Vastu Shastra – ଯଦି ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ ଜାଣିବେ ଶନିଦେବ ଆପଣଙ୍କ ଉପରେ କରିଛନ୍ତି କୃପା, କୋଟି କୋଟି ଟଙ୍କା କରଜରୁ ବି ମିଳିଯିବ ମୁକ୍ତି

ହିନ୍ଦୁ ଧର୍ମରେ ଶନିବାର ଦିନଟି ଭଗବାନ ଶନି ଦେବଙ୍କୁ ସମର୍ପିତ ହୋଇଥାଏ । ନଅ ଟି ଗ୍ରହ ଭିତରୁ ଶନି ଦେବଙ୍କୁ ବହୁତ କ୍ରୂର ବୋଲି ବୁଝାଯାଏ । ଶନିଙ୍କର ସାଢେସାତି କଥା ଜାଣି ବଡବଡ ବ୍ୟକ୍ତିଙ୍କ ଉପରେ ବି ମାନସିକ ଚିନ୍ତା ପଡିଥାଏ ।

ଏହା ସମସ୍ତେ ଜାଣିବା ଦରକାର ଶନି ଦେବ ସଚ୍ଚୋଟ ଲୋକଙ୍କ ପାଇଁ ଧନ, ଐଶ୍ଵର୍ୟ୍ୟ , ଶୁଭଫଳ ଦେଇଥାନ୍ତି । ଶନି ସନ୍ତୁଳନ ଓ ଧର୍ମର ଦେବତା , ନ୍ୟାୟ , କର୍ମ ଫଳଦାତା ଅଟନ୍ତି । ଶନି ଦେବା ଧନସମ୍ପଦ , ନ୍ୟାୟ ଆଉ ମୋକ୍ଷ ବି ଦେଇଥାନ୍ତି । କୁହାଯାଏ ଶନି ଦେବ ପାପୀ ମାନଙ୍କ ପାଇଁ ବହୁତ ଦୁଖଦାୟକ ହୋଇଥାନ୍ତି ।

ଶନୀଙ୍କ ଦ୍ରୁଷ୍ଟି ପଡିଲେ ଜୀବନରେ ବହୁତ ଏପଟ ସେପଟ ହୋଇଥାଏ , ଏହା ଦ୍ଵାରା ଜୀବନ ପୁରା ବର୍ବାଦ ହୋଇପାରେ । ବହୁ ବଡ ବଡ ଧନୀ ବି କଙ୍ଗାଳ ହୋଇ ପାରନ୍ତି । ସେହିପରି ଶନି ଦେବ କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାତା ମଧ୍ୟ ହୋଇଥାନ୍ତି । ସୂର୍ଯ୍ୟ ପୁତ୍ର ଶନି ଦେବ ମର୍ତ୍ୟ ଲୋକର ସ୍ଵାମୀ ଯିଏ ବ୍ୟକ୍ତି କୁ ସମୟ ପଡିଲେ ଦଣ୍ଡ ଦେଇ ଜୀବନକୁ ସୁଧାରିବା ପାଇଁ ପ୍ରେରଣା ଦେଇଥାନ୍ତି । ଆମ ଗ୍ରନ୍ଥରେ ଶନି ଦେବଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ପଡେ, କିପରି ଜାଣିହେବ ତାହାର କିଛି ଲକ୍ଷଣ ମଧ୍ୟ କୁହାଯାଇଛି ।

ଆଜି ଏହି ଲେଖାରେ ଆମେ ଜାଣିବା ଯେଉଁ ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଥାଏ ତାଙ୍କର କିଛି ଲକ୍ଷଣ ରହିଥାଏ । ଏହିଭଳି ବ୍ୟକ୍ତିଙ୍କୁ ଶନି ଦେବ ଦଣ୍ଡ ବି ଦେଲେ ତାକୁ ସୁଧାରି ବାକୁ ଦେଇଥାନ୍ତି , ତେଣୁ ଯଦି ଆପଣଙ୍କ ଜୀବନ କଷ୍ଟରେ ଅଛି ଶନି ମନ୍ଦିର ଯାଇ ଶନି ଦେବଙ୍କୁ ପ୍ରାଥନା ନିଶ୍ଚିତ କରନ୍ତୁ । ଶନି ଦେବ ଆପଣଙ୍କୁ କଷ୍ଟ ଏଥିପାଇଁ ବି ଦିଅନ୍ତି ଆପଣ ସୁଧୁରି ଯାଆନ୍ତୁ ଆଉ ଆପଣଙ୍କ ଜୀବନ ସୁଖମୟ ହେଉ । ତେବେ ଚଲାନ୍ତୁ ଜାଣିବା କଣ ସେହି ଲକ୍ଷଣ ଯାହା ଦେଖାଦେଲେ ଆପଣ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ଅଛି ।

ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ଲକ୍ଷଣ ଯାହାଙ୍କ ଉପରେ ଶନି ଦେବ କୃପା କରିଥାନ୍ତି । ଯଦି ଶନି ଦେବ କେଉଁ ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ତାହା ଜୀବନରେ କିଛି ବିଶେଷ ସଙ୍କେତ ଦେଖା ଦିଏ । ଏମିତି ଲୋକ ହାଲ୍କା ପତଳା ହୋଇଥାନ୍ତି , ସେହି ବ୍ୟକ୍ତି ପୁରା ଦୋଷ ମୁକ୍ତ ଥାଏ ଆଉ ଧୀରେ ଧୀରେ ଆଧ୍ୟାତ୍ମିକ ଆଡକୁ ମନ ବଳେଇଥାଏ । ଏହି ଲୋକ ମାନେ ଦେବୀ ଦେବତା ଉପରେ ଆରମ୍ଭରୁ ବିଶ୍ଵାସ ରଖନ୍ତି ନାହିଁ କିନ୍ତୁ ଧୀରେ ଧୀରେ ବିଶ୍ଵାସ ବଢିବାରେ ଲାଗିଥାଏ ।

ଏହିପରି ଲୋକଙ୍କୁ ଛୋଟ ବୟସରେ ଅସ୍ତି ଜନିତ ରୋଗ ଧରିନେଇଥାଏ , ଗୋଡ ମୋଡି ହୋଇଯିବା , ଗୋଡ ହାତ ଭାଙ୍ଗିବା , ଗଣ୍ଠି ଦରଜ ଆଦି ରହିଥାଏ । ଯଦି ଆପଣଙ୍କର ଏଭଳି ଲକ୍ଷଣ ଦେଖାଯାଉଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଦ୍ରୁଷ୍ଟି ଅଛି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ସେମାନେ ବଡରୁ ବଡ ବିପଦରୁ ରକ୍ଷା ପାଇଥାନ୍ତି । ବିପଦ କେତେ ବଡ ହେଉ ନା କାହିଁକି ସମାଧାନ ବାହାରି ଆସିଥାଏ , ମାନେ କେତେ କଷ୍ଟ ହେଉ ନା କାହିଁକି ତାଙ୍କୁ ଅଧିକ କ୍ଷତି ହୋଇ ନଥାଏ ।

ଏହି ପ୍ରକାର ବ୍ୟକ୍ତି କାହାର ସାହାର୍ଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ ଅବା କାହା ସାହାଯ୍ୟ ନେଇ ଆଗକୁ ବଢିଥାନ୍ତି । ଏଭଳି ଲୋକ ବହୁ ଛୋଟ କାମକୁ ଆରମ୍ଭ କରି ବହୁତ ବଡ ମଣିଷ ହୋଇ ଯାଇଥାନ୍ତି । ଯଦି ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଅଛି ତେବେ ଆପଣ ସବୁବେଳେ ନିଜକୁ ସ୍ୱତନ୍ତ୍ର ଆଉ ମଜବୁତ ଭାବରେ ଦେଖେଇଥାନ୍ତି , ଆଉ ତାହା ଆପଣ ହୋଇଥାନ୍ତି ମଧ୍ୟ । ଆପଣ ଜଣେ ଭାବୁକ ଲୋକ ହୋଇଥାନ୍ତି । ଆପଣ କାହା ସହିତ ମିଶନ୍ତି ତ ତାହା ସହିତ ଆପଣଙ୍କ ସମ୍ବନ୍ଧ ଦୃଢ ହୋଇ ଯାଇଥାଏ , ଆଉ ଆପଣ ତାଙ୍କ ସାଥ ଛାଡିବା ପସନ୍ଦ କରନ୍ତି ନାହିଁ ।

ଆପଣ ମିଛ, ଛଳ, କପଟୀ ଲୋକକୁ ଘୃଣା କରନ୍ତି । ଆପଣ ଏଭଳି ଲୋକକୁ ନିଜ ସାଥିରେ ରଖିବାକୁ ପସନ୍ଦ କରନ୍ତି ନାହିଁ , ଆପଣ ସବୁ କାମକୁ ଅନୁଶାସନରେ କରିଥାନ୍ତି । କାମରେ ଯେତେବେଳ ପର୍ଯ୍ୟନ୍ତ ସଫଳତା ମିଳିନଥାଏ ଆପଣ ଲଗାତର ଚେଷ୍ଟା କରିଥାନ୍ତି । ଶନି ଦେବ ଆପଣଙ୍କ ଏହି ଚେଷ୍ଟା ଯୋଗୁଁ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଶେଷରେ ଆପଣଙ୍କୁ ସଫଳତା ଦେଇଥାନ୍ତି । ଯଦି ଶନି ଦେବଙ୍କ କୃପା ପରେ ବି ଜୀବନରେ ସଂଘର୍ଷ ଜାରି ରହିଥାଏ , ତେଣୁ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ନିଶ୍ଚିତ କରନ୍ତୁ , ତାଙ୍କୁ ପ୍ରସନ୍ନ କରିବାକୁ ସୋରିଷ ତେଲ ଦାନ କରିବା , ବ୍ୟବହାର କରିବା ଅନୁକୂଳ ପରିଣାମ ଦେଇ ଥାଏ ।

ଶନିଙ୍କ କୃପା ପାଇବା ପାଇଁ ଶନି ଦେବଙ୍କୁ ସୋରିଷ ତେଲରେ ପୂଜା , ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଜଳେଇବା ଦରକାର । ଯଦି ଆପଣ ଶନି ଦେବଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଶନି ମନ୍ଦିର ଯାଇ କଳା ବସ୍ତ୍ର ଦାନ ନିଶ୍ଚିତ କରନ୍ତୁ , ଶନି ଦେବଙ୍କ ଉପରେ ତେଲ ଚଢାନ୍ତୁ , ତାଙ୍କୁ ପ୍ରାଥନା କରନ୍ତୁ । ଶନି ଦେବ ଜୀବନରେ କଷ୍ଟ ତ ଦିଅନ୍ତି , କିନ୍ତୁ ପ୍ରସନ୍ନ ହେଲା ପରେ ଯେଉଁ ସଫଳତା ଦିଅନ୍ତି ମଣିଷ ନିଜ ଜୀବନରେ କେବେ ବି ତାହା କଳ୍ପନା କରିନଥାଏ । ଏହି ସବୁ ଲକ୍ଷଣ ଥିଲେ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *