ଶବଯାତ୍ରା ସମୟରେ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି ନିଆଯାଏ କାହିଁକି ? Garuda Purana

ଆମେ ଜାଣିଛେ କି ଆମ ଶାସ୍ତ୍ର ରେ ୧୬ ପ୍ରକାର ସଂସ୍କାର ଅଛି । ଏହି ସଂସ୍କାର ପାଇଁ ଆମେ ସବୁ ପ୍ରକାର ନୀତି ନିୟମ କରିଛେ । ଏହା ଆମେ ଜାଣିଛେ କି ଯେବେ ଏକ ବ୍ଯକ୍ତିର ଦେହାନ୍ତ ହୋଇ ଯାଏ । ତାହା ପାଇଁ କରା ଯାଉଥିବା ସଂସ୍କାର କୁ ଅନ୍ତିମ ସଂସ୍କାର କୁହାଯାଏ । ତେବେ ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହାକୁ କରିବା ସମୟରେ ଏହି ଭଳି କିଛି କମ କରା ଯାଏ ଯାହା ଆମ ପାଇଁ ନୂଆ କିମ୍ବା କିଛି ଅଲଗା ଥାଏ ।

ତେବେ ଏହାର ଅର୍ଥ ଅନେକ ଲ୍ଲୋକ ଜାଣି ଥିବା ବେଳେ ଅନେକ ଲୋକ ଜାଣି ନଥାନ୍ତି ଏହା ବିଷୟରେ । ଆଜି ଆମେ କହିବା ପାଇ ଯାଉଛୁ କି ଯଦି ଆମର କେହି ପରିଜନ ଚାଲି ଯାନ୍ତି ତେବେ ତାଙ୍କ ସହ ଯାଉ ଥିବା କଳସ ରେ ପାଣି କଣ ପାଇଁ ଆମେ ନେଇ ଥାଉ ଓ ଏହାକୁ ଆମେ କରିବାର ଉଦେଶ୍ୟ କଣ ଅଟେ । ମୃ-ତ ବ୍ଯକ୍ତିର ଶବ ଦାହ ସମୟରେ ଆମେ ଯେଉଁ ସୋଭା ଯାତ୍ରା ନେଇ ଯାଉ ସେହି ସମୟରେ ତା ସହ ଏକ ମାଟି ହାଣ୍ଡିରେ ପାଣି ପୂର୍ଣ କରିକି ନିଆ ଯାଏ ଓ ଏହାକୁ ସେମାନେ ଲୋକର ସାବା ଦାହ କରିବା ଅଜାଗରେ ଗୋଟେ ଗୋଟେ କରି ୩ ଟି କଣା କରୀ ଥାନ୍ତି । ଯାହା ପାଇଁ ଆମେ ଏହାକୁ ଧରି ଶବ ଚାରି ପଟେ ପରିକ୍ରମା କରୁ ଓ ଏହା ପରେ ଆମେ ଏହାକୁ ସେହି ଥାନରେ ଭାଙ୍ଗି ଦେଇ ଥାଉ ।

ଏହା ବିଷୟରେ ଅନେକ ଗ୍ରନ୍ଥରେ କୁହ ଅଯାଇଛି । ତେଣୁ ଗରୁଡ ପୁରାଣରେ ଏହା ବିଶୟରେ କୁହା ଯାଇଛି କି ମଣିଷ ର ଆତ୍ମାର ଶାନ୍ତି ପାଇଁ ଏହି ଭଳି କରା ଯାଏ । କୁହା ଯାଏ କି ମଣିଷ ର ଜୀବବାନ ଆରମ୍ଭ ହେବା ପର ଠାରୁ ଦେହାନ୍ତ ଯାଏ ଜୀବନ ଯାତ୍ରା କୁ ଏହି ମାଟି ହାଣ୍ଡିର ସହ ତୁଳନା କରା ଯାଇଛି । ଯେଉଁ ଭଳି ଏହି ଥିରୁ ଗଡୁ ଥିବା ପାଣି ଧୀରେ ଧୀରେ ସରି ସରି ଶେଷ ରେ ଏହା ଖାଲି ହୋଇ ଭାଙ୍ଗି ଯାଏ ସେହି ଭଳି ମଣିଷ ମଧ୍ୟ ସବୁ ପ୍ରକାର ସ୍ଥର ଦେଇ ଆସିବା ପରେ ମୃ-ତ୍ୟୁ ପାଇ ଥାଏ ।

ଏହି ମାଟି ହାଣ୍ଡି ଧରି କରା ଯାଉଥିବା ପରିକ୍ରମା କୁ କପାଳ କ୍ରିୟା ମଧ୍ୟ କୁହାଯାଏ । ସେହି ଭଳି ଏହି ସଂସ୍କାର ସମୟରେ ଶବ ର ମୁଣ୍ଡକୁ ଏକ ବାଉଁଶ ସାହାଜରେ ୩ ଥର ପ୍ରହାର କରା ଯାଏ । ଆପଣ ଯଦି କେଉଁ ଶବ କ୍ରିୟା ପାଇଁ ଯାଉଥିବେ ତାହେଲେ ଆପଣ ଜଣାଇଥିବେ କି ମାଟି ହାଣ୍ଡିରେ ପାଣି ପୁରାଇବା କାମ ମୃ-ତ ବ୍ଯକ୍ତିର ପୁତ୍ରର ହୋଇ ଥାଏ । ସେ ଏହାକୁ କାନ୍ଧରେ ଧରି ବୁଲୁଥାଏ । ଏହାକୁ ମସାଣି ରେ ନେଇ ଶବକୁ ଶୁଆଇବା ପରେ ଏହା ଚାରି ପାଖେ ଭ୍ରମଣ କରେ ଏହା ପରେ ସେ ମୁଖାଗ୍ନି ଦେଇ ନିଜ ଧର୍ମ ପାଳନ କରେ ।

Leave a Reply

Your email address will not be published. Required fields are marked *