Shiva Worship: ଖାସ କରି ପବିତ୍ର ଶ୍ରାବଣ ମାସରେ ଏହି 4ଟି ଭୁଲ କାଲେ ହୋଇଥାଏ ଅନର୍ଥ, ଆପଣ କରୁ ନାହାନ୍ତି ତ ଏହି ଭୁଲ

ଆମେ ଜାଣିଛୁ ଶ୍ରାବଣ ମାସ ଭଗବାନ ଶିବଙ୍କ ମାସ । ଏହି ମାସ ରେ ବହୁତ ଲୋକ ସୋମବାର ଦିନ ଉପବାସ ରଖନ୍ତି । ବହୁତ ଲୋକ ନଦୀରେ ସ୍ନାନ ସାରି ନୋଟା ରେ ଜଳ ଭରି କାଉଡ଼ିରେ ଯାଆନ୍ତି । କାଉଡ଼ିଆ ମାନେ ଖାଲି ପାଦରେ ଚାଲି ଚାଲି ଯାଇ ଭଗବାନ ଶିବଙ୍କ ଉପରେ ଜଳ ଅର୍ପଣ କରନ୍ତି । କାଉଡ଼ିଆ ମାନେ ବହୁତ ଦୂର ସ୍ଥାନର ମନ୍ଦିର କୁ ଯାଇ ଜଳ ଅର୍ପଣ କରନ୍ତି । କାଉଡ଼ିଆ ମାନେ ଶିବଙ୍କ ଭକ୍ତିରେ ଲୀନ ହୋଇ ରହି ଥାନ୍ତି ।

ବିଭିନ୍ନ ଜାଗାରେ କାଉଡ଼ିଆ ମାନଙ୍କ ପାଇଁ ଆଶ୍ରୟ ସ୍ଥଳ ବନା ଯାଇଥାଏ । ବହୁତ ଲୋକ ମନରେ କିଛି ଆଶା ଓ ଆକାଂକ୍ଷା ନେଇ କାଉଡି ରେ ଯାଇ ଥାଆନ୍ତି । ଏହି କାଉଡି ଯାତ୍ରା ରେ ନାରୀ ମାନେ ମଧ୍ୟ ଯାଇ ଥାନ୍ତି । କାଉଡ଼ିଆ ମାନେ ଯାତ୍ରା ସମୟରେ ବୋଲେ ବମ ଡାକରା କହି କହି ଯାତ୍ରା କରିଥାନ୍ତି ।

ଶ୍ରାବଣ ମାସରେ ଭଗବାନ ଓ ଭକ୍ତଙ୍କ ଭିତରେ ଥିବା ଦୂରତା କମିଥାଏ । ଶ୍ରାବଣ ମାସରେ ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଉପରେ ନିଜର ବିଶେଷ କୃପା ଦୃଷ୍ଟି ରଖିଥାନ୍ତି । ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଏହି ମାସ ଟି ଅତ୍ୟନ୍ତ ଭଲ ସମୟ ଅଟେ । କିନ୍ତୁ ଶ୍ରାବଣ ମାସରେ କିଛି କାର୍ଯ୍ୟ କରିବା ଦ୍ୱାରା ଭଗବାନ ଶିବ କ୍ରୋଧ କରିଥାନ୍ତି । ତେବେ ଆଜି ଆମେ ଜାଣିବା କେଉଁ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ ଉଚିତ ନୁହେଁ ।

ଶ୍ରାବଣ ମାସରେ ଖାଦ୍ୟ ପେୟ ରେ କିଛି ବିଶେଷ ଜିନିଷ ର ଧ୍ୟାନ ଦେବା ଉଚିତ । ଶ୍ରାବଣ ମାସରେ ବାଇଗଣ ଖାଇବା ଉଚିତ ନୁହେଁ । କାରଣ ବାଇଗଣ ଅସୁଧି ଅଟେ । ସେଇଥିପାଇଁ ଏକାଦଶୀ, ଦ୍ଵାଦଶୀ, ଚତୁର୍ଦ୍ଦଶୀ , ସଂକ୍ରାନ୍ତି ରେ ବାଇଗଣ ଖାଇବା ଉଚିତ ନୁହେଁ । ଶ୍ରାବଣ ମାସରେ କ୍ଷୀର ମଧ୍ୟ ପିଇବା ଉଚିତ ନୁହେଁ । କାରଣ ଏହି ସମୟରେ ଗାଈ ନୂଆ ଘାସ ଆଦି ଖାଇ ଥାଏ । ବର୍ଷା ଦିନେ ନୂଆ ଓ କଅଁଳ ଘାସ ହୋଇ ଥାଏ ତେଣୁ କ୍ଷୀର ବା କ୍ଷୀର ଜନିତ ଖାଦ୍ୟ ପନିର, ଛେନା, ଆଦି ଖାଇବା ଉଚିତ ନୁହେଁ । ରସୁଣ ଓ ପିଆଜ ସମ୍ଭବ ହେବ ଯଦି ପୁରା ମାସ ଖାଆନ୍ତୁ ନାହିଁ ।

ନହେଲେ ସୋମବାର ଦିନ ଉପାସ ତେଣୁ ରବିବାର ଦିନ ପିଆଜ ରସୁଣ ଖାଇ ପାଇ ପାରିବେ । ସୋମବାର ଦିନ କିନ୍ତୁ ବିନା ପିଆଜ ରସୁଣ ଖାଦ୍ୟ ଖାଇବେ । କିନ୍ତୁ ଶ୍ରାବଣ ମାସ ରେ କେବେବି ଆମିଷ ଖାଇବେ ନାହିଁ ଏହା ଉଚିତ ନୁହେଁ । କୌଣସି ଶାଗ ଖାଇବେ ନାହିଁ । କାରଣ ବର୍ଷା ଦିନେ ବିଭିନ୍ନ କୀଟ ପତଙ୍ଗ ହୋଇ ଥାନ୍ତି । ତେଣୁ ସବୁଜ ପନି ପରିବା ଟିକେ କମାନ୍ତୁ । ଏହି ସମୟରେ ଖାଇବା ପିଇବା ବିଶେଷ ଧ୍ୟାନ ରଖନ୍ତୁ ।

କାରଣ ବର୍ଷା ଦିନେ ସାଧାରଣତଃ ଆମେ ପାଣି କମ ପିଇଥାଉ ଯାହା । ଫଳରେ ଆମର ପାଚନ କ୍ରିୟା ଧୀର ହୋଇଥାଏ । ତେଣୁ ଖାଦ୍ୟ କମ ଖାଆନ୍ତୁ । ଶ୍ରାବଣ ମାସରେ କାମ ବାସନା ଆଦି କାର୍ଯ୍ୟ କରନ୍ତୁ ନାହିଁ । ଶୁଦ୍ଧ ଶରୀର ଓ ମନରେ ଭକ୍ତି ରେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ । ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିବ । ଗରିବ ଲୋକଙ୍କୁ ସାହାର୍ଯ୍ୟ, ଗୁରୁଜନଙ୍କୁ ସମ୍ମାନ, ଲଘୁଜନଙ୍କୁ ସ୍ନେହ ଓ ପ୍ରେମ ଦିଅନ୍ତୁ । ଭଗବାନ ଶଙ୍କରଙ୍କ ଆର୍ଶୀବାଦ ଆପଣଂକୁ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *