ପସନ୍ଦ କରନ୍ତୁ ନିଜର ଜନ୍ମବାର ଓ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ କିଛି ରହସ୍ୟ- Personality Test

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ଯକ୍ତିର ଆସୁଥିବା ସମୟ ବିଷୟରେ ଜାଣିବା ପାଇଁ ସେହି ବ୍ଯକ୍ତିର ଜନ୍ମ ମାସ, ବାର, ତାରିଖ ବହୁତ ଖସା ହୋଇଥାଏ । ତେବେ ଆପଣ ମାନେ ଜାଣିଥିବେ ସପ୍ତାହ ୭ ଦିନ ହୋଇଥାଏ । ପ୍ରତେକ ଦିନ ଗୁଡିକ କିଛି ଖାସ ମହତ୍ଵ ରହିଥାଏ । ପ୍ରତେକ ବାର ଅନୁଯାୟୀ ବ୍ଯକ୍ତିର ବ୍ୟକ୍ତିତ୍ବ ବିଷୟରେ ମଧ୍ୟ ଅନେକ କଥା ଜଣା ପଡିଥାଏ । ଏହି ୭ଟି ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ଖାସ ଗୁଣ ଓ ସ୍ଵଭାବ ମଧ୍ୟ ଅଲଗା ଅଲଗା ହୋଇଥାଏ । ଆଜି ଆମେ ଆପଣଙ୍କୁ ସପ୍ତାହର ୭ଟି ବାର ରେ ଜନ୍ମ ହୋଇଥିଲେ ତାହାର ମହତ୍ଵ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

୧- ସୋମବାର : ଯେଉଁ ମାନେ ସୋମବାରରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆତ୍ମ ପ୍ରେରିତ ହୋଇଥାନ୍ତି । ସେମାନେ ନିଜର ଦୟାପଣ ଓ ଭଲ ସ୍ଵଭାବ ପାଇଁ ଜଣା ଯାଇଥାନ୍ତି । ଏମାନେ ନିଜର ଖୁସି ଓ ଦୁଖକୁ ବହୁତ ଭଲ ଭାବେ ମ୍ୟାନେଜ କରିଥାନ୍ତି ।

୨- ମଙ୍ଗଳବାର : ଏହି ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ସେମାନେ ରାଗି ସ୍ଵଭାବର ହୋଇଥାନ୍ତି । ଏହି କାରଣରୁ ଏମାନଙ୍କୁ ଭଲ ସ୍ଥିତିରେ ନିଜ ଲୋକଙ୍କ ଠାରୁ ଦୂରକୁ ରହିବାକୁ ପଡିଥାଏ । ସାରା ଜୀବନ ଏମାନଙ୍କ ଠାରେ ଈର୍ଷା ରହିଥାଏ ।

୩- ବୁଧବାର : ଯେଉଁ ବ୍ୟକ୍ତି ବୁଧବାରରେ ଜନ୍ମ ହୋଇଛନ୍ତି ସେମାନଙ୍କର ରୁଚି ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧି ଉପରେ ରହିଥାଏ । ଭଗବାନଙ୍କ ଶକ୍ତି ଉପରେ ଭରସା ରଖିବା କାରଣରୁ ଏମାନେ ମାଟି ସହ ଯୋଡି ହୋଇ ରହିଥାନ୍ତି । ଏମାନେ ନିଜ କାମକୁ ଅଧିକ ଗୁରୁତ୍ଵ ଦେବା ସହ ଏମାନଙ୍କୁ ବୋକା ବନାଇବା ସହଜ କାମ ନୁହେଁ ।

୪- ଗୁରୁବାର : ଯେଉଁ ମାନେ ଗୁରୁବାରରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ବୁଦ୍ଧିମତା ହୋଇଥାନ୍ତି । ଏମାନେ କଠିନରୁ କଠିନ ସ୍ଥିତିକୁ ଭଲ ଭାବରେ ମ୍ୟାନେଜ କରିଥାନ୍ତି । ଏମାନଙ୍କୁ ପରିବାର ଓ ବନ୍ଧୁ ମାନଙ୍କର ସହଯୋଗ ଜୀବନ ସାରା ମିଳିଥାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୫- ଶୁକ୍ରବାର : ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକଙ୍କୁ ତାଙ୍କର ଭଲ ହୃଦୟ ଓ ବ୍ୟବହାର କାରଣରୁ ତାଙ୍କୁ ଭିଡ ଭିତରେ ବି ଖୋଜି ହୋଇଯିବ । ଏମାନେ ନିଜ ଆଖ ପାଖର ଲୋକଙ୍କୁ ବହୁତ ପ୍ରଭାବିତ କରିଥାନ୍ତି । ଯେବେ ବିପଦ ଆସିଥାଏ ଧର୍ଯ୍ୟର ସହ ସାମନା କରିଥାନ୍ତି ।

୬- ଶନିବାର : ଶନିବାର ଦିନ ଜନ୍ମିତ ବ୍ୟକ୍ତି ଙ୍କର ରୁଚି କୃଷି, ବିଜନେସ, ଟେକନିକ କ୍ଷେତ୍ରରେ ହୋଇଥାଏ । ସେମାନେ ନିଜର ଆରମ୍ଭ ସମୟରେ ଅସୁବିଧାର ସମାନ କରିଥାନ୍ତି । କିନ୍ତୁ ପରେ ଲୋକଙ୍କ ଠାରୁ ସାବଧାନ ରହିବାକୁ ଶିଖିଥାନ୍ତି ।

୭- ରବିବାର : ଏହି ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅଧିକ ଆକ୍ଟିଭ ହୋଇ ନ ଥାନ୍ତି । ଏମାନେ ସବୁ କାମରେ ପଛରେ ରହିଥାନ୍ତି । କିନ୍ତୁ ଭାଗ୍ଯର ସହଯୋଗ ଏମାନେ ସର୍ବଦା ପାଇଥାନ୍ତି । ଏମାନେ ଟିକେ ଲାଜକୁଳା ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *