ନମସ୍କାର ବନ୍ଧୁଗଣ, ଭଲ ପାଇବାର ମୂଲ୍ୟ ସବୁଠାରୁ ଶ୍ରେଷ୍ଠ ଦୁନିଆରେ । ଜଣେ ଜଣଙ୍କ ଭିତରେ ତା ନିଜକୁ ହଜେଇ ଦିଏ । ହେଲେ ଆଜିକାଲି ଦୁନିଆରେ ପ୍ରକୃତ ଭଲ ପାଇବା ମିଳିବା ବହୁତ କଷ୍ଟ ହୋଇସାରିଲାଣି । ଅନ୍ୟ ଜଣଙ୍କ ପାଇଁ ନିଜ ଭଲ ପାଇବାକୁ ଛାଡି ଚାଲିଯାଉଛନ୍ତି । ଧୋକା ଦେଉଛନ୍ତି, ହେଲେ ଆଜି ଆମେ ଜାଣିବା ପ୍ରକୃତ ପ୍ରେମ କିଏ ଆପଣଙ୍କୁ କରୁଛନ୍ତି କେମିତି ଜାଣିବେ ? ତେବେ ଆସନ୍ତୁ ଜାଣିବା ।
ନିଜ ଭଲ ପାଇବାକୁ ଜାଣିବାକୁ ହେଲେ କେତୋଟି ସଙ୍କେତ ବିଷୟରେ, ପ୍ରଥମ ସଙ୍କେତ: ଏହା ଦେଖନ୍ତୁ କି ସେହି ବ୍ୟକ୍ତି ଆପଣଙ୍କୁ ଦେବାକୁ ଖୁସି ହେଉଛନ୍ତି ନା ମାଗିବାକୁ, କାହିଁକି ନା ପ୍ରକୃତ ପ୍ରେମରେ ଦେବାରେ ହିଁ ଖୁସି ମିଳିଥାଏ । କିନ୍ତୁ ଯିଏ ମାଗିଥାଏ ସିଏ ପ୍ରେମ ଅପେକ୍ଷା ଆଉ କିଛି ଚାହିଁଥାଏ ତେବେ ଆପଣ ଜାଣିପାରିବେ ସିଏ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ନା ନାଟକ କରୁଛନ୍ତି ।
ଯଦି ଆପଣ ଭାବୁଛନ୍ତି କି ଦବା ଛାଡିଦେଲେ ଆପଣଙ୍କ ଭଲ ପାଇବା ଭାଙ୍ଗିଯିବ ତେବେ ଆପଣ ଭୁଲ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଅଛନ୍ତି । ଏବଂ ଭବିଷ୍ୟତରେ ଧୋକା ବି ମିଳିପାରେ । ଦିତୀୟ ସଙ୍କେତ: ଜାଣନ୍ତୁ କି ତାଙ୍କର ଆପଣଙ୍କ ପ୍ରତି ଲୋଭ ରହିଛି କି ନାହିଁ । ଯିଏ ପ୍ରକୃତରେ ଆପଣଙ୍କୁ ଭଲ ପାଉଥିବେ ସେ ବ୍ୟକ୍ତି ଆପଣଙ୍କ ଯତ୍ନ ସବୁବେଳେ ନେଇଥାନ୍ତି, ଏବଂ ଆପଣଙ୍କୁ ହରେଇବାକୁ ଡରନ୍ତି ।
ତାଙ୍କ ଜୀବନରେ ଆପଣଙ୍କ ଛଡା ଆଉ କେହି ନ ଥାନ୍ତି । ସେହି ବ୍ୟକ୍ତି ହିଁ ଆପଣଙ୍କୁ ପ୍ରକୃତରେ ଭଲ ପାଇଥାନ୍ତି । ତୃତୀୟ ସଙ୍କେତ ଟି ହେଉଛି କି, ଆପଣ ତାଙ୍କ ସହ କେମିତି ରହୁଛନ୍ତି, ଦୁଃଖରେ ରହୁଛନ୍ତି କିମ୍ବା ଚିନ୍ତାରେ ରହୁଛନ୍ତି । ଆପଣଙ୍କୁ ସେହି ମଣିଷ କନ୍ଦାଉଛି ନା ହସାଉଛି, ଆପଣଙ୍କୁ ତାଙ୍କ ସହ ଖୁସି ଲାଗେ ନା କଷ୍ଟ ଲାଗେ ।
ଯଦି ଆପଣ ତାଙ୍କ ସହ କଷ୍ଟରେ ଅଛନ୍ତି ବା ସିଏ କନ୍ଦାଉଛନ୍ତି ତେବେ ଜାଣିରଖନ୍ତୁ ଆପଣ ଠିକ ବ୍ୟକ୍ତିଙ୍କୁ ଭଲ ପାଇ ନାହାନ୍ତି । ଯଦି ଆପଣଙ୍କୁ ତାଙ୍କ ସହ ଖୁସି ଲାଗୁଛି, କିଛି ଅଲଗା ଖୁସି ଅନୁଭବ କରୁଛନ୍ତି ତେବେ ଜାଣିଯିବେ ସେହି ବ୍ୟକ୍ତି ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି । ଚତୁର୍ଥ ସଙ୍କେତ: ଏହା ଜାଣନ୍ତୁ କି ସେ ଆପଣଙ୍କୁ ସବୁ କଥା କହୁଛନ୍ତି ନା ଲୁଚାଉଛନ୍ତି ।
କାହିଁକି ନା ଆମେ ଯାହାକୁ ହୃଦୟରୁ ଭଲ ପାଉ ଆମେ ତାଙ୍କୁ ଆମ ଜୀବନର ସବୁ କଥା ସେୟାର କରିଥାଉ । ତାଙ୍କୁ ସବୁ ଦୁଃଖ ଜଣେଇବା ପାଇଁ ଚାହୁଁ । ତାଙ୍କୁ ଜୀବନର ସମସ୍ତ ସତ କହିଥାଉ । ଯଦି ଆପଣଙ୍କ ସହ ଏମିତି ହେଉଛି ତେବେ ଜାଣିନିଅନ୍ତୁ ସେହି ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ପଞ୍ଚମ ସଙ୍କେତ: ସିଏ ଆପଣଙ୍କ ସହ ସମୟ ବିତେଇବାକୁ ଚହୁଁଛନ୍ତି ନା ଆପଣଙ୍କ ସହ ବୋର ହେଉଛନ୍ତି ।
ସମୟ ନ ଦେବାର ବାହାନା କରୁଛନ୍ତି, ନିହାତି ଭାବେ ଏହିଥିରୁ ଆପଣ ଜାଣିଯିବେ କି ଆପଣଙ୍କୁ ସିଏ ପ୍ରକୃତରେ ଭଲପାନ୍ତି ନା ନାଟକ କରୁଛନ୍ତି । ଏହି ପାଞ୍ଚଟି କଥାକୁ ଧ୍ୟାନରେ ରଖିଲେ ନିଶ୍ଚୟ ଜାଣିପାରିବେ କିଏ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି । ଯଦି ଆପଣମାନଙ୍କୁ ପୋଷ୍ଟ ଟି ଭଲ ଲାଗୁଛି ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।