ ଆସନ୍ତୁ ଏବେ ଜାଣିବା ଏହା ବିଷୟରେ ।

ପିତୃପକ୍ଷର ଆରମ୍ଭ ଭାଦ୍ରବପଦ ପୁର୍ଣିମା ତିଥିରୁ ଆରମ୍ଭ ହୋଇଥାଏ । ଏବଂ ଅଶ୍ଵୀନ ମାସ ସର୍ବପିତୃ ଅମାବାସ୍ୟାରେ ଏହାର ଶେଷ ହୋଇଥାଏ । ଏହିଦିନ ସମସ୍ତ ପିତୃଗଣ ପୃଥିବୀକୁ ଆସନ୍ତି । ସେହିଦିନ ଏହି ପିତୃଗଣ ସ୍ଵପ୍ନରେ ଆସି ଅନେକ ପ୍ରକାର ସଙ୍କେତ ଦିଅନ୍ତି ।

ପ୍ରଥମେ ଜାଣନ୍ତୁ, ଯଦି ପିତାଙ୍କର ଉଦ୍ଧାର ହୋଇନାହିଁ ତାଙ୍କ ଆତ୍ମା ମୃତୁ ଲୋକରେ ହିଁ ଘୂରିବୁଲୁଛି । ଭୋକ ଶୋଷରେ ବ୍ଯାକୁଳ ହୋଇ ନିଜ ପରିବାରକୁ ପ୍ରବେଶ କରନ୍ତି । ସ୍ଵପ୍ନରେ ଯଦି ଘୋଡା, ହାତୀ ବା ମନୁଷ୍ୟର ବିକୃତ ରୂପ ଦେଖାଯାଏ ତେବେ ଜାଣିରଖନ୍ତୁ କି ପିତାଙ୍କ ମୁକ୍ତି ହୋଇନାହିଁ । ସେ ଆପଣଙ୍କ ଉପରେ ବହୁତ ଦୁଖିତ ଅଛନ୍ତି ।

ଦିତୀୟରେ ଜାଣନ୍ତୁ, ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ପିତାଙ୍କୁ ବନ୍ଧା ହୋଇଥିବା ଦେଖନ୍ତି ବା ମରିଥିବା ଏବଂ ଅପରିଷ୍କାର ବସ୍ତ୍ର ପିନ୍ଧିଥିବା ଦେଖନ୍ତି ତେବେ ଜାଣିରଖନ୍ତୁ କି ଆପଣଙ୍କ ପିତା ଆପଣଙ୍କ ଉପରେ ବହୁତ ଦୁଖୀ ଅଛନ୍ତି । ଏବଂ ତାଙ୍କୁ ପ୍ରେତଯୋନି ପ୍ରାପ୍ତ ହୋଇଛି । ତେଣୁ ପିତାଙ୍କ ସନ୍ତୁଷ୍ଟି ପାଇଁ ଦାନ ଓ ଶ୍ରାଦ୍ଧ ନିଶ୍ଚୟ କରନ୍ତୁ । ତୃତୀୟରେ ଜାଣନ୍ତୁ,

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯଦି କୌଣସି ପଶୁ ସ୍ଵପ୍ନ ରେ କଥା କହିବାର ଦେଖନ୍ତି ବା ପୂର୍ବଜ ବଳଦ ର ସବାରି କରୁଥିବା ଦେଖନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ପିତା ଆପଣଙ୍କ ଉପରେ ଉଦାସ ଅଛନ୍ତି । ଚତୁର୍ଥରେ ଜାଣନ୍ତୁ, ଯଦି ଆପଣ ସ୍ଵପ୍ନରେ ପୂର୍ବପୁରୁଷଙ୍କୁ କିଛି ମାଗୁଥିବାର ଦେଖନ୍ତି ବା ମରିଥିବା ବ୍ୟକ୍ତି କିଛି ମାଗୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପିତାଙ୍କ ଆତ୍ମାଙ୍କୁ ମୁକ୍ତି ମିଳିନାହିଁ ।ସେ ଏହି ପୃଥିବୀରେ ଆତ୍ମା ହୋଇ ବୁଲୁଛନ୍ତି । ଏବଂ ତାଙ୍କର କୌଣସି ଆଶା ଅଧୁରା ରହିଯାଇଛି ।

ଏହି କାରଣରୁ ସିଏ ମୁକ୍ତି ପ୍ରାପ୍ତ କରିପାରୁନାହାନ୍ତି । ଏଥିପାଇଁ ଆପଣଙ୍କୁ ଅସହାୟ ଲୋକଙ୍କୁ ଦାନ କରିବା ଉଚିତ । ପଞ୍ଚମରେ ଜାଣନ୍ତୁ, ଯଦି ସ୍ଵପ୍ନରେ ଆପଣଙ୍କ ମୁକ୍ତ ପରିଜନ ଆପଣଙ୍କ ମୁଣ୍ଡରେ ହାତ ରଖିଥାନ୍ତି ତେବେ ଏହାର ଅର୍ଥ ହେଉଛି କି ସେ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ।

ଏହାର ସଙ୍କେତ ଅଟେ କି ଆପଣଙ୍କ ଜୀବନରେ ବହୁତ କିଛି ଭଲ ହେବାକୁ ଯାଉଛି । ଷଷ୍ଠରେ ଜାଣନ୍ତୁ, ଯଦି ସ୍ଵପ୍ନରେ ପୂର୍ବ ପୁରୁଷ ଆପଣଙ୍କୁ ହାତ ବଢାଇଥାନ୍ତି ତେବେ ଏହାର ଅର୍ଥ ଆପଣ ଯେଉଁକାମ କରୁଛନ୍ତି ସେଥିରେ ସିଏ ସନ୍ତୁଷ୍ଟ ଅଛନ୍ତି । ସେହି କାର୍ଯ୍ୟରେ ନିଶ୍ଚୟ ସଫଳତା ପ୍ରାପ୍ତ ହେବ । ଯଦି ଆପଣମାନଙ୍କୁ ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *