ଶୀତଦିନେ ଓଠ ଫାଟୁଥିଲେ କରନ୍ତୁ ଏହି ଉପାୟ, ତୁରନ୍ତ ମିଳିବ ଲାଭ- Lip Care Tips

ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । କିନ୍ତୁ ଏହି ସାଧାରଣ କଥା ଅନେକଙ୍କ ଠାରେ ଅସାଧାରଣ ରୂପ ନିଏ । ତେଣୁ ସମୟ ଥାଉ ଥାଉ ଏଥିପ୍ରତି ଯତ୍ନବାନ ହେବା ନିହାତି ଜରୁରୀ । ନଚେତ ଓଠ ଡ୍ରାଏ ହେବା ସହ ଭୟଙ୍କର ଭାବେ ଫାଟିବାକୁ ଲାଗିଥାଏ । ଦେଖାଯାଏକି ଅଧିକାଂଶ ଝିଅ ମାନେ ଏଥିପାଇଁ ମହଙ୍ଗା ଲିପବାମ ବା କ୍ରିମ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର କୌଣସି ଖାସ ଫରକ ପଡି ନଥାଏ ।

କିନ୍ତୁ ଏହା ବଦଳରେ ଯଦି ଘରୋଇ ଉପାୟରେ ଦେଖାରେଖା କରନ୍ତି ତାହେଲେ ଓଠର ରଙ୍ଗ ବଦଳିବା ସହିତ ନରମ ବି ହେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆକ୍ଟ୍ରେସ ସୋନାମ କପୁର ବି ନିଜ ଓଠର ଯତ୍ନ ଘରୋଇ ଉପାୟରେ ହିଁ ନେଇଥାନ୍ତି ।

ନିଜ ଓଠକୁ ଫାଟିବାରୁ ରକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ସପ୍ତାହକୁ ଥରେ ବା ଦୁଇ ଥର ହୋମ ମେଡ଼ ସ୍କ୍ରବ ବ୍ୟବହାର କରନ୍ତି । ଏହା ଦ୍ୱାରା ତାଙ୍କ ସ୍କିନରୁ ମୃତ କୋଷିକା ମାନ ବାହାରି ଯାଇଥାଏ । କିନ୍ତୁ ଏଥିପାଇଁ ସେ ମହୁ ଓ ଚିନିର ହିଁ ବ୍ୟବହାର କରିଥାନ୍ତି । କିଛି ବୁନ୍ଦା ମହୁରେ କିଛି ଚିନି ଭଲ ଭାବରେ ମିଶାଇ ଓଠରେ ଗୋଟେ ମିନିଟ ପାଇଁ ସ୍କ୍ରବ କଲେ ଲାଭ ମିଳିଥାଏ । ମଇଶ୍ଚରାଇଜର ପରି ମଧ୍ୟ କାମ କରିଥାଏ ।

ଚିନି କଳାପଣ ଦୂର କରିବା ସହ ରଙ୍ଗରେ ପରିବର୍ତ୍ତନ ଆଣିଥାଏ । ସ୍କ୍ରବ କରିବା ପରେ ଶୁଦ୍ଧ ନଡ଼ିଆ ତେଲରେ ଭଲ ଭାବରେ ମାଲିସ କରନ୍ତୁ । ଏଥିରେ ଓଠର ଡ୍ରାଏନେସ ଦୂର ହେବା ସହ ନରମ ବି ରହିଥାଏ । ରାତିରେ ଶୋଇବା ପୂର୍ବରୁ ବି ଏହାର ପ୍ରୟୋଗ କରିପାରିବେ । ଯଦି ଚାହିଁବେ ତେବେ ନଡ଼ିଆ ତେଲ ସହିତ କିଛି ଆଲୋଭେରା ଜେଲ ମିକ୍ସ କରି ବି ଭଲ ଭାବରେ ମାଲିସ କରିପାରିବେ ।

ଏହା ଦ୍ୱାରା ଓଠର ଟାନିଙ୍ଗ, ପିଗ ମେଣ୍ଟସନ ବି ଦୂର ହୁଏ । ନଡ଼ିଆ ତେଲରେ ଗୋଲାପ ପାଖୁଡା ରସ ମିଶାଇ ଏହାର ମାଲିସ ବି କରିପାରିବେ । ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *