ଭଗବାନ ନିଜେ କହିଛନ୍ତି କାହାର ବି ଶବ ଯାତ୍ରାକୁ ଯିବା ବେଳେ ଏହି ଭୁଲ କରନ୍ତୁ ନାହିଁ , ନିଶ୍ଚୟ ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ସଂସାରରେ ସବଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ ଯାହା ଉପରେ ଆଜି ଯାଏ କେହି ବି ବିଜୟ ହାସଲ କରିପାରିନାହାନ୍ତି । ଯେତେବେଳେ ଗୋଟିଏ ମଣିଷର ମୃତ୍ୟୁ ହୋଇଥାଏ ସେତେବେଳେ ବନ୍ଧୁ ପରିଜନ ସମସ୍ତେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ଶ୍ମଶାନକୁ ନେଇଥାନ୍ତି । ତେବେ ଏହି ଶବଯାତ୍ରା ସମୟରେ କେଉଁ ଭୁଲ କରିବା ଅନୁଚିତ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଅନ୍ତିମ ସଂସ୍କାରରେ ସାମିଲ ହେବା ଦ୍ଵାରା ବହୁତ ପୂଣ୍ୟ ମିଳିଥାଏ । ମୃତ ବ୍ୟକ୍ତିଙ୍କୁ କାନ୍ଧ ଦେବା ପୂଣ୍ୟ କାମ ଅଟେ । ଆପଣଙ୍କ ଜୀବନରେ ଏହା ଏକ ପୂଣ୍ୟ ଭାବରେ ଯୋଡି ହୋଇଥାଏ । ପ୍ରଥମ: ଶବ ଯାତ୍ରା ପୂର୍ବରୁ ମୃତ ବ୍ୟକ୍ତିଙ୍କ ହାତ ଗୋଡ ବାନ୍ଧି ଦେବା ଉଚିତ । ଯଦି ଏହା ନ କରାଯାଏ ତେବେ ଆତ୍ମା ପିଶାଚ ମାନଙ୍କ ପାଖକୁ ଚାଲିଯାଇଥାଏ । ଶବକୁ କେବେ ମଧ୍ୟ ଏକା ଛାଡନ୍ତୁ ନାହିଁ ।

ଦିତୀୟ: ଗାଁ ରେ ଯଦି କାହାର ମୃତ୍ୟୁ ଖବର ଆପଣ ଶୁଣିଥାନ୍ତି ତେବେ ପ୍ରସନ୍ନ ହୋଇ ଭୋଜନ କରନ୍ତୁ ନାହିଁ । ସେହି ସମୟରେ ସେହି ଖାଦ୍ୟ ରାକ୍ଷସ ଖାଦ୍ୟ ସ୍ୱରୂପ ହୋଇଯାଏ । ଘର ପାଖ ଲୋକଙ୍କର ଯେବେ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହୋଇନାହିଁ ସେତେବେଳ ଯାଏ ସ୍ତ୍ରୀ ସହ ସହବାସ କରନ୍ତୁ ନାହିଁ ।

ତୃତୀୟ: ଯଦି କୌଣସି ବ୍ୟକ୍ତି ବ୍ରହ୍ମଚାରି ଅଟନ୍ତି ତେବେ ସେହି ବ୍ୟକ୍ତି କୌଣସି ଶବକୁ କାନ୍ଧ ଦେବା ଉଚିତ ନୁହେଁ । ଏହାଦ୍ଵାରା ଆପଣଙ୍କ ବ୍ରହ୍ମଚାରୀ ବ୍ରତ ଖଣ୍ଡନ ହୋଇଥାଏ । ବ୍ରହ୍ମଚାରୀ ବ୍ୟକ୍ତି କେବଳ ନିଜ ମାତା ପିତାଙ୍କୁ ହିଁ କାନ୍ଧ ଦେଇପାରିବେ । ଚତୁର୍ଥ: ଶବ ଯାତ୍ରାକୁ ଯିବା ପୂର୍ବରୁ ନିଜ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବା ଉଚିତ । ଆପଣ ସେହି ସମୟରେ ମୃତ ବ୍ୟକ୍ତିକୁ ନେଇ କୌଣସି ଖରାପ କଥା କହିବା ଉଚିତ ହୋଇନଥାଏ ।

ବ୍ୟକ୍ତି ଯେତେ ଖରାପ ହେଲେ ମଧ୍ୟ ତାହାର ମନ୍ଦ ଆଲୋଚନା ସେହି ସମୟରେ କରିବା ଅନୁଚିତ । ପଞ୍ଚମ: ଶବ ଯାତ୍ରା ସମୟରେ କେବେ କ୍ରୋଧ କରିବା ଉଚିତ ହୋଇନଥାଏ । ଶବକୁ ସମ୍ମାନର ସହ ସଂସ୍କାର କରିବା ଦରକାର । ଏବଂ ସେହି ମୃତ ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାଥନା କରିବା ଉଚିତ ।

ଷଷ୍ଠ: ଅନ୍ତିମ ସଂସ୍କାର କରିବା ସମୟରେ ମୃତ ଆତ୍ମାକୁ ଆହ୍ଵାନ କରିବା ଉଚିତ ନୁହେଁ । ଯଦି ଆପଣ ଏହା କରନ୍ତି ତେବେ ସେ ପ୍ରେତ ରୂପରେ ଆପଣଙ୍କ  ସାଙ୍ଗରେ ଚାଲିଆସିଥାଏ । ପ୍ରେତ ରୂପୀ ଆପଣଙ୍କ ପ୍ରିୟଜନ କେବଳ ଆପଣଙ୍କୁ ଦୁଃଖ ହିଁ ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *