Jyotish Shastra- ଶୁକ୍ର କୁମ୍ଭ ରାଶିରେ କଲେ ପ୍ରବେଶ, ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶୁକ୍ର ଘର ମକର ଗ୍ରହ ରୁ କୁମ୍ଭ ରାଶିକୁ ପ୍ରବେଶ କରିଛି । ଯାହା ଶନି ଙ୍କ ଗ୍ରହ ଅଟେ । ଏହି ପରିବର୍ତ୍ତନ କିଛି ରାଶି ଙ୍କ ପାଇଁ ଶୁଭ ଦାୟକ ରହିବ ଏବଂ କିଛି ରାଶି ଙ୍କ ଜୀବନ ରେ ଅଶୁଭ ଦାୟକ ରହିବ । ଶୁକ୍ର ଏବଂ ଶନି ପରସ୍ପର ମିତ୍ର ଗ୍ରହ ଅଟନ୍ତି ।

ତେବେ ଏହି ପରିବର୍ତ୍ତନ ବହୁତ ହିଁ ଖାସ ରହିବ । ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ । ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ଦ୍ଵାରା ୧୨ ଟି ରାଶିରେ କଣ ସବୁ ପରିବର୍ତ୍ତନ ଦେଖାଯିବ । ୧. ମେଷ ରାଶି- ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ମେଷ ରାଶିର ଜାତକ ଙ୍କ ପାଇଁ ଶୁଭମୟ ରହିବ । ଏହି ରାଶିର ଜାତକ କାର୍ଯ୍ୟ ରେ ସଫଳତା ହାସଲ କରିବେ । ଯଦି କୌଣସି ନୂତନ କାର୍ଯ୍ୟ କୁ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଅନୁକୂଳ ରହିବ । ଏହା ସହିତ ସମାଜ ରେ ମାନ ସମ୍ମାନ ବୃଦ୍ଧି ହେବ ।

୨. ବୃଷ ରାଶି- ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ରେ ବୃଷ ରାଶିର ଜାତକ ଙ୍କ ଭାଗ୍ୟ ଚମକି ଉଠିବ । ଏମାନଙ୍କୁ ଧନ ପ୍ରାପ୍ତି ହେବ । ମିତ୍ର ଏବଂ ମାତାପିତା ଙ୍କ ସହଯୋହ ମିଳିବ । କୌଣସି ବଡ଼ ଉପଲବ୍ଧି ମଧ୍ୟ ହାସଲ ହୋଇପାରେ ।

୩. ମିଥୁନ ରାଶି- ଏହି ରାଶି ର ଜାତକ ଙ୍କ ପାଇଁ ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ଅନୁକୂଳ ସାବ୍ୟସ୍ତ ହେବ । ଏମାନଙ୍କ ଯେଉଁ କାର୍ଯ୍ୟ ଅଟକି ରହିଛି ତାହା ପୂର୍ଣ୍ଣ ହେବ ଏବଂ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

୪. କର୍କଟ ରାଶି- ଏହି ରାଶିର ଜାତକ ଙ୍କ ପାଇଁ ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ଅଶୁଭ ରହିବ । ଏମାନଙ୍କ ମନରେ ଭୟ ରହିବ ଏବଂ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବେ । ଚିନ୍ତା ରୁ ଦୁରେଇ ରୁହନ୍ତୁ ।

୫. ସିଂହ ରାଶି- ଶୁକ୍ର ଗ୍ରହର ପରିବର୍ତ୍ତନ ଏହି ରାଶି ମାନଙ୍କ ପାଇଁ ଶୁଭ ଫଳ ଆଣିବ । ଯେଉଁମାନେ ବିବାହ କରି ନାହାନ୍ତି, ସେମାନଙ୍କ ବିବାହ ଯୋଗ ବନୁଅଛି । ପ୍ରେମ ସମ୍ପର୍କ ରେ ମଧୁରତା ସୃଷ୍ଟି ହେବ । ଜୀବନସାଥୀ ଙ୍କ ସହଯୋଗ ରେ କୌଣସି ବଡ଼ ସଫଳତା ପ୍ରାପ୍ତ ହେବ ।

୬. କନ୍ୟା ରାଶି- ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ରେ ଏହି ରାଶି ଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ । ଶତ୍ରୁ ମାନଙ୍କ ସଂଖ୍ୟା ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ ।

୭. ତୁଳା ରାଶି- ଏହି ରାଶି ମାନଙ୍କ ପାଇଁ ଶୁକ୍ର ଗ୍ରହର ପରିବର୍ତ୍ତନ ଶୁଭମୟ ରହିବ । ଯେଉଁମାନେ ଚାକିରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କ ପଦୋନ୍ନତି ଘଟିବ । ମିତ୍ର ମାନଙ୍କ ସହ ସମ୍ପର୍କ ମଜବୁତ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ ରହିବ ।

୮. ବିଚ୍ଛା ରାଶି- ଶୁକ୍ର ଗ୍ରହର ପରିବର୍ତ୍ତନ ଏହି ରାଶି ମାନଙ୍କ ପାଇଁ ଅନୁକୂଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ ହେବ । ମାତାପିତା ଙ୍କ ଠାରୁ ଧନ ଲାଭ ହେବ ଏବଂ ଯେଉଁ କାର୍ଯ୍ୟ ରେ ହାତ ଲଗାଇବେ ସଫଳତା ପାଇବେ ।

୯. ଧନୁ ରାଶି- ଶୁକ୍ର ଗ୍ରହର ପରିବର୍ତ୍ତନ ଏହି ରାଶି ଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ରହିବ । ଆକସ୍ମିକ ଧନ ଲାଭ ହେବ । ସମ୍ପତ୍ତି ହାସଲ ହେବ । ନୂତନ ଯାନ ବାହନ କ୍ରୟ କରିବାର ସମ୍ଭାବନା ରହିଛି । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ ।

୧୦. ମକର ରାଶି- ଶୁକ୍ର ଗ୍ରହ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିଛି । ଏମାନଙ୍କ ପାଇଁ ଏହି ପରିବର୍ତ୍ତନ ଶୁଭ ଦାୟକ ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ । ମାନ ସମ୍ମାନ ବୃଦ୍ଧି ହେବ ।

୧୧. କୁମ୍ଭ ରାଶି- ଏହି ରାଶି ର ଜାତକ ଙ୍କ ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିବ । ଜୀବନ ସାଥି ଙ୍କ ସହଯୋଗ ମିଳିବ । ପରିବାର ସହିତ ସମ୍ବନ୍ଧ ଘନିଷ୍ଠ ହେବ । ଜୀବନ ସାଥି ଙ୍କ ସହଯୋଗ ରେ ସଫଳତା ହାସଲ କରିବେ ।

୧୨. ମୀନ ରାଶି- ଏହି ରାଶିର ଜାତକ ଙ୍କ ପାଇଁ ଶୁକ୍ର ଗ୍ରହର ପରିବର୍ତ୍ତନ ଏତେ ଖାସ ରହିବ ନାହିଁ । ତେଣୁ ଯେ କୌଣସି କାର୍ଯ୍ୟ କରିବେ ଭାବି ଚିନ୍ତି ନିଷ୍ପତ୍ତି ନେବେ । କଳି ଝଗଡ଼ା ରୁ ଦୂରରେ ରୁହନ୍ତୁ ଏବଂ ଆର୍ଥିକ ନିବେଶ ଏହି ସମୟରେ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *