ଅନ୍ତିମ ଶବ ଯାତ୍ରା ସମୟରେ “ରାମ ନାମ ସତ୍ୟ ହୈ” କାହିଁକି କୁହାଯାଏ ? Garuda Purana

ଆମେ ଜାଣିଛେ କି ଏହି ସଂସାର ହେଉଛି ଏକ ଲୀଳା କରିବାର ଜାଗା ଯେଉଁ ତିରେ ଯାହାର ଅଭିନୟ ସରିବ ସେ ଅନ୍ୟ ଲୋକକୁ ଚାଲିଯିବ । ତେବେ ଦେଖିବା ପାଇଁ ଗଲେ ଏହି ଲୋକରେ ଜନ୍ମ ନେଇଥିବା ଲୋକ ଦିନେ ନା ଦିନେ ଅନ୍ୟ ଲୋକକୁ ଜୀବ । ଏହା ପରେ ସେ ଏହି ଧାମରେ ଥିବା ଲୋକଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ଥାଏ । ଯାହାକୁ ଆମେ ଶବ ସହ ଯିବା ସମୟରେ ମଧ୍ୟ କହି ଥାଉ । ସେହି ନାମାଟି ହେଉଛି ରାମ ନାମ ।

ଏହା ସତ୍ୟ ଅଟେ । ଜେଭଳି ମୃ-ତ୍ୟୁ ସତ୍ୟ ସେହି ଭଳି ରାମ ନାମ ମଧ୍ୟ ସତ୍ୟ ଅଟେ । ମହାଭାରତରେ ଏହା ବିଷୟରେ କୁହା ଯାଇଛି । ଏହା କହିବାର କାରଣ କଣ ଅଟେ ଏହାକୁ କହିବା ଦ୍ଵାରା କଣ ହୋଇଥାଏ ।

ଏହାକୁ କଣ ପାଇଁ ଲୋକମାନେ ଶବ ସହ ଯିବା ସମୟରେ ଯିବା ବେଳେ କୁହନ୍ତି କଣ ପାଇଁ ଏହାକୁ ଫେରିବା ବେଳେ କୁହନ୍ତି ନି । ଏହା ବିଷୟରେ ଯୁଧିଷ୍ଟିର ନିଜର ମତ ଦେଇ ଛନ୍ତି । ଯୁଧିଷ୍ଟିର ହେଉଛନ୍ତି ଧର୍ମ ରାଜ ସେ ଧର୍ମ ରୁ କେବେ ବାହାରିକି କିଛି ଭି କହି ନାହାଁନ୍ତି । ତାଙ୍କ ମତରେ ଧର୍ମ ସତ୍ୟ କୁ କହିବା ହିଁ ଅଟେ । ସେ କହିଛନ୍ତି କି ଯେତେବେଳେ କାହାର ଦେହାନ୍ତ ହୋଇ ଯାଏ ସେତେବେଳେ ତା ଶବ ସହ ଯାଉଥିବା ଲୋକ ମାନେ ରାମ ନାମ ସତ୍ୟ ବୋଲି କହିଥାନ୍ତି ।

ଏହା ପରେ ଶବ ଦାହ ପରେ ମଣିଷ ର ଶରୀର ପଞ୍ଚ ତତ୍ଵ ରେ ବିଲୀନ ହୋଇ ଯାଏ । ଏହା ପରେ ମସାଣି ରୁ ଫେରିବା ବେଳେ ସେମାନେ ରାମ ନାମ କୁ ଭୁଲି ନିଜ କାମ ଓ ସଂସାର ରେ ବ୍ୟସ୍ତ ରୂହନ୍ତି । ମୃ-ତ ବ୍ଯକ୍ତିର ଘର ଲୋକ ମାନେ ସେ ଅର୍ଜନ କରିଥିବା ସମ୍ପତି ପାଇଁ ଝଗଡା କରିଥାନ୍ତି । ଯୁଧିଷ୍ଟିର କହିଛନ୍ତି କି ପ୍ରତେକ ମଣିଷ କାହାର ନା କାହାର ଶବ ଯାତ୍ରାରେ ଯାଇ ଥାଏ ଓ ସେ ମଧ୍ୟ ଏହି ରାମ ନାମ କୁ ଘୋଷି ଥାଏ ।

କିନ୍ତୁ ଫେରିବା ପରେ ପୁଣି ସବୁ କିଛି ଭୁଲି ଯାଇଥାଏ ଏହା ଠାରୁ ବଡ ଆଶ୍ଚର୍ଯ୍ୟର ଘଟଣା ଆଊ କଣ ହୋଇ ପାରେ । ମଣିଷ ସବୁ ଦିନ ଶୁଣିକି ମଧ୍ୟ ଏହି ସତ୍ୟ କୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ନାହିଁ । କୁହା ଯାଏ କି ରାମ ନାମ ଜପିବା ଦ୍ଵାରା ଆମକୁ ଶୋକ ଦୁଃଖ ରୁ ମୁକ୍ତି ମିଳି ଥାଏ । ରାମ ନାମ ଜପିବା ଦ୍ଵାରା ଖରାପ ଚିନ୍ତା ଧାରା ଆମ ଠାରୁ ଦୂରେଇ ରହି ଥାଏ । ଶିବ ପୁରାଣ ଅନୁସାରେ କୁହା ଯାଇଛି କି ଶିବ ଜି ମଧ୍ୟ ସ୍ଵୟଂ ରାମ ନାମ ଜପ କରିଥାନ୍ତି ।

ଏହା ସହ ବାଲ୍ମୀକି ଋଷି ଯିଏ ଜଣେ ଡାକୁ ଥିଲେ ରାମ ନାମ ଦ୍ଵାରା ସେ ଏକ ମହାତ୍ମା ହୋଇଗଲେ ଓ ରାମାୟଣ ରଚନା କରିଦେଲେ । କୁହା ଯାଏ କି ମୃ-ତ-କ ବ୍ଯକ୍ତିର ଘର ଲୋକ ଏହାକୁ କହିବା ଦ୍ଵାରା ସେମାନଙ୍କୁ ସେହି ବ୍ୟକ୍ତିକୁ ଭୁଲିବାରେ ସାହାଜ୍ଯ ହୋଇ ଥାଏ । ତେଣୁ କଥାରେ ମଧ୍ୟ ଅଛି କି ରାମ ନାମ ଦ୍ଵାରା ମଣିଷ ପାପରୁ ମୁକ୍ତି ପାଇ ପାରିବ ।

Leave a Reply

Your email address will not be published. Required fields are marked *