ପୂଜା କରନ୍ତୁ କି ନ କରନ୍ତୁ ଜୀବନର ଏହି 4ଟି ଅଭ୍ୟାସ ରଖନ୍ତୁ, ଦରିଦ୍ରତା ଆପଣଙ୍କୁ ଛୁଇଁ ବି ପାରିବନି- Sri Krishna

ନମସ୍କାର ବନ୍ଧୁଗଣ, ଆଜି ଆମେ ଜାଣିବା ଆମ ଜୀବନରେ ଘଟୁଥିବା ଖରାପ ସମୟ କେଉଁଥିପାଇଁ ଦୂର ହୁଏ ନାହିଁ ଏବଂ ଆମକୁ କଷ୍ଟ ଦେଇଚାଲିଥାଏ । ଆମର ଏମିତି କିଛି ଖରାପ ଅଭ୍ଯାସ ଥାଏ ଯାହାକୁ ଆମେ ଜାଣିପାରୁ ନାହିଁ ଓ ବାରମ୍ବାର କରିଚାଲୁ ଯାହା ଫଳରେ ତାର ଖରାପ ପ୍ରଭାବ ଆମ ଜୀବନରେ ପଡେ । ତେବେ ଆଜି ଆସନ୍ତୁ ଜାଣିବା ସେହି ଖରାପ ଅଭ୍ୟାସ କଣ ଯାହା ଆମେ ଅଜାଣତରେ କରିଥାଉ ।

ଭଗବାନ କୃଷ୍ଣ ମନୁଷ୍ୟ କରୁଥିବା 4ଟି ଅଭ୍ଯାସ କହିଛନ୍ତି ସେଥି ମଧ୍ୟରୁ ପ୍ରଥମ ଟି ହେଉଛି, ନିଜ ପରିବାରର କୁଳ ଦେବତାଙ୍କୁ ସବୁଦିନ ସକାଳୁ ଉଠି ପ୍ରଣାମ କରିବା ଉଚିତ । ସପ୍ତାହକୁ ଥରେ କୁଳ ଦେବତାଙ୍କ ପାଇଁ ଘରେ ପୂଜା କରିବା ମଧ୍ୟ ଆବଶ୍ୟକ । ଏବଂ ତୁଲସୀ ଚଉରା ମୂଳେ ଦୀପ ଟିଏ ମଧ୍ୟ ଜାଳିବା ଉଚିତ ଏହାଦ୍ବାରା କୁଳ ଦେବତା ପ୍ରସନ୍ନ ହୁଅନ୍ତି ।

ତେଣୁ ଏହି ଅଭ୍ୟାସ ଟି ରଖନ୍ତୁ ଘରେ ଖୁସି ଲାଗି ରହିବ । ଦିତୀୟଟି ହେଉଛି କି ସକାଳୁ ନ ଗାଧୋଇ ରୋଷେଇ ଘରେ ପଶିବା ଉଚିତ ନୁହେଁ ଯଦି ବି ଏହା ଆପଣଙ୍କ ଦ୍ଵାରା ସମ୍ଭବ ନୁହେ ବୋଲି ଭବୁଛନ୍ତି ତେବେ ନିହାତି ହାତ ମୁହଁ ଧୋଇ ନିତ୍ୟକର୍ମ ସାରି ରୋଷେଇ ଘରକୁ ଯାନ୍ତୁ । କିଛି ରୋଷେଇ କରିବା ପୂର୍ବରୁ ପ୍ରଣାମ କରି ରୋଷେଇ ଆରମ୍ଭ କରନ୍ତୁ ।

ଏହା କରିବା ଦ୍ଵାରା ଅଗ୍ନିଦେବଙ୍କ ଆଶୀର୍ବାଦ ମିଳିବ ତା ସହ ମାତା ଅର୍ନପୂର୍ଣାଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ଧ୍ୟାନ ରଖନ୍ତୁ କି ଅନ୍ନକୁ କେବେ ଅବମାନନା ଯେମିତି ନ କରନ୍ତି । ତୃତୀୟ ଅଭ୍ୟାସ ଟି ହେଉଛି, ସବୁବେଳେ ନିଜ ସ୍ଵଭାବ ଭଲ ରଖନ୍ତୁ । କେବେବି ଅକାରଣରେ କାହାକୁ ଏମିତି କିଛି ଶବ୍ଦ କୁହନ୍ତି ନାହିଁ ଯାହା ତାଙ୍କ ମାନଙ୍କୁ କଷ୍ଟ ଦେବ । ବଡ ଲୋକମାନଙ୍କୁ ସବୁବେଳେ ସମ୍ମାନ ଦିଅନ୍ତୁ ଏବଂ ଘରର ମହିଳମାନଙ୍କର ସବୁବେଳେ ଧ୍ୟାନ ରଖନ୍ତୁ ।

ଯଥା ସମ୍ଭବ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କୌଣସି ପଶୁଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ । ଦ୍ଵାରକୁ ଆସିଥିବା ପଶୁକୁ ରୁଟି ନିଶ୍ଚୟ ଖାଇବାକୁ ଦିଅନ୍ତୁ ଯଦି ଆପଣ ଏହିଭଳି ଅଭ୍ଯାସ ରଖନ୍ତି ତେବେ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ଲାଗିରହିବା । ଚତୁର୍ଥ ଉପାୟ ଟି ହେଉଛି, ସବୁବେଳେ ଚାଲିବା ବେଳେ ଧ୍ୟାନ ରଖିବେ କି ଆପଣଙ୍କ ପାଦତଳେ କୌଣସି ଛୋଟ ଜୀବନର ଯେଭଳି ମୃତୁ ନ ହୁଏ ।

ଘରୁ ବାହାରକୁ ବହାରିବା ସମୟରେ ସବୁବେଳେ ଭଗବାନଙ୍କ ନାମ ସ୍ମରଣ କରି ବାହାରକୁ ଯାଆନ୍ତୁ । ଯେଉଁ ମଣିଷ ଏହି ସବୁ କଥାର ଧ୍ୟାନ ରଖନ୍ତି ସେମାନେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି । ଏହା କରୁଥିବା ମଣିଷଙ୍କୁ କେବେ ଦାରିଦ୍ରତା ଛୁଇଁପରେ ନାହି । ତେଣୁ ସବୁବେଳେ ଏହି ସବୁ କାର୍ଯ୍ୟ କରନ୍ତୁ ଆପଣଙ୍କ ଉପରେ ସର୍ବଦା ଭଗବାନ ଙ୍କର କୃପା ରହିବ । ଆପଣ ମାନଙ୍କୁ ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *