Vastu Shastra- ସକାଳେ ଘରର ମୁଖ୍ୟ କବାଟ ଖୋଲିବା ପରେ କରନ୍ତୁ ଏହି ଛୋଟ କାମ, ଘରକୁ ଆସିବ ସୁଖ ସମୃଦ୍ଧି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀଵନ ରେ ଶାସ୍ତ୍ର ର ଅନେକ ମହତ୍ତ୍ୱ ରହି ଅଛି । ଶାସ୍ତ୍ର ରେ ମନୁଷ୍ୟ ର ସମସ୍ତ ବିଷୟ ସମ୍ପର୍କରେ ସୂଚନା ଦିଆ ଯାଇଥାଏ । ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି କରିବା ଉଚିତ । ଘରେ ସୁଖ ଶାନ୍ତି ରହିବାକୁ ହେଲେ କେତେକ ଉପାୟ କରିବାକୁ ପଡିଥାଏ । ସେହିଭଳି ରହୁଥିବା ଘରର ଦ୍ୱାରର ମୁହଁ ର ମଧ୍ୟ ମହତ୍ୱ ରହିଛି । ଘରର ମୁଖ୍ୟ ଦ୍ୱାର ର ବହୁତ ମହତ୍ୱ ରହିଥାଏ ।

ଯଦି ଘର ର ଦ୍ୱାର ମୁହଁ ବାସ୍ତୁ ଅନୁଯାୟୀ ହୋଇଥାଏ ତେବେ ସେହି ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ରହିଥାଏ ଏବଂ ସେହି ଘରେ ରହୁଥିବା ଲୋକଙ୍କ ସୁଖ ସମୃଦ୍ଧି ବଢିଯାଏ । ଶାସ୍ତ୍ର ରେ ମୁଖ୍ୟ ଦ୍ୱାର କୁ ଗ୍ରହ ମାନଙ୍କ ଦ୍ୱାର ବୋଲି ମନାଯାଏ ।

ଭାରତୀୟ ହିନ୍ଦୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାର କୁ କଳସ,ଆମ୍ବ ପତ୍ର,ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଯାଇବାର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା ଘରର କିଛି ସମସ୍ୟା ଦୂର କରିବା ପାଇଁ ଉପାୟ । ଘର ର ଦ୍ଵାର ମୁହଁରେ ଏହି ଦୁଇଟି ଉପାୟ କରିବା ଦ୍ଵାରା ଘର ର ସମସ୍ୟା ଦୂର ହୋଇଯିବ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ମୁଖ୍ୟ ଦ୍ୱାର ଅନେକ ଗୁଡିଏ ଦୋଷରୁ ଦୂର କରିଥାଏ । ଯଦି ଆପଣ କିଛି ଛୋଟ ବଡ ଅସୁବିଧା କୁ ନେଇକି ଚିନ୍ତିତ ରହୁଛନ୍ତି ତେବେ କିଛି ଉପାୟ କରିବା ଦ୍ୱାରା ତାହା ଦୂର ହୋଇଯିବ ।

ଯେତେବେଳ ଆପଣ ଦ୍ୱାର ମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗା ଜଳ ଆଣିକି ଛିଞ୍ଚନ୍ତୁ । ଘର ର କବାଟରେ ସ୍ୱସ୍ତିକ ଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ସେହି ସ୍ୱସ୍ତିକ ଚିହ୍ନକୁ ହଳଦୀ ଓ ସିନ୍ଦୁର ଦ୍ଵାରା କରନ୍ତୁ । ଏବଂ ବନ୍ଧୁଗଣ ଆପଣ ଏହାକୁ ସୂର୍ଯ୍ୟ ଉଦୟ ପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘର ର ଦ୍ଵାର ମୁହଁରେ ଅଶୋକ ଓ ଆମ୍ବର ପତ୍ରକୁ ସୂତାରେ ବାନ୍ଧି ଘର ର ଦୁଆର ମୁହଁରେ ଲଗାନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଘରକୁ କୋୖଣସି ଖରାପ ଶକ୍ତି ପ୍ରଵେଶ କରିପାରିବ ନାହିଁ ।

ଏପରି କରିବା ଦ୍ୱାରା ଆପଣଙ୍କ ର କୌଣସି ସମସ୍ୟା ରହିବ ନାହିଁ । ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ । କେବେ ମଧ୍ୟ କାହାର କୌଣସି ଅସୁବିଧା କିମ୍ବା ଅଭାବ ରହିବ ନାହିଁ । ଅର୍ଥ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳିବ ନାହିଁ ପତି ପତ୍ନୀ ଙ୍କ ମଧ୍ୟ ରେ ସମ୍ପର୍କ ଖୁବ ଭଲ ରହିବ । ଆପଣଙ୍କ ଘର ଉପରେ କୌଣସି କୁ ଦୃଷ୍ଟି ପଡିବ ନାହିଁ । ଯଦି ଆପଣ ଏହି ନିୟମ ଗୁଡିକୁ ମାନି ଚଳିବେ ତେବେ ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ର ବିନାଶ ଘଟିବ ।

ଯଦି ଆପଣଙ୍କର ଦ୍ୱାର ସବୁ ବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟ ଦ୍ୱାର ମାଧ୍ୟମ ରେ ଘରକୁ ସମସ୍ତ ପ୍ରକାର ଭଲ ଶକ୍ତି ପ୍ରବେଶ କରିଥାନ୍ତି । ଏହା ଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ସବୁବେଳେ ଖୁସି ରେ ରହିଥାନ୍ତି । ଘର ର ମୁଖ୍ୟ ଦ୍ୱାର ଉପରେ କେବେ ମଧ୍ୟ କୌଣସି ପ୍ରକାର ବୃକ୍ଷ ର ଛାଇ ପଡିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *