Puzzle Game- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋତେ ନାହିଁ, କୁହ କଣ ? ଏହା ସହ ଆହୁରି 10+ ପଜଲ

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି ।

ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ଆଜିର ବିଷୟ ବସ୍ତୁ ରହିଛି କିଛି ପଜଲ ବା ପ୍ରହେଳିକା ଯାହା ଛୋଟ ଛୋଟ ପିଲା ମାନଙ୍କ ବୁଦ୍ଧି ଓ ବିକାଶରେ ନିଶ୍ଚିନ୍ତ ସହାୟକ ହେବ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କିଛି ପଜଲ ର ପ୍ରଶ୍ନ ଓ ଉତ୍ତର ।

୧- ଗୋଟିଏ ଗୁମ୍ଫା ରେ ୩୨ ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ କଣ ?

ଉତ୍ତର- ଦାନ୍ତ ।

୨- ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ ବୋଉ ର ସେ ନଣନ୍ଦ ହେବ କିଏ ସିଏ କୁହ ?

ଉତ୍ତର- ପିଉସୀ ନାନୀ ।

୩- ବାଛୁରି ର ହକ ମାରି ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ । କହିଲା ଭାବି କି ଦରବ ଇଏ ?

ଉତ୍ତର- କ୍ଷୀର ବା ଦୁଗ୍ଧ ।

୪- ବାହାରେ ସବୁଜ ଭିତରେ ଲାଲ ଲତା ରେ ଫଳେ ସେ ଫଳ ଟି ଗୋଲ କଟା ହେଲେ ହୁଏ ଖାଇ ଖରା ଦିନେ ସିଏ ଯାହାକୁ ଯେତେ ଲୋକ ଶୀତ ଦିନରେ ଦିଶେ ନାହି ?

ଉତ୍ତର- ତରଭୁଜ ।

୫- ମତେ କଟାଜାଏ ମତେ ଛେଚାଯାଏ ମତେ ଭାରି ବାଧେ ହେଲେ ମତେ କାଟୁଥିବା ଲୋକ ଲୁହ ଝରାଇ କାନ୍ଦେ ?

ଉତ୍ତର- ପିଆଜ ।

୬- ସବୁଜ ବେଣ୍ଟ କୁ ନାଲିଆ ଛୁରୀ କଷ୍ଟ ଦିଏ ସିଏ ଜ୍ଵହାର ପରି ପାଣି ପାଣି ବୋଲି ଚିଲାଏ ମଣିଷ ସତେ କି ଜୀବନ ଯାଏ ବାହାରି ?

ଉତ୍ତର- ନାଲି ଲଙ୍କା ।

୭- ଖରା ଦେଖି କି ମୁଁ ଆସିଥାଏ ଛାଇ ଦେଖି କି ମୁଁ ଲୁଚିଯାଏ ପବନ ଛୁଇଁଲେ ମତେ ମୁଁ ଲାଜେ ଲାଜେ ମରିଯାଏ ?

ଉତ୍ତର- ଝାଳ ।

୮- ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ ମା’ ପେଟରେ ଝିଅ ଟି ଗୋରି କହ ଏ କି ଗଣିତ ?

ଉତ୍ତର- ନଡିଆ ।

୯- ନାକ ରେ ଯଦି ଥରେ ମୁଁ ଛାଡି ଯିବୀ କାନ ଧରିକି ତୋତେ ମୁଁ ପଢେଇବି ?

ଉତ୍ତର- ଚଷମା ।

୧୦- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋତେ ନାହିଁ । କୁହ କଣ ?

ଉତ୍ତର- ତାରା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଏଭଳି ଜିକେ ନିଶ୍ଚୟ ଆପଣ ମାନଙ୍କ ପାଇଁ ନେଇ କରି ଆସିବୁ ।

Leave a Reply

Your email address will not be published. Required fields are marked *