ସ୍ୱାମୀ ଓ ସ୍ତ୍ରୀ ସମ୍ଭୋଗ କରିବା ବେଳେ କାହାକୁ ବେଶୀ ଆନନ୍ଦ ମିଳିଥାଏ ? ଏହାର ପ୍ରଶ୍ନ ଵର୍ତମାନ ବିଜ୍ଞାନ ମଧ୍ୟ ଖୋଜିପାରି ନାହିଁ । ତେବେ ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ପ୍ରଶ୍ନର ଉତ୍ତର ପ୍ରାଚୀର ଯୁଗର ମହାଭାରତରେ ଲେଖା ହୋଇଛି । ଏକଦା ପାଣ୍ଡବ ପୁତ୍ର ଯୁଧିଷ୍ଠିର ନିଜର ପିତାମହ ଭୀଷ୍ମ ଙ୍କୁ ଭେଟିବାକୁ ଯାଇଥିଲେ । ଭୀଷ୍ମ ଯୁଧିଷ୍ଠିରଙ୍କୁ ପଚାରିଲେ ତୁମେ କାହିଁକି ଚିନ୍ତିତ ଲାଗୁଛ । ଯୁଧିଷ୍ଠିର କହିଲେ ମୁଁ ବହୁଦିନରୁ ଏହି ପ୍ରଶ୍ନର ଉତ୍ତର ଖୋଜୁଛି କି ସଂଭୋଗ ବେଳେ କିଏ ସବୁଠାରୁ ବେଶୀ ଆନନ୍ଦ ହୋଇଥାଏ ।
ଭୀଷ୍ମ ତାଙ୍କୁ କହିଲେ ପୁତ୍ର ମୁଁ ତୁମକୁ ଏକ କାହାଣୀ କହୁଛି ଯାହା ଦ୍ୱାରା ତୁମର ଏ ପ୍ରଶ୍ନର ଉତ୍ତର ମିଳିଯିବ । କାହାଣୀଟି ହେଉଭି ଭଂଶ୍ଵନା ଓ ସାକରା ବିଷୟରେ । ବହୁଦିନ ଆଗରୁ ଭଂଶ୍ଵନା ନାମର ଜଣେ ରାଜା ଥିଲେ । ତାଙ୍କ ନ୍ୟାୟ ପ୍ରିୟ ଗୁଣ ପାଇଁ ତାର ପ୍ରଜା ମାନେ ବହୁତ ଖୁସି ଥିଲେ । କିନ୍ତୁ ତାଙ୍କର କୌଣସି ପୁତ୍ର ନଥିଲା । ପୁତ୍ର ଲୋଭରେ ସେ ଏକ ଯଜ୍ଞ କରିଲେ । ତାଙ୍କୁ ୧୦୦ ପୁତ୍ର ପ୍ରାପ୍ତ ହୋଇଥିଲା ।
ଏଥିରେ ସେ କେବଳ ଅଗ୍ନିଙ୍କ ଆଦର କରୁଥିଲେ ଏହା ଦେଖି ଇନ୍ଦ୍ର ବହୁତ କ୍ରୋଧ କରିଲେ । ସେ ରାଜା ଭଂଶ୍ଵନା ଙ୍କୁ ଦଣ୍ଡ ଦେବା ପାଇଁ ମଉକା ଖୋଜୁଥିଲେ । ତେବେ ଦିନେ ରାଜା ଶିକାର କରିବାକୁ ଗଲାବେଳେ ଇନ୍ଦ୍ର ତାଙ୍କର ମତିବୁଧି ଭ୍ରଷ୍ଟ କରିଦେଲେ । ତେଣୁ ସେ ମତୀଭ୍ରଷ୍ଟ ହେବାରୁ ନିଜ ସୈନ୍ୟଙ୍କ ଠାରୁ ଦୂରକୁ ଚାଲିଗଲେ ।
ତାଙ୍କୁ ଶୋଷ କରିବାରୁ ସେ ଏକ ନଦୀକୁ ପାଣି ପିଇବାକୁ ଗଲେ କିନ୍ତୁ ରାଜା ଯେମିତି ଭିତରକୁ ଗଲେ ତାଙ୍କ ଶରୀର ନାରୀ ରୂପେ ପରିଵର୍ତନ ହୋଇଗଲା । ରାଜା ଏହା ଦେଖି ଚିନ୍ତିତ ହୋଇଗଲେ । ସେ ନିଜର ରାଜ୍ୟକୁ ଯାଇ ସବୁ ସତ କଥା କହି ବନରେ ବାସ କଲେ । ବନରେ ବାସ କରିବା ବେଳେ ସେ ଜଣେ ତପସ୍ୱିଙ୍କ ନିକଟରେ ରହିଥିଲେ ।
ଓ ତାଙ୍କର ପୁତ୍ର ଜାତ ହେଲା । ସେ ସେହି ପୁତ୍ରଙ୍କୁ ଆଣି ନିଜର ରାଜ୍ୟରେ ଥିବା ସନ୍ତାନଙ୍କ ସହ ଭେଟ କରାଇ ଖୁସିରେ ବାସ କଲେ । ଏହାଦେଖି ଇନ୍ଦ୍ର ଆହୁରି ରାଗିଯାଇ ସବୁ ପୁତ୍ରଙ୍କ ମଧ୍ୟରେ କୂଟନୀତି ଭରିଲେ । ରାଜର ସବୁ ପୁତ୍ରମାନେ ମରିଗଲେ । ଏହା ପରେ ଇନ୍ଦ୍ର ରାଜା ପାଖକୁ ଯାଇ ସବୁ ସତ କଥା କହିଲେ ।
ଏହା ଶୁଣି ରାଜା ଉତ୍ତର ଦେଲେ ଅଜଣାତ ରେ ମୋ ଦ୍ୱାରା ଭୁଲ ହୋଇଛି ମତେ କ୍ଷମା କରିଦିଅ । କହିଲେ ମୋର ଗୋଟିଏ ପୁତ୍ରକୁ ଆପଣ ଯିବ ଦାନ ଦିଅନ୍ତୁ । ଇନ୍ଦ୍ର କାରଣ ପଚାରିବାରୁ ରାଜା କହିଲେ ପୁରୁଷ ଠାରୁ ନାରୀର ପ୍ରେମ ଅଧିକ ତେଣୁ ମୋ ପୁତ୍ରକୁ ଫେରାଇ ଦିଅନ୍ତୁ । ଇନ୍ଦ୍ର ଯେତେବେଳେ କହିଲେ ତାଙ୍କୁ ପୁରୁଷ କରିବାକୁ ରାଜା ବାରଣ କଲେ ଇନ୍ଦ୍ର କାରଣ ପଚାରିବାରୁ ରାଜା କହିଲେ ସ୍ତ୍ରୀଙ୍କୁ ସମ୍ଭୋଗ ବେଳେ ବେଶୀ ଆନନ୍ଦ ମିଳିଥାଏ । ଯୁଧିଷ୍ଠିରଙ୍କୁ ନିଜର ପ୍ରଶ୍ନ ର ଉତ୍ତର ମିଳିଗଲା ।