ଋଣ ଏବଂ କରଜ ସୁଝି ପାରୁନଥିଲେ – ଥରେ ମାତ୍ର ଏହାକୁ ଦେଖନ୍ତୁ

ପ୍ରତେକ ବ୍ୟକ୍ତି କରଜ ବା ରୁଣ କରିବା ପାଇଁ ପସନ୍ଦ କରନ୍ତି ନାହି । କିନ୍ତୁ ପରିସ୍ଥିତିରେ ପଡି କରଜ କରିବାକୁ ପଡିଥାଏ । ଯେମିତିକି ପିଲାଙ୍କ ପାଠ ପଢା ପାଇଁ, ବିବାହ କରିବା ପାଇଁ, ଘର ତିଆରି କରିବା ପାଇଁ ଅନେକ ଲୋକ କରଜ କରିଥାନ୍ତି । କେହି କରଜ ସହଜରେ ସୁଝି ଦେଇଥାନ୍ତି । କିନ୍ତୁ କିଛି କ୍ଷେତ୍ରରେ ଲୋକ ମାନେ କରଜ ସୁଝି ପାରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ କରଜ ସୁଝିବାର ଉପାୟ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଅଧିକ ଦିନରୁ କର୍ଜରେ ବୁଡି ରହିଛନ୍ତି ତେବେ ଭଗବାନ ଗଣେଶ ଓ ଶିବଙ୍କର ପୂଜା ଆରାଧନା କରନ୍ତୁ । ଏପରି କରିବା ଦ୍ଵାରା ଆପଣ ଜଲ୍ଦି କରଜରୁ ମୁକ୍ତି ପାଇ ପାରିବେ ।

ଏହା ସହ ଆପଣ ଓମ ଗଣପତେୟ ନମହ ମନ୍ତ୍ର ଜପ କରିଲେ କରଜରୁ ମୁକ୍ତି ପାଇ ପାରିବେ । ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ କରଜ ଦେଉଛନ୍ତି ତେବେ ମଙ୍ଗଳବାର ଦିନ ଦିଅନ୍ତୁ ଓ ବୁଧବାର ଦିନ ଆପଣ ନିଜର ଟଙ୍କା ଫେରାଇ ଆଣନ୍ତୁ । ଭୁଲରେ ବି ମଙ୍ଗଳବାର ଦିନ କରଜ ନେବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କର କରଜ ଭାର ଅଧିକ ବଢିଯିବ । ଯଦି ଆପଣ କୌଣସି କ୍ଷେତ୍ରରୁ ଲୋନ ଆଣିଛନ୍ତି ତେବେ ଚେଷ୍ଟା କରନ୍ତୁ ମଙ୍ଗଳବାର ଦିନ ଏହାର ପ୍ରଥମ କିସ୍ତି ସୁଝିବା ପାଇଁ । ଏହା ସହ ନାଲି ମସୁର ଡାଲି ଆପଣ ଦାନ କରିଲେ ଆପଣ କରଜରୁ ମୁକ୍ତି ପାଇ ପାରିବେ । ଏହା ସହ ଆପଣ ନିଜ ଘରର ଇଶାଣ କୋଣ ସଫା ସୁତୁରା ରଖନ୍ତୁ ।

ଏପରି କରିବା ଦ୍ଵାରା ଆପଣ କରଜ ରୁ ମୁକ୍ତି ପାଇ ପାରିବେ । ଏହା ବ୍ଯତୀତ ଆପଣ ପ୍ରତେକ ବୁଧବାର ଦିନ ପ୍ରଭୁ ଗଣେଶଙ୍କର ସ୍ରୋତ ପାଠ କରନ୍ତୁ । ଯଦି ଆପଣ ବୁଧବାର ଦିନ ମୁଗ ଡାଲିକୁ ଭାଜି ଘିଅରେ ଗୁଳାଇ ଗାଈ ମାନଙ୍କୁ ଖାଇବାକୁ ଦେବେ ତେବେ ନିଶ୍ଚିନ୍ତ ଭାବେ ଆପଣଙ୍କର କରଜ ସମସ୍ଯା ଦୂର ହେବ । ପ୍ରତେକ ଦିନ ଘର ବାହାରେ ସୋରିଷ ତେଲରେ ଗୋଟେ ଦୀପ ଜଳାନ୍ତୁ । ଏପରି କରିବା ଦ୍ଵାରା ଭଗବାନ ଶନିଦେବଙ୍କର କୃପା ଦ୍ରୁଷ୍ଟି ରୁ ଆପଣଙ୍କର ସବୁ କରଜ ସୁଝିଯିବ । ଏହା ସହ ସୋରିଷ ତେଲ ଏକ ମାଟି ପାତ୍ରରେ ଭାରି ତାକୁ ଭଲ ଭାବେ ବନ୍ଦ କରି ଦିଅନ୍ତୁ ।

ଏହି ମାଟି ପାତ୍ରକୁ ନେଇ କୌଣସି ନଦୀ ଥିବା ଜାଗାରେ କୌଣସି ଶନିବାର ଦିନ ସୂର୍ଯ୍ୟାସ୍ତ ହେବା ସମୟରେ ପୋତି ଦିଅନ୍ତୁ । ଏହି ଉପାୟ ଟି କରିବା ଦ୍ଵାରା ବହୁତ ଜଲ୍ଦି ଆପଣଙ୍କର କରଜ ସୁଝି ହୋଇଯିବ । ଏହା ବ୍ଯତୀତ ଆପଣ କରଜରୁ ମୁକ୍ତି ପାଇବା ପାଇଁ ପ୍ରତେକ ଶନିବାର ଓ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ରାଶି ତେଲରେ ଗୋଟେ ଦୀପ ଜଳାନ୍ତୁ । ଏହା ସହ ହନୁମାନ ଚାଳିଶା ପାଠ କରନ୍ତୁ ।

ବନ୍ଧୁଗଣ ଏହି ସବୁ ଉପାୟ କରିବା ଦ୍ଵାରା ଆପଣ କରଜରୁ ମୁକ୍ତି ପାଇ ପାରିବେ । ଆମ ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *