କେଉଁ ଦିଗରେ ବିବାହ ହେବ ଆପଣଙ୍କର, ଜାଣନ୍ତୁ

ଆମେ ଜାତକରୁ ଦେଖିବା ପାଇଁ ଆମ ଜାତକ ରୁ ଆମେ ବିବାହ ଦିଗ ସ୍ଥିର କରୁ । ଆଜି ଆମେ କହିବା ପାଇଁ ଯାଉଛୁ କି ଯଦି ଆପଣ ଜାଣିବା ଅପାଇନ ଚାହୁଁ ଛନ୍ତି କି ବିବାହ କେଉଁ ଦିଗରେ ହେବ । ତେବେ ଆମେ କହିବା ପାଇଁ ଯାଉଥିବା ଜିନିଷକୁ ମନେ ରଖନ୍ତୁ ଓ ଏହା ଦ୍ଵାରା ସୂତ୍ର ପକେଇକି ଆପଣ ଏହାକୁ ଦେଖିବେ ଓ ଜାଣି ପାରିବେ । ମେଷ ରାଶିର ଅଧି ପତି ହେଉଛନ୍ତି ମଙ୍ଗଳ । ବୃଷ ରାଶିର ଅଧି ପତି ଶୁକ୍ର ।

ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ । କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ରମା । ସିଂହ ରାଶିର ଅଧିପତି ହେଉଛନ୍ତି ରବି । କନ୍ୟା ରାଶିର ଅଧିପତି ହେଉଛନ୍ତି ବୁଧ । ତୁଳା ରାଶିର ଅଧି ପତି ହେଉଛନ୍ତି ଶୁକ୍ର । ବିଛା ରାଶିର ଅଧିପତି ମଙ୍ଗଳ । ଧନୁ ରାଶିର ଅଧିପତି ହେଉଛନ୍ତି ବୃହସ୍ପତି । ମକର ରାଶିର ଅଧିପତି ହେଉଛନ୍ତି ଶନି । କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି ଓ ମୀନ ରାଶିର ଅଧିପତି ହେଉଛନ୍ତି ବୃହସ୍ପତି । ଏହି 12 ତି ରାଶିରୁ ଆମେ ଜାଣିଲୁ କି ରବି ଓ ଚନ୍ଦ୍ର ଙ୍କ ଗୋଟେ ରାଶି ଓ ଚନ୍ଦ୍ରମା ର ମଧ୍ୟ ଏକ ରାଶି ଅଛି । ମଙ୍ଗଲ ଙ୍କ ଦୁଇ ରାଶି । ବୁଧ, ବୃହସ୍ପତି, ଶନି ସବୁଙ୍କର ଦୁଇଟି ଲେଖାଏଁ ରାଶି । ରବିଙ୍କ ଦିଗ ପୂର୍ବ ।

ଚନ୍ଦ୍ରମା ଙ୍କ ଦିଗ ଉତ୍ତର ପଶ୍ଚିମ ଦିଗ । ବୁଧଙ୍କ ଉତ୍ତର ଦିଗ । ବୃହସ୍ପତି ଙ୍କ ଦିଗ ହେଉଛି ଉତ୍ତର ପୂର୍ବ ଦିଗ । ଶୁକ୍ରଙ୍କ ଦିଗ ହେଉଛି ଦକ୍ଷିଣ ଓ ପୂର୍ବ ଦିଗ । ଶନିଙ୍କ ଦିଗ ହେଉଛି ପଶ୍ଚିମ ଦିଗ । ରାହୁଙ୍କ ଦିଗ ହେଉଛି ଦକ୍ଷିଣ ପଶ୍ଚିମ ଦିଗ । କେତୁ ବାୟୁ କୋଣରେ ରହି ଥାନ୍ତି । ଆପଣ ନିଜ ବିବାହ ଦିଗ ଜାଣିବା ପାଇଁ ଶୁକ୍ର ଯେଉଁ ଜାଗାରେ ବଶି ଥିବ । ମାନେ ଜାତକ ରେ ଯେଉଁ ଜାଗାରେ ଥିବ ଜନ୍ମ ସମୟରେ ତାହାର ସପ୍ତମ ରାଶିର ଅଧିପତି ଙ୍କ ଦିଗରେ ବିବାହ ହେବ । ଆସନ୍ତୁ ଉଦାହରଣ ଦେଇ ବୁଝାଇ ଦେବୁ । ଯଦି ଏକ ଜାତକ ରେ ଶୁକ୍ର ଗ୍ରହ କର୍କଟ ରାଶିରେ ଅଛନ୍ତି ତେବେ । ଏହାର ସପ୍ତମ ରାଶି ହେଉଛି ମକର ।

ମକର ରାଶିର ଅଧିପତି ହେଉଛନ୍ତି ଶନି ଦେବ ଓ ଏହାଙ୍କ କୋଣ ପଶ୍ଚିମ କୋଣ ଏହି ଦିଗରେ ଆପଣଙ୍କ ବିବାହ ହେବ । ଆଉ ଏକ ଉଦାହରଣ ନେବା । ଏକ ବ୍ଯକ୍ତିର ଶୁକ୍ର ଗ୍ରହ ମୀନ ରାଶିରେ ଅଛି । ଯଦି ଦେଖିବା ପାଇଁ ଯିବା ତ ଏହା ପରେ ସାତ ରାଶି ଯାଏ ଦେଖିଲେ କନ୍ୟା ରାଶି ଆସୁଛି । ଏହାର ଅଧିପତି ହେଉଛନ୍ତି ବୁଧ ଗ୍ରହ ଓ ଏହାଙ୍କ ଦିଗ ହେଉଛି ଉତ୍ତର ଦିଗ । ଏହା ଜଣା ପଡିଲା କି ସେହି ବ୍ଯକ୍ତିର ବିବାହ ଉତ୍ତର ଦିଗ ରେ ହେବା ପାଇଁ ଯାଉଛି । ଆଉ ଏକ ସୂତ୍ର ଦ୍ଵାରା ଆପଣ କାଢି ପାରିବେ ଲଗ୍ନର ସପ୍ତମ ଭାବର ଅଧିପତି ଙ୍କ ଦିଗରେ ଆପଣଙ୍କ ବିବାହ ହେବ ।

Leave a Reply

Your email address will not be published. Required fields are marked *