ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଯଦି ସବୁଠାରୁ ବଡ ଶତ୍ରୁ କିମ୍ବା ସବୁଠାରୁ ବଡ ମାନସିକ ଚିନ୍ତା କିଛି ଥାଏ ତେବେ ତାହା ହେଉଛି କରଜ । ନିଜର ଅତ୍ୟାବଶ୍ୟକ ସମୟରେ ଧାର ନେଇଥିବା ଟଙ୍କାକୁ ଯେତେବେଳେ ମଣିଷ ସୁଝିପାରେ ନାହିଁ ସେ ମଣିଷ ଚିନ୍ତାରେ ଘାରି ହେବାକୁ ଲାଗିଥାଏ । ତେବେ ଆପଣଙ୍କର ଏହି ବଡ କରଜ ସମସ୍ୟାକୁ ନିଜ ମୁଣ୍ଡରୁ ସହଜରେ ଓଲ୍ହାଇବା ପାଇଁ ଚାହୁଁଥିଲେ କରନ୍ତୁ ଏହି ଉପାୟ । ସମ୍ପୂର୍ଣ କରଜ ମୁକ୍ତ ହୋଇଯିବେ ।
ଆପଣଙ୍କୁ ଏହି ଉପାୟ କରିବା ନିମନ୍ତେ ଏକ ତମ୍ବା ପାତ୍ରରେ ଜଳ ଆବଶ୍ୟକ । ଆପଣ ଏକ ଛୋଟ ତମ୍ବା ଢାଳରେ ଶୁଦ୍ଧ ଜଳ ଆଣନ୍ତୁ । ଏହାସହିତ କିଛି ଗଙ୍ଗା ଜଳ ମିଶାନ୍ତୁ । ଏହାପରେ ଆପଣ ସେଥିରେ ଅଳ୍ପ ଲାଲ ସିନ୍ଦୁର ପକାନ୍ତୁ । ଆପଣ ଶୋଇବା ସମୟରେ ସେହି ଜଳ ପୂର୍ଣ ଢାଳକୁ ନିଜ ମୁଣ୍ଡ ଉପରେ ରଖିଶୋଇ ପଡନ୍ତୁ ।
ଏହା କରିବାର ପରଦିନ ସକାଳୁ ଉଠି ସ୍ନାନ କରନ୍ତୁ । ଏବଂ ରାତିରେ ମୁଣ୍ଡ ପାଖରେ ରଖି ଶୋଇଥିବା ଜଳପୂର୍ଣ ଢାଳ ପାଣିକୁ ନିଜ ଘରର ତୁଲସୀ ଚଉରା ମୂଳରେ ଢାଳି ଦିଅନ୍ତୁ । ଯଦି ଆପଣଙ୍କ ଘରେ ତୁଲସୀ ଚଉରା ନାହିଁ ତେବେ ଆପଣ କୌଣସି ବାର ଗଛ କିମ୍ବା ଓସ୍ତ ଗଛ ମୂଳରେ ଏହିଜଳକୁ ଢାଳି ପାରିବ ।
ଆପଣ ଏହି ଉପାୟ କରିବା ଫଳରେ ଆପଣଙ୍କ ମୁଣ୍ଡରୁ କରଜ ଭାର କମିବାକୁ ଲାଗିଥାଏ । ଆପଣ କରଜ ସୁଝିବା ପାଇଁ ସକ୍ଷମ ହୋଇଥାନ୍ତି । ଆପଣଙ୍କ ଘରେ ଟଙ୍କାର ଅଭାବ ଆଉ କେବେ ଦେଖା ଦେବ ନାହିଁ । ଆପଣ ଏହି ଉପାୟଟିକୁ ଗୁରୁବାର ଦିନ ହିଁ ଆରମ୍ଭ କରିବା ଆବଶ୍ୟକ । ଆପଣଙ୍କୁ ଏହି କଥାର ଧ୍ୟାନ ବିଶେଷ ଭାବରେ ରଖିବାକୁ ପଡିବ ।
ଆପଣ ଗୁରୁବାର ଠାରୁ ଆରମ୍ଭ କରିଥିବା ଏହି ଉପାୟଟିକୁ ଆଗାମୀ ଗୁରୁବାର ପର୍ଯ୍ୟନ୍ତ ପ୍ରତ୍ୟକ ଦିନ କରିବା ଆବଶ୍ୟକ । ଆପଣ ଯଦି ଏହି ଉପାୟକୁ ସଠିକ ଭାବରେ ଆସ୍ଥାର ସହ ପୂରଣ କରନ୍ତି ତେବେ କରଜ ଆପଣଙ୍କ ପିଛା ଛାଡିଦେବ । ଜୀବନରେ ଧନ ରୋଜଗାର କରି ସକ୍ଷମ ହେବେ ଯାହାଦ୍ୱାରା ଆପଣ ନିଜର କରଜ ସୁଝିପାରିବେ ।
ଆପଣଙ୍କୁ ଆଉ କାହା ଆଗରେ ନିଜ ମୁଣ୍ଡ ନୂଆଁଇବାକୁ ପଡିବ ନାହିଁ । ଏହାଫଳରେ ଆପଣ ନିଜ ଜୀବନରେ ସୁଖ ଶାନ୍ତିରେ ରହିବେ । ଟଙ୍କା ଫେରାଇ ନଥିବା ଯୋଗୁ କାହାର କଟୁ କଥା ଆଉ ଆପଣ ମାନଙ୍କୁ ଶୁଣିବାକୁ ପଡିବ ନାହିଁ । ଆପଣ ଏହି ଉପାୟକୁ କରିବ ଫଳରେ ଜୀବନରେ ପରିବର୍ତ୍ତନ ଆସିବା ତେଣୁ ଆପଣ ନିଜ ମୁଣ୍ଡ ଟେକି ରାସ୍ତାରେ ଚାଲିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।