ସବୁଦିନ ସନ୍ଧ୍ୟାରେ ଏହିଭଳି ଦୀପ ଜଳାନ୍ତୁ ଏବଂ ନିଜେ ଦେଖନ୍ତୁ ଚମତ୍କାର, ଦୁନିଆର ସମସ୍ତ ଧନ ସମ୍ପତ୍ତି ଆପଣଙ୍କ ଗୋଡ ତଳେ ଆସି ପହଞ୍ଚିବ-Ajira Anuchinta

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ପୂଜା ଅର୍ଚନା ସମସ୍ତେ କରିଥାନ୍ତି । କିଛି ଲୋକ ଥାନ୍ତି ଯେଉଁମାନେ ଠାକୁରଙ୍କୁ ବିଧି ବଦ୍ଧ ଭାବେ ପୂଜା କରିଥାନ୍ତି ଆଉ କିଛି ଲୋକ ଥାନ୍ତି ପୂଜାକୁ ଗୋଟିଏ କାମ ଭାବି ବାସ ପୂଜା ସାରି ଚିନ୍ତା ମୁକ୍ତ ହେବା କଥା ଭାବନ୍ତି । ତେବେ ଆପଣ ଠାକୁରଙ୍କ ପାଖରେ ଦୀପ ତ ନିଶ୍ଚୟ ଜାଳୁଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କେଉଁ ନିୟମ ସହ ଦୀପ ଜାଳିବା ଦ୍ଵାରା ଆପଣଙ୍କୁ ଅପାର ଧନର ପ୍ରାପ୍ତି ହୋଇଥାଏ ।


ପ୍ରଥମ: ପ୍ରତ୍ୟକ ସନ୍ଧ୍ୟାରେ ହିଁ ଆପଣଙ୍କୁ ଆପଣଙ୍କ ଠାକୁର ଘରେ ଦୀପ ଜାଳିବା ଉଚିତ । ଯଦି ଆପଣ ଏହା କରନ୍ତି ନାହିଁ ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଦିତୀୟ: ଯେଉଁ ଘରେ ବହୁତ ଲୋକ ରୋଗଗ୍ରସ୍ତ ହୋଇଥାନ୍ତି ରୋଗ ସେମାନଙ୍କ ପିଛା ଛାଡେ ନାହି ତେବେ ଆପଣ ପ୍ରତ୍ୟକ ଦିନ ପୂର୍ବ ଦିଗକୁ ମୁହଁ କରି ଘିଅର ଦୀପ ବା ସୋରିଷ ତେଲରେ ମଧ୍ୟ ଦୀପ ଜାଳିପାରିବେ ।

ତୃତୀୟ: ଧନ ସହ ଜଡିତ ସମସ୍ୟା କିମ୍ବା ଚାକିରି ସହ ଜଡିତ ସମସ୍ୟା ବହୁତ ଚିନ୍ତା ଦେଇଥାଏ । ତେବେ ଆପଣ ଘରର ଉତ୍ତର ଦିଗରେ ପ୍ରତିଦିନ ଘିଅ ଦୀପ ଜାଳିବା ଉଚିତ । ଏହା କରିବା ଆପଣ ଗୋଟିଏ ଦିନ ମଧ୍ୟ ଭୁଲନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଧନ ସହ ଜଡିତ ଥିବା ସମସ୍ୟା ଦୂର ହୋଇଯାଇଥାଏ । ଯେଉଁ ଲୋକ ବେରୋଜଗାର ଥାନ୍ତି ସମାନଙ୍କ ପାଇଁ ରୋଜଗାରର ବାଟ ଖୋଲିଯାଏ ।

ଚତୁର୍ଥ: ଘିଅ ଦୀପ ଜଳିବା ପରେ ସେଥିରୁ ବାହାରୁଥିବା ଊର୍ଜା ଆପଣଙ୍କ ଘରର ମହୋଲକୁ ଶାନ୍ତିରେ ଭରି ରଖିଥାଏ । ସେହିପରି ତେଲର ଦୀପ ଜଳିବା ଦ୍ଵାରା ଆପଣଙ୍କ ଘରେ ରହିଥିବା ସମସ୍ତ ନକରତ୍ମକ ଶକ୍ତିର ଅନ୍ତ ଘଟିଥାଏ । କାରଣ ଏହି ଦୀପରୁ ବାହାରୁଥିବା ଊର୍ଜା ବା ଧୂଆଁ ନକରାତ୍ମକ ଶକ୍ତିକୁ ଘରୁ ଦୂର କରିଦେଇଥାଏ ।

ଏବଂ ଘରର ଆଖ ପାଖ ମହୋଲକୁ ସକାରାତ୍ମକ କରି ରଖିଥାଏ । ସନ୍ଧ୍ୟା ସମୟରେ ଏହିସବୁ କରିବା ବିଲକୁଲ ଭୁଲନ୍ତୁ ନାହିଁ । ତେବେ ଯାଇ ଆପଣ ନିଜ ଜୀବନରେ ସଫଳତା ପାଇପାରିବେ । ଏବଂ ଆପଣଙ୍କର ସମସ୍ତ ମନସ୍କାମନା ଏହାଦ୍ୱାରା ପୂରଣ ହୋଇଥାଏ । ପଞ୍ଚମ: ଯେଉଁଲୋକ ସନ୍ଧ୍ୟା ସମୟରେ ଦୀପ ଜାଳନ୍ତି ନାହି ସେମାନଙ୍କ ଘରେ ସବୁବେଳେ ଅସୁବିଧା ଲାଗି ରହିଥାଏ ।

ଆପଣ ଗୋଟିଏ ଅସୁବିଧାରୁ ବାହାରିବା ବେଳକୁ ଆଉ ଏକ ଅସୁବିଧା ଆପଣଙ୍କ ପାଖରେ ଆସି ପହଞ୍ଚି ଯାଇଥାଏ । ସବୁବେଳେ ଧନର ଅସୁବିଧା ଆପଣଙ୍କ ଘରେ ଲାଗିରହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *