ବିନା ବସ୍ତ୍ରରେ ଗାଧୋଇବା ଭଲ ନୁହେଁ ! କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ 

ନମସ୍କାର ବନ୍ଧୁଗଣ, ଆଜିର ଏହି ଆଧୁନିକ ଯୁଗରେ ସମସ୍ତ ପ୍ରକାର ସୁଖ ସୁବିଧା ମିଳିଯାଉଛି ମଣିଷକୁ ତେଣୁ ମଣିଷ ସେହି ସୁଖରୁ ଆହୁରି ବେଶି ସହଜ ଓ ସୁବିଧା ବାଟ ବାହାର କରିବାରେ ଲାଗିଛି । ସେହିଭଳି ଆଜିକାଲି ଗୋଟିଏ କଥା ସାଧାରଣ ହୋଇସାରିଲାଣି । ତାହା ହେଉଛି ଗାଧୁଆ ଘର ଭିତରେ ବିନା କପଡାରେ ଗାଧୋଇବା । ତେବେ ଏହା କେତେଦୂର ଠିକ ଏହାର କେଉଁ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ ଏହି କଥା କଣ ଆପଣ କେବେ ଭବିଛନ୍ତି ! ତେବେ ଆଜି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ମଣିଷର ନୀତିଦିନ କାର୍ଯ୍ୟରେ ସ୍ନାନ ରହିଥାଏ । କାରଣ ଏହା ପ୍ରତିଦିନ କରିବାଦ୍ବାରା ଦେହ ମନ ସବୁ ନିର୍ମଳ ରହିଥାଏ । ବିନା କପଡାରେ ପୁରାତନ କାଳରେ ଗୋପିମାନେ ସ୍ନାନ ନିମନ୍ତେ ଯାଉଥିଲେ । ସେହି ସମୟରେ ଶ୍ରୀକୃଷ୍ଣ ଗୋପୀ ମାନଙ୍କୁ ଏହା ନିର୍ବସ୍ତ୍ର ସ୍ନାନ ସମ୍ପର୍କରେ କିଛି କହିଥିଲେ । ଗୋପୀ ମାନେ ବାହାରେ ରଖି ଯାଇଥିବା ବସ୍ତ୍ରକୁ ଶ୍ରୀକୃଷ୍ଣ ଲୁଚାଇ ଦେଇଥାନ୍ତି ।

ଆଉ ଯେତେବେକେ ଗୋପିମାନେ ବସ୍ତ୍ର ମାଗନ୍ତି ଶ୍ରୀ କୃଷ୍ଣ କୁହନ୍ତି ନିଜେ ଆସି ବସ୍ତ୍ର ନେଇଯାଅ । କିନ୍ତୁ ଗୋପିମାନେ ନିବର୍ସ୍ତ୍ର ଥିବା ଯୋଗୁ ଯାଇପାରିନଥାନ୍ତି । ଏହି କଥା ଗୋପିମାନେ କୃଷ୍ଣଙ୍କୁ ମଧ୍ୟ କହିଥାନ୍ତି କି ସେମାନେ ବସ୍ତ୍ର ବିହୀନ ଅଟନ୍ତି । ଗୋପିମାନେ କହିଲେ କି ଆମେ ସ୍ନାନ କରିବା ବେଳେ ତ ଏଠାରେ କେହି ବି ନଥିଲେ । ଏହାର ଉତ୍ତର ଦେଇ ଶ୍ରୀକୃଷ୍ଣ କହିଲେ ମୁଁ ସାରା ସଂସାରରେ ସମସ୍ତଙ୍କ ଭିତରେ ଚାରିଆଡେ ଅଛି ।

ଆକାଶରେ ଥିବା ଚଢେଇ ଆଉ ମାଟିରେ ଥିବା ଜୀବ ମାନେ ତ ତୁମକୁ ବିନା ବସ୍ତ୍ରରେ ଦେଖିଲେ । ଆଉ ନିବସ୍ତ୍ର ହୋଇ ଜଳକୁ ଯିବା ପରେ ଜଳରେ ଥିବା ଜୀବ ମାନେ ବି ତ ତୁମକୁ ଦେଖିଲେ ତେବେ କେହି ନାହାନ୍ତି କିପରି କହୁଅଛ ଗୋପୀ । ଆଉ ଜଳରେ ରହିଥିବା ଜଳଦେବ ବରୁଣ ମଧ୍ୟ ତୁମକୁ ନିବସ୍ତ୍ର ଭାବରେ ଦେଖିଲେ ।

ଗରୁଡ ପୁରାଣ ଅନୁଯାୟୀ ସ୍ନାନ କରୁଥିବା ସମୟରେ ପୂର୍ବ ପୁରୁଷମାନେ ଆମ ଚାରିପାଖରେ ରହିଥାନ୍ତି । ଏବଂ ଗାଧୋଉଥିବା ବସ୍ତ୍ରରୁ ପଡୁଥିବା ଜଳକୁ ସେମାନେ ଗ୍ରହଣ କରିଥାନ୍ତି । ତେଣୁ ଯଦି ଆପଣ ନିବସ୍ତ୍ର ହୋଇ ସ୍ନାନ କରିବେ ତେବେ ଆପଣଙ୍କ ଉପରେ ଆପଣଙ୍କ ପିତୃଗଣ କ୍ରୋଧ କରିଥାନ୍ତି ।

ଏହା ଫଳରେ ଆପଣଙ୍କର ବଳ ନଷ୍ଟ ହେବା ସହ ଆପଣଙ୍କ ଧନ ସମ୍ପତ୍ତିରେ ମଧ୍ୟ କ୍ଷୟ ଘଟିବାକୁ ଲାଗିଥାଏ । ଏବଂ ଆପଣ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡିଥାଏ । ଏହି କାରଣ ହେତୁ ମଣିଷକୁ କେବେ ମଧ୍ୟ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ୍ ହୋଇନଥା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *