ସକାଳୁ ଉଠି କହି ଦିଅନ୍ତୁ ଏହି 2ଟି ଶବ୍ଦ, ବିନା ପୂଜାରେ ମହାଦେବ ହେବେ ପ୍ରସନ୍ନ, ପୁରା ହେବ ସମସ୍ତ ଇଚ୍ଛା  

ଜୀବନରେ ମଣିଷ ବହୁତ ଦୌଡି ଥାଏ ଆଉ ବହୁତ ପରିଶ୍ରମ ମଧ୍ୟ କରିଥାଏ । ପୂଜା କରିବାର ସମୟ ମିଳିନଥାଏ, ମନ ଚାହିଁ ଥାଏ ପୂଜା କରିବା ପାଇଁ କିନ୍ତୁ ବ୍ୟସ୍ତତା ଭିତରେ କରି ପାରି ନଥାଉ । ତେବେ ଗୋଟିଏ ଛୋଟ ମନ୍ତ୍ର ରହିଛି ଯାହା ମହା ମନ୍ତ୍ର ଅଟେ । ଜୀବନର ଦୁଖ ମିଟାଇବ । ଏହି ବ୍ୟସ୍ତ ମୟ ଜୀବନରେ କାହା ପାଖରେ ସମୟ ରହୁ ନହିଁ ପୂଜା କରିବା ପାଇଁ, ଖାଲି ପୂଜା କରିବା ପାଇଁ ପାଞ୍ଚ ମିନିଟ କି ଦଶ ମିନିଟ ଦରକାର ହୋଇନଥାଏ ତା ପାଇଁ ନିଜ ମନରୁ ଇଛାର ଆବଶ୍ୟକତା ହୋଇଥାଏ ।


ଗୋଟିଏ ଗପ ମାଧ୍ୟମରେ ଆଜି ଆମେ ଜାଣିବା । ଦିନକର ମହାଦେବ ନିଜ ପ୍ରିୟ ପତ୍ନୀଙ୍କୁ ନୁଜ ସହିତ ଭୋଜନ କରିବାକୁ ଅନୁରୋଧ କରିଥିଲେ । ତେବେ ମା ଭଗବତୀ ପାର୍ବତୀ କହିଲେକି ସେ ବିଷ୍ଣୁ ସହସ୍ର ମନ୍ତ୍ରର ଜପ କରୁଛନ୍ତି । ଅଳ୍ପ ସମୟ ଅପେକ୍ଷା କରିକି ମହାଦେବ ମା ପାର୍ବତୀଙ୍କୁ ଡକାଇଲେ । ମା ପାର୍ବତୀ ଏହା କହିଲେ ସେ ବିଷ୍ଣୁ ସହସ୍ର ନାମ ପାଠ ପରେ ବିଶ୍ରାମ ନେଇକି ଯାଇପାରିବେ । ମହାଦେବଙ୍କୁ ଶୀଘ୍ରତା ଥିଲା ଭୋଜନ ଥଣ୍ଡା ହେଉଥିଲା ଶେଥି ଲାଗି ଭୋଳାନାଥ କହିଲେ ପାର୍ବତୀ ରାମ ରାମ କୁହ ।

ଗୋଟିଏ ଥର ରାମ ରାମ କହିବା ଦ୍ଵାରା ବିଷ୍ଣୁ ସହସ୍ର ନାମ ପାଠର ଫଳ ମିଳିଯିବ । କାରଣ ଭଗବାନ ଶ୍ରୀ ରାମ ହିଁ ବିଷ୍ଣୁ ହିଁ ସହସ୍ର ନାମ ତୁଲ୍ୟ ଅଟେ । ଏହିଭଳି ମହାଦେବଙ୍କ ମୁଖରୁ ରାମ ରାମ ଯାହା ବିଷ୍ଣୁ ସହସ୍ର ନାମ ସହ ତୁଳନା ଶୁଣି ଏହାକୁ ଜପ କରି ପ୍ରସନ୍ନ ହେଲା ପରେ ମହାଦେବଙ୍କ ସହ ଭୋଜନ କରିବାକୁ ଯାଉଥିଲେ । ଏହି ମନ୍ତ୍ରକୁ ଶ୍ରୀରାମଙ୍କ ତାରକ ମନ୍ତ୍ର ବୋଲି କୁହାଯାଏ ।

ଆଉ ସେ ମନ୍ତ୍ର ଅଟେ ”ରାମ ରମେତି ରମେ ରାମେ ମନୋରମେ । ସହସ୍ର ନାମ ତତୁନ୍ୟମ ରାମ ନାମ ବରାନନେ ” । ଏହି ମନ୍ତ୍ର ସକାଳୁ ସକାଳୁ ସୋଇକି ଉଠିଲା ପରେ ବା ପୂଜା କରିବା ପରେ ଆପଣ ଏହି ମନ୍ତ୍ର ଜପ କରି ପାରିବେ । କାରଣ ଏହା ମାତା ପାର୍ବତୀ ସ୍ଵୟଂ ଜପି ଥାନ୍ତି । ଏହି ମନ୍ତ୍ର ପୁରା ପାଞ୍ଚ ବାର ଜପ କରି ପାରନ୍ତି । ସକାଳେ ଗାଧୋଇଲା ପରେ ଓ ରାତିରେ ଶୋଇବା ପୂର୍ବରୁ ଜପ କରି ପାରନ୍ତି ।

Leave a Reply

Your email address will not be published. Required fields are marked *