ଶରୀରରେ ଯେକୌଣସି ପ୍ରକାର ଚର୍ମରୋଗ ଥିଲେ (Skin Disease ) ଏହା ତୁରନ୍ତ ହୋଇଯିବ ଭଲ, ବାସ କରନ୍ତୁ ଏହି ଘରୋଇ ଉପଚାର- Healthy Tips

ଆମ ଆଖପାଖରେ ଏମିତି କିଛି ଗଛ ପତ୍ର ମିଳିଥାଏ ଯାହାର ଆୟୁର୍ବେଦରେ ବହୁତ ମହତ୍ଵ ରହିଛି । କିନ୍ତୁ ଜଣା ନଥିବା କାରଣରୁ ଆମେ ସେଇ ଗଛକୁ ବେକାର ଭବିକି ଫୋପାଡି ଦେଇଥାଉ । ଆଜି ଆମେ ଏମିତି ଗୋଟିଏ ଔଷଧୀୟ ଗଛ ବିଷୟରେ ଆଲୋଚନା କରିବା । ହୋଇପାରେ ଘରର ଆଖ ପାଖରେ ଏହି ବୃକ୍ଷ ମିଳିଯାଇ ପାରେ । ବର୍ଷା ଦିନେ ଏହା ପ୍ରାୟ ସବୁ ଜାଗାରେ ଦେଖାଯାଇଥାଏ । ଆସନ୍ତୁ ଆଜି ଆମେ ଏହାର ଚମତ୍କାରୀ ଗୁଣ ବିଷୟରେ ଜାଣିବା । କେଉଁ କେଉଁ ରୋଗ ପାଇଁ ଏହା ବହୁତ ଉପକାରୀ ହୋଇଥାଏ ।


ଏହି ଗଛର ଆୟୁର୍ବେଦରେ ବହୁତ ମହତ୍ଵ ରହିଛି । ଏହି ଗଛର ନାମ ହେଉଛି ଅପାମାର୍ଗ । ଏହି ଗଛର ପାଞ୍ଚଟି ଜିନିଷ ବହୁତ ଉପଯୋଗୀ ହୋଇଥାଏ ଏହାର ପତ୍ର, ଡାଳ, ମଞ୍ଜି, ଚେର ବହୁତ ଔଷଧରେ ଏହାର ଉପଯୋଗ କରାଯାଇଥାଏ । ଏହାର ପତ୍ରର ରସ ବାହାର କରିକି, ଆଉ ଏହାର ଡାଳକୁ ଦାନ୍ତ ପାଇଁ ବ୍ୟବହାର କରିକି କିଡାକୁ ବାହର କରାଯାଇଥାଏ । ଏହାର ମଞ୍ଜିକି ପେଷିକି ଲଗାଇବା ଦ୍ଵାରା ଶରୀରରେ ଯେଉଁ ବଥ ହୋଇଥାଏ ତାହା ବରଫ ଭଳି ମିଳାଇ ଯାଇଥାଏ । ଏବେ ତାର ପ୍ରୟୋଗ ବିଷୟରେ ଆମେ ଜାଣିବା ।

ଏହି ଗଛର ପତ୍ରକୁ ଧୋଇ ତାକୁ ଛେଚି ତାର ରସ ବାହାର କରି ତାହାକୁ ଚର୍ମ ରୋଗ ହେଉଥିବା ସ୍ଥାନରେ ଲଗାଇଲେ ଏହା ଦ୍ଵାରା ବହୁତ ଉପସମ ମିଳିଥାଏ । ଯଦି ଦାନ୍ତ ଦରଜ ହେଉଥିବା ତେବେ ଏହି ଗଛର ପତ୍ରକୁ ଆମେ ଚୋବାଇବା ତେବେ ଏହାର ଦ୍ଵାରା ଦାନ୍ତ ଦରଜ ବହୁତ ଶୀଘ୍ର ଭଲ ହୋଇଯାଇଥାଏ । ଆଉ ଦାନ୍ତରେ ଥିବା କିଡା ମରିଯାଇଥାଏ । ପାଇରିଆ ଭଳି ବିମାରିକି ଦୂର କରିଥାଏ । ଏହି ଗଛର ଯେଉଁ ଡାଳ ହୋଇଥାଏ ତାକୁ ଋଷି ପଞ୍ଚମିରେ ଏହି ଡାଳକୁ ଦାନ୍ତ ଘଶାଜାଏ । ଯଦି ମାଢିରୁ ରକ୍ତ ବାହାରୁଛି ତେବେ ଏହାକୁ ଦାନ୍ତ ମୂଳରେ ଲଗାଇଲେ ବା କିଛି ପତ୍ରକୁ ଚୋବାଇଲେ ,

ଦାନ୍ତ ବିନ୍ଧା ବନ୍ଦ ହେବ ସହିତ ଦାନ୍ତର କିଡା ମଧ୍ୟ ବହୁତ ଜଲ୍ଦି ମରିଯାଇଥାଏ । ଗରମ ଦିନରେ ଏହି ଗଛ ଦେଖାଦେଇନଥାଏ ଶେଠୀ ଲାଗି ଲୋକ ମାନେ ଏହି ଗଛକୁ ବର୍ଷା ଦିନରେ ବହୁତ ଯତ୍ନର ସହିତ ରଖିଥାନ୍ତି ଆଉ ଏହାର ପ୍ରୟୋଗ କରିଥାନ୍ତି । ଏହାକୁ ରାତିରେ ପାଣିରେ ଭିଯାଇ ସକାଳେ ଏହାର ବ୍ୟବହାର କରିଥାନ୍ତି ଦାନ୍ତ ଘଷିବାରେ । ଦାନ୍ତ ସମ୍ବନ୍ଧିତ ସବୁ ରୋଗ ଦୂର ହୋଇଥାଏ । ଚରମ ରୋଗ ପାଇଁ ମଧ୍ୟ ଏହା ବହୁତ ଉପକାରୀ ହୋଇଥାଏ । ଏହା ବହୁତ ରୋଗକୁ ମଧ୍ୟ ଦୂର କରିଥାଏ । ଏହି ଔଷଧୀ ରାମବାଣ ଅଟେ ।

Leave a Reply

Your email address will not be published. Required fields are marked *