ଶନିଦଶା ଚାଲିଥିଲେ କରନ୍ତୁ ଏହି ସବୁ ଉପାୟ, ପ୍ରସନ୍ନ ହେବେ ଶନି। ଗ୍ରହଦୋଷ ଖଣ୍ଡନ ହେବ

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟ ପ୍ରିୟ ଦେବତା ରୂପେ ପୂଜା କରାଯାଇଥାଏ । ଲୋକମାନେ ଏପରି ଭାବିଥାନ୍ତି କି ଶନିଙ୍କ ଦୃଷ୍ଟି ସର୍ବଦା ଖରାପ ହୋଇଥାଏ । କିନ୍ତୁ ପ୍ରକୃତରେ ମନ୍ୟୁଷକୁ ସେପରି ଫଳ ମିଳିଥାଏ ଯେପରି ସିଏ କର୍ମ କରିଥାଏ । ମାନ୍ୟତା ରହିଛି ଯଦି ଶନି ମହାରାଜ କୋପ କରିଥାନ୍ତି ତେବେ ରାଜା ଭଳି ଲୋକଙ୍କୁ ବି ଗରିବ କରିଦେଇଥାନ୍ତି । ଶନିଙ୍କ ଖରାପ ପ୍ରଭାବ ଦ୍ୱାରା ବ୍ୟବସାୟ, ଚାକିରି ଏବଂ ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଶନି ଯଦି ମଜବୁତ୍‌ ରହିଥାନ୍ତି ତେବେ ବ୍ୟକ୍ତିଙ୍କୁ ଏହି ସବୁ କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତ ହୋଇଥାଏ ।

ଶନିଙ୍କ ପ୍ରଭାବ ପଡ଼ିବା କାରଣରୁ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି । କିନ୍ତୁ କେବେ କେବେ ଏହା ଶୁଭଦାୟକ ମଧ୍ୟ ହୋଇଥାଏ । ଆସନ୍ତା ବର୍ଷ ୨୦୨୧ରେ ଧନୁ ରାଶିର ଲୋକମାନଙ୍କ ଉପରେ ଶନିଙ୍କ ପ୍ରଭାବ ପଡିପାରେ । ଏହାଦ୍ୱାରା ଧନୁ ରାଶିର ଲୋକମାନଙ୍କୁ କିଛି ଶୁଭ ଖବର ଶୁଣିବାକୁ ମିଳିବ । ସେହିଭଳି ମକର ରାଶିର ଲୋକମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ ।

ଖର୍ଚ୍ଚ ବଢିପାରେ ଏବଂ ଆପଣ ଚାହୁଁଥିବା ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ସେହିଭଳି କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ଶନିଙ୍କ ପ୍ରଭାବରୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଜ୍ୟୋତିଷମାନଙ୍କ କହିବାନୁଯାୟୀ, ପ୍ରତ୍ୟେକ ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ । ଏଥିସହ ସଂଧ୍ୟା ସମୟରେ ବୃକ୍ଷ ନିକଟରେ ସୋରିଷ ତେଲରେ ଦୀପ ଲଗାନ୍ତୁ । ଏଥିରେ ବହୁତ ସୁଫଳ ପାଇବ ।

କୁହାଯାଇଥାଏ ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସମୟରେ ପକ୍ଷୀଙ୍କ ସେବା କରିବା ଉଚିତ । ଏପରି ବ୍ୟକ୍ତିଙ୍କ ଜୀବନରେ ଶନିଙ୍କ ନକାରାତ୍ମକ ପ୍ରଭାବ ପଡ଼ିନଥାଏ । କୁହାଯାଇଥାଏ, ଯେଉଁ ବ୍ୟକ୍ତି ଅସହାୟ ଲୋକଙ୍କ ସାହାରା ହୋଇଥାନ୍ତି ସେହି ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିଥାଏ ।ଶନିଦେବ ସେହି ମାନଙ୍କୁ କୃପା କରନ୍ତୁ ଯେଉଁମାନେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *