ଶ୍ରାବଣ ମାସର ସୋମବାର ବ୍ରତରେ କଣ ଖାଇବେ କଣ ନାହିଁ, ବ୍ରତ ରଖିବା ପୂର୍ବରୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଶ୍ରାବଣ ମାସର ସୋମବାର ଦିନ ପ୍ରାୟ ସମସ୍ତେ ଶିବ ବ୍ରତ ରଖିଥାନ୍ତି । ନିଜର ମନସ୍କାମନା ପୂରଣ କରିବା ପାଇଁ ଏହି ବ୍ରତ ରଖାଯାଇଥାଏ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ନିଷ୍ଠାର ସହିତ ଏହି ଓଷା କରିଥାନ୍ତି । ଯାହା ଦ୍ଵାରା ଭଗବାନ ଶିବ ଭକ୍ତଙ୍କ ଗୁହାରିରେ ସନ୍ତୁଷ୍ଟ ହୋଇ ଭକ୍ତ ମାନଙ୍କର ସମସ୍ତ ମନବାଞ୍ଛା ପୂରଣ କରିଥାନ୍ତି । ବିଶେଷ କରି କୁଆଁରୀ ଝିଅ ମାନେ ନିଜର ମନ ପସନ୍ଦର ଜୀବନ ସାଥି ପାଇବା ପାଇଁ ଏହି ଶ୍ରାବଣ ମାସ ସୋମବାରର ବ୍ରତ କରିଥାନ୍ତି । ବିବାହିତା ସ୍ତ୍ରୀ ଲୋକମାନେ ନିଜ ସ୍ବାମୀଙ୍କର ଦୀର୍ଘାୟୁ ପାଇଁ ଏହି ବ୍ରତ ରଖିଥାନ୍ତି ।

ଏହି ବ୍ରତ ରଖିବା ଫଳରେ ଚନ୍ଦ୍ର ଗ୍ରହ ସ୍ଥିତି ମଜବୁତ ରହିଥାଏ ଏବଂ ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଚାକିରି ସମସ୍ଯା ଦୂର ହେବା ସହିତ ବ୍ୟବସାୟରେ ଲାଭ ପ୍ରାପ୍ତ ହୋଇଥାଏ । ଏହି ବ୍ରତକୁ ନିଷ୍ଟାର କରିବା ସହିତ ଆପଣଙ୍କର ବିଭିନ୍ନ ପ୍ରକାର ମନସ୍କାମନା ଭଗବାନ ଶିବ ପୂରଣ କରିଥାନ୍ତି । ଏହା ସହିତ ଏହି ବ୍ରତର ମହାନତା ହେଉଛି ଏହି ବ୍ରତକୁ କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ପାପ କ୍ଷୟ ହେବା ସହିତ ଜୀବନ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ ।

ଭଗବାନ ଶିବ ବହୁତ ଦୟାଳୁ ହୋଇଥିବାରୁ ଭକ୍ତ ମାନଙ୍କର ଛୋଟ ଛୋଟ ଦୁଖକୁ ମଧ୍ୟ ସହିପାରିନଥାନ୍ତି ଏବଂ ବହୁତ ଶୀଘ୍ର ଭକ୍ତଙ୍କର ଡାକ ଶୁଣି ତାଙ୍କର ପ୍ରତ୍ଯେକ ସମସ୍ୟାର ସମାଧାନ କରିଦେଇଥାନ୍ତି । ଏହି ଶ୍ରାବଣ ମାସର ସୋମବାର ଦିନ କିଛି ଖାଦ୍ଯ ଜିନିଷ ଖାଇବା ପାଇଁ ବର୍ଜନ କରାଯାଇଥାଏ । ଏହି ବ୍ରତରେ ମାଗିଆଣିଥିବା ଫଳକୁ ଖାଇବା ଉଚିତ ହୋଇନଥାଏ ଏବଂ ଏଥି ଦ୍ଵାରା ବ୍ରତ ଭାଙ୍ଗିଯାଇଥାଏ । ଏହି ଦିନ ନାସପାତିର ସେବନ କରିବେ ନାହିଁ, କାରଣ ଏହି ଫଳର ନାମ ନାସ ଅର୍ଥାତ ସବୁ କିଛି ନାସ ହୋଇଯିବ ।

ଅନ୍ୟ କୌଣସି ଦିନ ଏହି ଫଳ ଖାଇପାରିବେ । ସେହିଦିନ କ୍ଷୀର କିମ୍ବା କ୍ଷୀରରେ ତିଆରି ଜିନିଷକୁ ମଧ୍ୟ ଖାଇବା ଉଚିତ ନୁହଁ । କ୍ଷୀର ଭଗବାନ ଶିବଙ୍କ ଉପରେ ଢାଳିପାରିବେ, କିନ୍ତୁ ସେବନ କରିପାରିବେ ନାହିଁ । ଅଧିକଦିନ ରହିଯାଇଥିବା ଅଟାକୁ ଖାଇବେ ନାହିଁ, କାରଣ ଏଥିରେ କିଛି ପୋକ ହୋଇଯାଇଥାନ୍ତି, ଯାହା ଆମ ଆଖିକୁ ଦେଖାଯାଇନଥାଏ । ଏହି ଶ୍ରାବଣ ମାସ ସାରା ଆମିଷ କିମ୍ବା ପିଆଜ, ରସୁଣ, ଖାଇବା ଉଚିତ ନୁହେଁ । ମାସ ସାରା ନିରାମିଷ ଭୋଜନ କରିବା ଠିକ ହୋଇଥାଏ ।

ଯଦି ଆପଣ ଫଳ ସେବନ କରିବା ପାଇଁ ଚାହୁଁଥାନ୍ତି, ତେବେ ଆପଣ ମୌସମ ଅନୁକୂଳ ଫଳ ଯଥା ସେଓ, ଅଙ୍ଗୁର, କଦଳୀ ଆଦି ଫଳ ଖାଇପାରିବେ । ଏହି ମାସରେ ଶାଗ ଖାଇବା ଉଚିତ ନୁହେଁ । ଏହି ବିଶେଷ ସମୟରେ ମସୁର ଡାଲି, ବାଇଗଣ, ମୂଳା ଖାଇବେ ନାହିଁ । ସକାଳେ ରନ୍ଧନ କରାଯାଉଥିବା ଖାଦ୍ୟକୁ ରାତିରେ ଖାଇବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *