ଆମ ହିନ୍ଦୁ ଧର୍ମରେ ଆମେ ଶାସ୍ତ୍ରକୁ ବହୁତ ପ୍ରାଧ୍ୟାନ୍ୟ ଦେଇଥାଉ । ଆମର ଦୈନନ୍ଦିନ କାର୍ଜ୍ୟକଳାପକୁ ନେଇ ଶାସ୍ତ୍ରରେ କିଛି ବାରଣ ଅଛି । ଆସନ୍ତୁ ଆମେ ଆଜି ଏମିତି କିଛି ଜାଣିବା । ଏମିତି ବହୁତ ସମୟ ହୁଏ ଶାରୀରିକ ଓ ମାନସିକ ପରିଶ୍ରମ ପରେ ଆମକୁ ଥକାପଣ ଅନୁଭବ ହୁଏ । ଏହି କାରଣରୁ ଆମେ ଅସମୟରେ ଶୋଇପଡୁ । କିନ୍ତୁ କିଛି ନିର୍ଦ୍ଧିଷ୍ଟ ସମୟରେ ଶୋଇବା ସମ୍ପୂର୍ଣ ଭାବେ ଭୁଲ ବୋଲି ଶାସ୍ତ୍ରରେ ଦର୍ଶାଯାଇଛି ।
ଅସମୟରେ ଶୋଇବା ଆପଣଙ୍କୁ ଆରାମ ଦେଇଥାଏ ସତ କିନ୍ତୁ ପରେ ଏହା ଆପଣଙ୍କ ପାଇଁ ହାନିକାରକ ହେଇପାରେ । ସମ୍ପୂର୍ଣ ଦିବସ ମଧ୍ୟରୁ କିଛି ସମୟରେ ଶୋଇଲେ ମାତା ଲକ୍ଷ୍ମୀ ଛାଡି ଯାଇପାରନ୍ତି ।
ଏହି ସମୟରେ ଶୋଇଲେ ଦେବୀ-ଦେବତା ରୁଷ୍ଟ ହୋଇ ପାରନ୍ତି
1. ଶାସ୍ତ୍ରରେ ନିଦକୁ ନେଇକି କୁହାଯାଇଛି କି “ଦିବାସ୍ଵାପମ ଚ ବର୍ଜୟତ “ ଅର୍ଥାତ ଦିବା ସମୟରେ ଶୋଇବା ଶାସ୍ତ୍ର ବିରୋଧୀ ଅଟେ ।
2. ଶାସ୍ତ୍ରରେ କୁହାଯାଇଛି କି ଦ୍ଵିପହର ଓ ସନ୍ଧ୍ୟା ସମୟରେ ଦେବୀ ଦେବତା ମାନେ ଧରାପୃଷ୍ଠରେ ରୁହନ୍ତି । ତେଣୁ ଏହି ସମୟରେ ଶୋଇଲେ ମଣିଷ ସେମାନଙ୍କ ଆଶୀର୍ବାଦରୁ ବଞ୍ଚିତ ହୁଏ ।
3. ଦିନ ଦ୍ଵିପହର ଠାରୁ ଆରମ୍ଭ କରି ସନ୍ଧ୍ୟା ସମୟ ମଧ୍ୟରେ ଶୋଇବା ଅଶୁଭ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।
4. ଦିନରେ ଏମିତି କିଛି ସମୟ ଅଛି ଯେଉଁ ସମୟରେ ଶୋଇଲେ ଶାସ୍ତ୍ରରେ ତାକୁ ଅଶୁଭ ବୋଲି କୁହାଯାଇଛି । ଯେମିତିକି ସୂର୍ଯ୍ୟ ଉଦୟ ପରେ ଶୋଇବା ଅଶୁଭ ବୋଲି କୁହାଯାଇଛି ।
5. ସୁର୍ୟୋଦୟ ପୂର୍ବରୁ ଶ-ଯ୍ୟା-ତ୍ୟା-ଗ କରିବା ପରେ ମୁକ୍ତ ଆକାଶ ତଳେ ଭ୍ରମଣ କଲେ ଦେହ ସୁସ୍ଥ ରହିଥାଏ ।
6. ଦିବା ସମୟରେ ଶୋଇବା ଗୋଟେ ସୁସ୍ଥ ମଣିଷର ବର୍ବାଦର କାରଣ ହୋଇଥାଏ । ତାହାର ଜୀବନର ସ୍ଥାୟିତ୍ଵ ନଥାଏ ଓ ସେ ବ୍ୟକ୍ତି ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାଏ ।
7. ଦ୍ଵିପହର କିମ୍ବା ସନ୍ଧ୍ୟା ସମୟରେ ଶୋଇଲେ ପେଟ ସମ୍ଭଧୀତ ରୋଗ ହୁଏ ଓ ମନ ଅଶାନ୍ତ ରୁହେ ।
8. ଦ୍ଵିପହର କିମ୍ବା ସନ୍ଧ୍ୟା ସମୟରେ ଶୋଇଲେ ମାନସିକ ଶକ୍ତି ଦୁର୍ବଳ ହୁଏ, ଶରୀରରେ ଅଳସ ଅନୁଭବ ହୁଏ । ଏହି କାରଣରୁ ରୋଗର ପ୍ରଭାବ ରହିଥାଏ ।
9. ଛୋଟପିଲା, ରୋଗୀ, ବୃଦ୍ଧ ବ୍ୟକ୍ତି ଆଦି ଦିନରେ ଶୋଇପାରିବେ । ଏମାନଙ୍କ ପାଇଁ ଶାସ୍ତ୍ରରେ ଶୋଇବା ଉପରେ କିଛି ପ୍ରବନ୍ଧ ଲଗାଯାଇ ନାହିଁ ।
10. ସନ୍ଧ୍ୟା ସମୟରେ ଘରେ ପୂଜାପାଠ ଓ ଭଗବାନଙ୍କ ଭଜନ କରିବା ଉଚିତ, ଏହା ଦ୍ଵାରା ଘରର ଦୁର୍ଭାଗ୍ୟ ଦୂର ହୁଏ ଓ ଶରୀରର ରୋଗ ସମସ୍ଯା ଦୂର ହୁଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ଯଦି ପସନ୍ଦ ଆସିଥାଏ ତେବେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅନେକ ଭଲ ଭଲ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।