ପୁରା ଧ୍ୟାନର ସହ ପାଠ କେମିତି ପଢିବେ, ପାଠ ଶୀଘ୍ର ମାନେ ରଖିବାର Easy Tips

ନମସ୍କାର ବନ୍ଧୁଗଣ, ଦୁନିଆରେ ଏକ ସଫଳ ଏବଂ ଧନୀ ବ୍ୟକ୍ତି ହେବାକୁ ହେଲେ ଆଜିର ଏହି ଦୁନିଆରେ ପାଠ ପଢି ଜ୍ଞାନ ଅର୍ଜନ କରିବା ନିହାତି ଦରକାର । କିନ୍ତୁ ଆଜିକାଲି ଫୋନ ଟିଭି ଇତ୍ୟାଦିରେ ମନ ଦେଇ ପିଲା ମାନେ ପାଠ ପଢାରୁ ଧ୍ୟାନ ହଟାଇବାରେ ଲାଗିଲେଣି । ଯଦି ଏହା ଆପଣଙ୍କ ସହ ବି ହେଉଛି ତେବେ ଆପଣ କିଭଳି ନିଜ ଧ୍ୟାନକୁ ପାଠ ପଢାରେ କେନ୍ଦ୍ରୀଭୂତ କରି ରଖିବେ ତାହା ସମ୍ପର୍କରେ ଆଜି ଆପଣ ମାନେ ଜାଣିବା ପାଇଁ ପାଇବେ ଆମର ଏହି ପୋଷ୍ଟ ମାଧ୍ୟମରେ ।

ପ୍ରଥମ: ଆପଣ ପାଠ ପଢିବା ପାଇଁ ସବୁବେଳେ ଏକ ଶାନ୍ତ ଜାଗା ଏବଂ ଏକାନ୍ତ ଜାଗା ବାଛନ୍ତୁ । ସମସ୍ତଙ୍କ ଗହଣରେ ରହି ପାଠ ପଢିବା ଦ୍ଵାରା କିଛି ମନେ ରହିନଥାଏ । ଏବଂ ଆପଣଙ୍କ ମନ ପାଠରେ ଲାଗିପାରେ ନାହିଁ । ଆପଣ ବସିବା ପାଇଁ ଏକ ଭଲ ଆରମ ଦାୟକ ଚେୟାରର ବ୍ୟବସ୍ତା କରନ୍ତୁ ଏବଂ ଭଲ ଆଲୋକର ମଧ୍ୟ ବ୍ୟବସ୍ତା କରନ୍ତୁ ।

ଯେଭଳି ଆପଣଙ୍କ ମନ ପାଠ ପଢିବା ସମୟରେ ସେସବୁ ପ୍ରତି ଆପଣଙ୍କ ଧ୍ୟାନ ବାରମ୍ବାର ଯିବ ନାହିଁ । ଏବଂ ଆପଣ ଆରାମରେ ଭଲ ବ୍ୟବସ୍ତାରେ ପାଠ ପଢିପାରିବେ । ଦିତୀୟ: ଆପଣ ପାଠ ପଢିବା ସମୟରେ ନିଜର ଦରକାର ଥିବା ସମସ୍ତ ସାମଗ୍ରୀ ଆପଣଙ୍କ ପାଖରେ ରଖି ପଢିବା ଦରକାର । ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଆପଣଙ୍କ ପାଠ ପଢାରୁ ଧ୍ୟାନ ହଟାଇ ଯିବାକୁ ପଡିବ ନାହିଁ ।

ତୃତୀୟ: ଆପଣ ଚାହିଁଲେ ଆପଣଙ୍କ ପଢିବା ସମୟରେ ଆପଣଙ୍କର କୌଣସି ଜଣେ ଭଲ ସହପାଠୀଙ୍କୁ ଆମନ୍ତ୍ରଣ ମଧ୍ୟ କରିପାରିବେ ଆପଣଙ୍କ ସହ ପଢିବା ପାଇଁ । ଆପଣଙ୍କ ସହପାଠୀ ଆପଣଙ୍କ ତୁଳନାରେ ପାଠ ପଢାରେ ବେଶି ଆଗୁଆ ଓ ବୁଦ୍ଧିମାନ ହୋଇଥିବା ଦରକାର । ଯାହା ଫଳରେ ଆପଣଙ୍କୁ ତାଙ୍କ ଠାରୁ କିଛି ଅଧିକ ଜ୍ଞାନ ମିଳିପାରିବ ।

ଚତୁର୍ଥ: ଆପଣ ପଢିବା ସମୟରେ ଫୋନକୁ ଆପଣଙ୍କ ପାଖରେ ବିଲକୁଲ ମଧ୍ୟ ରଖନ୍ତୁ ନାହିଁ । କାରଣ ଆପଣ ପଢୁଥିବା ସମୟରେ ଯଦି ଫୋନ ରିଙ୍ଗ ହୁଏ ତେବେ ଆପଣଙ୍କ ଧ୍ୟାନ ଭଙ୍ଗ ହେବା ନିଶ୍ଚିନ୍ତ । ତେଣୁ ଆପଣ ପଢିବା ସମୟରେ ଆପଣଙ୍କ ଫୋନକୁ ଆପଣଙ୍କ ଠାରୁ ଦୂରେଇ ରଖନ୍ତୁ ।

ପଞ୍ଚମ: ଆପଣ ଯଦି କିଛି ନୋଟ ଲେଖୁଥିବା ସମୟରେ ଗୀତ ଶୁଣୁଛନ୍ତି ତେବେ ଆପଣଙ୍କର ମନେ ନଥିବା ଗୀତ ହିଁ ଶୁଣନ୍ତୁ । ଯାହା ଫଳରେ ଆପଣ ସେହି ଗୀତରେ ଭୋଳ ହେବେ ନାହିଁ ଏବଂ ଆପଣଙ୍କ ପାଠ ମଧ୍ୟ କରିପାରିବେ । ଯଦି ଆପଣ ଜାଣିଥିବା ଗୀତ ଶୁଣନ୍ତି ତେବେ ଆପଣ ମଧ୍ୟ ଗୀତା ଗାଇବାକୁ ଲାଗିଥାନ୍ତି ଏବଂ ଆପଣଙ୍କ ମନ ପାଠ ପଢାରୁ ହଟି ଯାଇଥାଏ । ଷଷ୍ଠ: ଆପଣ ପାଠ ପଢିବା ନିମନ୍ତେ ନିର୍ଦ୍ଧିଷ୍ଟ ସମୟ ନିର୍ଧାରିତ କରି ରଖିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *