ସିଂହ ରାଶି 2023, Love ରାଶିଫଳ… ଦେଖନ୍ତୁ ସମ୍ପୂର୍ଣ୍ଣ ବାର୍ଷିକ ରାଶିଫଳ

ବନ୍ଧୁଗଣ ଗ୍ରହ ମାନଙ୍କର ସ୍ଥିତି ଓ ଚଳନ ଆମ ମାନଙ୍କ ଜୀବନରେ ନାନା ପ୍ରକାରର ପରିବର୍ତ୍ତନ ଆଣିଥାଏ । ଯାହା ଫଳରେ ଆମ ଜୀବନରେ କିଛି ଶୁଭ ପ୍ରଭାବ ପଡିଥାଏ ତ କିଛି ଅଶୁଭ ପ୍ରଭାବ ପଡିଥାଏ । ସିଂହ ରାଶିର ପ୍ରେମ ଜୀବନର ସ୍ଥିତି, ଦାଂପତ୍ଯ ଜୀବନ କେମିତି ରହିବ ୨୦୨୩ ବର୍ଷ ରେ ତାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ । ସେଥିପାଇଁ ୨୦୨୩ ବର୍ଷ ଟି ସିଂହ ରାଶିର ପ୍ରେମ ଜୀବନ କେମିତି ରହିବ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୩ ବର୍ଷ ଟି ବହୁତ ଭଲ ରହିବାର ଅଛି । ପ୍ରେମ ଜୀବନ ଦ୍ରୁଷ୍ଟି ରୁ ସାମାନ୍ଯ ରହିବ । କାରଣ ଆପଣଙ୍କ ରାଶିରେ ଦେବଗୁରୁ ବୃହସ୍ପତି ଜାନୁଆରୀ ରୁ ଏପ୍ରିଲ ୨୨ ଯାଏଁ ଅଷ୍ଟମ ଭାବରେ ବିରାଜିତ ରହିବେ । ଯାହା ଫଳରେ ଆପଣଙ୍କ ପ୍ରେମ ଜୀବନ ଓ ଦାଂପତ୍ଯ ଜୀବନରେ କେତେ ପ୍ରକାରର ସମସ୍ଯା ସାମନା କରିବାକୁ ପଡିବ । ଏହା ସହ ଶନି ଦେବ ସ୍ବରାଶି କୁମ୍ଭ ରାଶିକୁ ଗୋଚର କରି ଆପଣଙ୍କ ସପ୍ତମ ଭାବରେ ଇରମାନ କରିବେ । ଲଗ୍ନ ଭାବରେ ପୁନଃ ବାର ଦ୍ରୁଷ୍ଟି ରଖିବେ ।

ଯାହା ଫଳରେ ବିବାହ ଯୋଗ୍ୟ ବ୍ୟକ୍ତି ଙ୍କୁ ଉତ୍ତମ ପ୍ରସ୍ତାବ ମିଳିବାରେ କଷ୍ଟ ର ସାମ୍ନା କରିବାକୁ ଅଦୈବ । ଏହା ସହ ଆପଣଙ୍କ ବ୍ୟବାହରେ ନେଗେଟିଭ ଦେଖିବାକୁ ମିଳିବ । ଜୀବନ ସାଥିଙ୍କ ସହ କୌଣସି କାରଣ ବଶତ ବଡ ବିବାଦର ଆଶଙ୍କା ରହିଛି । ୨୨ ଏପ୍ରିଲ ପରେ ଦେବଗୁରୁ ବୃହସ୍ପତି ଆପଣଙ୍କ ରାଶିରେ ନବମ ଭାବରେ ଗୋଚର କରିବେ । ସୂର୍ଯ୍ୟ ଓ ଗୁରୁ ଙ୍କ ଉପସ୍ଥିତି କୃଷ୍ଣ ଯୋଗର ନିର୍ମାଣ କରିବ । ଯାହା ଫଳରେ ଆପଣଙ୍କୁ ପ୍ରେମ ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ ।

ଏହା ସହ ପରିବାରର ବରିଷ୍ଠ ଲୋକଙ୍କର ମାର୍ଗ ଦର୍ଶନ ଦାଂପତ୍ଯ ଜୀବନରେ ଚାଲୁଥିବା ସମସ୍ଯା ମାନ ର ସାଧାନ କରିବାରେ ସାହାଜ୍ଯ କରିବ । ଜାନୁଆରୀ ୧୭ ରେ ଶନି ଙ୍କ ବକ୍ରୀ ସ୍ଥିତି ବୈବାହିକ ଜୀବନରେ କିଛି ସମସ୍ଯା ଉତପନ କରିବ । ସେଥିପାଇଁ ବିଶେଷ ସାବଧାନ ରୁହନ୍ତୁ । ୨୩ ଜୁଲାଇ ଶୁକ୍ର ଗ୍ରହ ମଧ୍ୟ ଆପଣଙ୍କ ରାଶିରେ ବକ୍ରୀ ହେବ । ଯାହା ଫଳରେ ପ୍ରେମୀ ଙ୍କ ପ୍ରତି ଆପଣଙ୍କର ସନ୍ଦେହ ବୃଦ୍ଧି ପାଇବ । ବର୍ଷ ୨୦୨୩ ର ଶେଷ ଭାବରେ ସତର୍କ ରହିବାର ଜରୁରତ ରହିଛି ।

କାରଣ ୩୦ ଅକ୍ଟୋବର ରେ ଛାୟା ଗ୍ରହ ରାହୁ ଓ କେତୁ ଙ୍କ ଗୋଚର ଆପଣଙ୍କ ଅଷ୍ଟମ ଓ ଦ୍ଵିତୀୟ ଭାବରେ ହେବ । ଯାହା ଫଳରେ  ଆପଣଙ୍କୁ କେତେ ପ୍ରକାରର ସମସ୍ଯା ର ସାମନା କରିବାକୁ ପଡିବ । ପ୍ରେମ ସମ୍ପର୍କ ରେ ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ସମ୍ପର୍କ ରେ ଦୁରତ୍ଵ ଉତପନ କରିବ । ସେଥିପାଇଁ ବିଶେଷ ଭାବେ ସତର୍କ ରୁହନ୍ତୁ । ଆପଣଙ୍କ ପାଇଁ ପ୍ରତିକାର ହେଲା ପ୍ରତି ଦିନ ଶ୍ରୀ ନାରାୟଣ ଙ୍କ ପୂଜା କରନ୍ତୁ ନିଶ୍ଚୟ ଶୁଭ ଫଳ ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *