ଏହି ମୁଦି ପିନ୍ଧିଲେ ଚାକିରି ସୁନିଶ୍ଚିନ୍ତ, ଥରେ ପିନ୍ଧି ଦେଖନ୍ତୁ ଆପଣଙ୍କ ଭାଗ୍ୟ ବଦଳିବ 

ନମସ୍କାର ବନ୍ଧୁଗଣ, ଆପଣ ମାନେ ହାତରେ ପିନ୍ଧୁଥିବା ମୁଦିର ପ୍ରଭାବ ଆପଣଙ୍କ ଜୀବନରେ ଉପରେ ମଧ୍ୟ ପଡିଥାଏ । ହାତର ମୁଦି ଆପଣଙ୍କ ଗ୍ରହ ନକ୍ଷତ୍ରଙ୍କ ଖରାପ ପ୍ରଭାବ ଠାରୁ ଆପଣଙ୍କୁ ବଞ୍ଚାଇଥାଏ । ତେବେ କେଉଁ ମୁଦି ପିନ୍ଧିବା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଆପଣଙ୍କ ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଥାଏ ଏବଂ ନୂତନ ଚାକିରିର ଯୋଗ ବନାଇଥାଏ ଆଜି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ବାସ୍ତୁ ଅନୁଯାୟୀ କଇଁଛ ମୁଦିର ଅନେକ ମାନ୍ୟତା ରହିଛି । ଏହି ମୁଦି ମଣିଷ ଜୀବନର ସମସ୍ତ ଦୋଷକୁ ଦୂରେଇ ଦେଇଥାଏ । କଇଁଛ ମୁଦି ମଣିଷର ମନବଳକୁ ବଢାଇ ଦେଇଥାଏ । କଇଁଛ ଜଳରେ ବାସ କରିଥାଏ । ତେଣୁ ଏହି ଅଧାରରେ କଇଁଛକୁ ସକାରାତ୍ମକ ଏବଂ ଉନ୍ନତି ପ୍ରତୀକ ବୋଲି ମନାଯାଇଥାଏ । କଇଁଛକୁ ଭଗବାନ ବିଷ୍ଣୁଙ୍କ ଅବତାର ମନାଯାଏ । ତେଣୁ କଇଁଛକୁ ମାତା ଲକ୍ଷ୍ମୀଙ୍କ ସହ ଯୋଡା ଯାଇଛି ।

ଯାହାଫଳରେ ମଣିଷ ଜୀବନରେ ଧନର ଆଗମନ ମଧ୍ୟ ହୋଇଥାଏ ଏହାକୁ ପିନ୍ଧିବା ଦ୍ଵାରା । ଆପଣ ନିଜ ଜୀବନରେ ସୁଖ ସମୃଦ୍ଧି ଏବଂ ଉନ୍ନତି ଆଣିବା ପାଇଁ ଚାହୁଁଥିଲେ ଏହି କଇଁଛ ମୁଦିକୁ ନିହାତି ପିନ୍ଧନ୍ତୁ । ଏହି କଇଁଛ ମୁଦିକୁ ପିନ୍ଧିବାର କିଛି ସଠିକ ଉପାୟ ରହିଛି ତାହା ମଧ୍ୟ ଆପଣ ଜାଣି ରଖନ୍ତୁ । ଯାହାଫଳରେ ଏହାର କୌଣସି କୁପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ।

ଆପଣ ଚାନ୍ଦିର କଇଁଛ ମୁଦି ତିଆରି କରି ପିନ୍ଧିବା ଜରୁରୀ । ଆପଣ ଚାହିଁଲେ ଅନ୍ୟ କୌଣସି ଧାତୁ କିମ୍ବା ରତ୍ନ ପଥରର ମୁଦି ବନାଇ ପିନ୍ଧିପାରିବେ । ଏହି ମୁଦିକୁ ପିନ୍ଧିବା ବେଳେ ଧ୍ୟାନ ରଖିବେ କି କଇଁଛର ମୁଣ୍ଡ ଆପଣଙ୍କ ହାତ ଆଡକୁ ରହୁଥିବା ଦରକାର । ଯଦି କଇଁଛର ମୁଣ୍ଡ ବାହାର ପାଟକୁ ରହେ ତେବେ ଆପଣ ଧନ ଲାଭ ବଦଳରେ କ୍ଷତି ସାମ୍ନା କରିବେ ।

ଆପଣ ଏହି କଇଁଛ ମୁଦିକୁ ଆପଣଙ୍କ ଡାହାଣ ହାତର ବିଶି ଆଙ୍ଗୁଠିରେ ପିନ୍ଧିବା ଆବଶ୍ୟକ । କୁମ୍ଭ, ଧନୁ, ବିଛା, ସିଂହ ଏବଂ ତୁଳା ରାଶିର ବ୍ୟକ୍ତି ଏହାକୁ ନିଜ ବିଶି ଆଙ୍ଗୁଠିରେ ଲଗାଇପାରିବେ । ମେଷ, ମିନ, କନ୍ୟା, କର୍କଟ ରାଶିର ବ୍ୟକ୍ତି ଏହାକୁ ନିଜ ମାଝି ଆଙ୍ଗୁଠିରେ ପିନ୍ଧିବା ଆବଶ୍ୟକ । ବୃଷ ଏବଂ ମିଥୁନ ରାଶିର ଲୋକ ଏହାକୁ ନିଜର ପରି ବା ରିଙ୍ଗ ଫିଙ୍ଗର ରେ ଏହାକୁ ଧାରଣ କରିପାରିବେ ।

ଆପଣ ଏହି କଇଁଛ ମୁଦିକୁ ଶୁକ୍ରବାର ଦିନ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ପାଖରେ ରଖି କ୍ଷୀର ଏବଂ ପାଣିରେ ଏହାକୁ ଭଲ ଭାବରେ ଧୋଇଦେବେ । ଏହାପରେ ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ରକୁ ୧୦୮ ଥର ଜପ କରି ଏହାକୁ ନିଜ ଆଙ୍ଗୁଠିରେ ଧାରଣ କରିବାଦ୍ବାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *