ରାତିରେ ଘର ପୋଛିଲେ ଘରୁ ଲକ୍ଷ୍ମୀ ଛାଡି ଯାନ୍ତି କି? Jyotisha Shastra

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଧନ ର ଦେବୀ ମା ଲଷ୍ମୀଙ୍କୁ କୁହାଯାଏ । ଯଦି ମା ଲଷ୍ମୀଙ୍କ କୃପା ମିଳିଥାଏ ତେବେ ଧନ ର ଅଭାବ ରହି ନ ଥାଏ । ତେଣୁ ମା ଲଷ୍ମୀ ଙ୍କୁ ପୂଜା ଓ ଅନ୍ୟାନ୍ୟ ନିୟମ ଅନୁସାରେ ସନ୍ତୁଷ୍ଟ କରି ତାଙ୍କ କୃପା ମିଳିଥାଏ । ଆମେ ଜାଣିଚୁ ମା ଲଷ୍ମୀ ସର୍ବଦା ପରିଷ୍କାର ଓ ପରିଛନ୍ନତା ପସନ୍ଦ କରିଥାନ୍ତି । ତେଣୁ ଆମେ ସମସ୍ତେ ଚେଷ୍ଟା କରିଥାଉ କି ଘର ପରିଷ୍କାର ଓ ସ୍ୱଚ୍ଛ ରଖିବା ପାଈଁ । ତେବେ ଏହା ଆମ ଶାସ୍ତ୍ର ଅନୁସାରେ ନୁହଁ ବୈଜ୍ଞାନିକ ଅନୁସାରେ ମଧ୍ୟ ଭଲ ।

ଯଦି ଆପଣ ଘର ପରିସ୍କାର ରଖିବେ ତେବେ ଘରେ କୌଣସି ଜୀବାଣୁ ଆଦି ରହି ନ ଥାଏ । ତେଣୁ ଘର ସର୍ବଦା ପୋଛିବା ଓ ସଫା କରିବା ବହୁତ ଭଲ ହୋଇଥାଏ । ତେବେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି ଆମେ ରାତିରେ ଘର ସଫା କରିବା ଉଚିତ କି ନାହିଁ ?

ତେବେ ଘର ରାତିରେ ସଫା କରିବା ଉଚିତ ନୁହେଁ ଏହା ସବୁ ପୁରାତନ ଲୋକଙ୍କ ଚିନ୍ତା ଧାରା ରହିଥାଏ । ତେବେ ଆଗର ସମୟରେ ଲୋକମାନେ ଜଲ୍ଦି ଶୋଇବା ଅଭ୍ୟାସ ରଖିଥାନ୍ତି । ତେଣୁ ରାତିରେ କାର୍ଯ୍ୟ କରିବା ଦ୍ୱାରା ଶୋଇବା ବିଳମ୍ବ ହୋଇଥାଏ ।

ଯାହା ଫଳରେ ସେମାନେ ରାତି ରେ ଘର ସଫା ବାରଣ କରିଥାନ୍ତି । ଏହା ଛଡା ଆଗ ର ସମୟରେ ବିଜୁଳି ରହି ନ ଥାଏ ଯାହା ଫଳରେ ରାତି ରେ ସଫା କରିବା ଦ୍ୱାରା ଘର ର ସୁନା ଆଦି ଦାମୀ ଜିନିଷ ହଜିଥାଏ । ତେଣୁ ପୁରାତନ ସମୟର ଲୋକମାନେ ମନା କରିଥାନ୍ତି ରାତି ରେ ଘର ସଫା ବାରଣ କରିଥାନ୍ତି ।

କିନ୍ତୁ ଵର୍ତମାନ ସମୟର ଲୋକମାନେ ବିଳମ୍ବ ରାତି ରେ ଶୋଇଥାନ୍ତି ତେଣୁ ଆପଣ ରାତି ସମୟରେ ଘର ସଫା କରିବାରେ କୌଣସି ଅସୁବିଧା ହୋଇ ନ ଥାଏ । କାରଣ ଆଜି ର ସମୟରେ ଲୋକମାନେ ନିଜକୁ ପ୍ରତିଦିନ ଦିନ ସମୟରେ ବ୍ୟସ୍ତ ରଖୀଥାନ୍ତି । ତେବେ ରାତି ସମୟରେ ଆପଣ ଚାହିଁଲେ ଘର ସଫା କରିବା ଉଚିତ ।

ଏହା ଦ୍ୱାରା କୌଣସି ଅସୁବିଧା ହୋଇ ନ ଥାଏ । ଯଦି ଆପଣ ଦିନ ସାରା ସମୟ ପାଇ ନ ଥିବେ ତେବେ ଆପଣ ରାତି ରେ ଘର ସଫା କରି ପାରିବେ । ଏହା କୌଣସି ଶାସ୍ତ୍ର ବା ପୁରାଣ ରେ ବର୍ଣିତ ନାହିଁ ତେଣୁ ରାତି ରେ ଘର ସଫା କରିବା ଅନୁଚିତ ଏହା ଭୁଲ ଅଟେ । ତେଣୁ ଆପଣ ଯଦି ଚାହିଁବେ ଆପଣ ଘର ରାତିରେ ସଫା କରି ପାରିବେ । ଘର ସଫା କରିବା ଦ୍ୱାରା ମା ଲଷ୍ମୀଙ୍କ କୃପା ମିଳିଥାଏ ଓ ଆପଣଙ୍କ ଧନ ବୃଦ୍ଧି ହୋଇ ଥାଏ ।

Leave a Reply

Your email address will not be published. Required fields are marked *