ପୂଜା କରିବା ସମୟରେ ଆଖିରେ ଲୁହ ଆସିବା, ହାଇ ଆସିବାର ଅର୍ଥ କଣ ହୋଇଥାଏ । ଜାଣନ୍ତୁ ଏହି ଚମତ୍କାର ବିଷୟରେ 

ଆମ ହିନ୍ଦୁ ଧର୍ମ ଅନୁସାରେ ବ୍ରହ୍ମାଣ୍ଡ ଆରମ୍ଭରୁ କେବଳ ଅନ୍ଧକାର ମୟ ଥିଲା । ହଠାତ ଗୋଟିଏ ବିଶାଳ କାୟ ଶିବ ଲିଙ୍ଗା ପ୍ରକଟ ହୋଇଥିଲା । ଯାହା ଦ୍ଵାରା ପୁରା ବ୍ରହ୍ମାଣ୍ଡ ଶକ୍ତିରେ ପରି ପୂର୍ଣ ହୋଇଥିଲା । ଏହାର କିଛି ସମୟ ପରେ ଜଳ ଧାତୁ ବାୟୁ ଅଗ୍ନି ଆଦି ପଦାର୍ଥ ଜନ୍ମ ନେଇଥିଲା । ସେଥି ପାଇଁ ଏହି ସବୁ ପଦାର୍ଥରେ ଭଗବାନ ଶିବ ଶଙ୍କର ବାସ କରନ୍ତି ବୋଲି କୁହାଯାଇଥାଏ । ସମଗ୍ର ବ୍ରହ୍ମ୍ହାଣ୍ଡରେ ବାସ କରୁଥିବା ଶକ୍ତି ହିଁ ଶିବ ହୋଇଥାନ୍ତି । ଶିବ ହିଁ ଆଦି ଆଉ ଅନ୍ତ ହୋଇଥାନ୍ତି । ଯେତେବେଳେ ଆମେ ପୂଜା ପାଠ ବା ଧ୍ୟାନ କରିଥାନ୍ତି ଆମ ଆତ୍ମାର ସଂଯୋଗ ଈଶ୍ବରଙ୍କ ସହିତ ହୋଇଥାଏ ।

କାରଣ ଇଶ୍ଵର ସର୍ବ ବ୍ୟାପୀ ହୋଇଥାନ୍ତି । ସେ ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁରେ ବାସ କରିଥାନ୍ତି । ଏହି କାରଣରୁ ଯେତେ ବେଳେ ଆପଣଙ୍କର ଅନ୍ତର ଆତ୍ମାର ମିଲନ ଈଶ୍ବରଙ୍କ ସହିତ ହୋଇଥାଏ ତେବେ ସେ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ଏହି ସଙ୍କେତେ ଗୁଡିକ ବହୁତ ସାଧାରଣ ହୋଇଥିଲେ ମଧ୍ୟ ଆମେ ସେଇ ସବୁକୁ ନବୁଝି ଅଣଦେଖା କରିଥାଉ । ଆମେ ଯେତେବେଳେ ପୂଜା ପାଠ କରିଥାଉ ଆମ ଚତୁର୍ପାର୍ଶ୍ୱ ସକାରାତ୍ମକ ଊର୍ଜାରେ ପରିପୂର୍ଣ ହୋଇଥାଏ ।

ଏହା ଯୋଗୁ ଆମକୁ ପ୍ରସନ୍ନତା ମିଳିଥାଏ । ଯାହା ଆମର ମନର ବ୍ଯାକୁଳ ଓ ଦୁଃଖକୁ ସୁଖରେ ବଦଳି ଦେଇଥାଏ । ତେବେ ଆଜି ଆମେ ଜାଣିବା ପୂଜା କରିବା ସମୟରେ ଆଖିରେ ଲୁହ ଆସିବାର ମହତ୍ଵ କଣ ହୋଇଥାଏ । ଯଦି ପୂଜା କରିବା ସମୟରେ ମନ ବ୍ଯାକୁଳ ହୋଇ ଭଗବାନଙ୍କ ପାଖରେ ଲୁହ ଝରି ଆସୁଛି ତେବେ ଏହାର ଅର୍ଥ ବୁଝି ନିଅନ୍ତୁ ଯେ ଭଗବାନ ଆପଣଙ୍କ ସହିତ ରହିଛନ୍ତି । ଏହା ଈଶ୍ବରଙ୍କ ଗୋଟିଏ ସଙ୍କେତ ହୋଇଥାଏକି ଆମ ଆତ୍ମା ତାଙ୍କ ସହିତ ସଂଯୋଗ ହୋଇଛି ।

ଏହି ସମୟରେ ଈଶ୍ଵରଙ୍କୁ କିଛି ମାଗିବାର ସର୍ବତମ ସମୟ ହୋଇଥାଏ । ଏହି ସମୟରେ ଭାଗବାନଙ୍କୁ ନିଜର ସବୁ ମନୋସ୍କାମନା ଜଣାଇ ପାରିବେ । କାରଣ ଏହି ସମୟରେ କରିଥିବା ସବୁ ପ୍ରାର୍ଥନାର ଉତ୍ତର ମିଳିଥାଏ । ପୂଜା ସମୟରେ ଆଖିରୁ ଲୁହ ଆସିବା ଦ୍ଵାରା ଆମ ଅନ୍ତଃ କାରଣର ସମସ୍ତ ମନ୍ଦତା ପରିଷ୍କୃତ ହୋଇ ଶୁଦ୍ଧତାରେ ପରିପୂର୍ଣ ହୋଇଥାଏ । ଯଦି ପୂଜା କରିବା ସମୟରେ ଦୀପର ତେଜ ବହୁତ ଦେଖାଯାଇଥାଏ ତେବେ ଜାଣିବେକି ଭଗବାନ ଶିବ ଆପଣଙ୍କ ଉପରେ ବହୁତ ସନ୍ତୁଷ୍ଟ ରହିଥାନ୍ତି । ସେହି ସମୟରେ ଭଗବାନଙ୍କୁ ଯାହା ମାଗିବେ ସବୁ ମନୋସ୍କାମନା ପୂରଣ ହେବ ।

Leave a Reply

Your email address will not be published. Required fields are marked *