ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଗାଇକୁ ଏହି ଫାଳ ଖୁଆଇଦେଲେ କେବେବି ଆସିନଥାଏ ଦରିଦ୍ରତା

ଭଗବାନ କୃଷ୍ଣ କହିଛନ୍ତି ଗାଈ ସମସ୍ତ ସଂସାର ର ମାତା ସ୍ୱରୂପ ଅଟେ। ଗାଈ ମଧ୍ୟରେ ସବୁ ଦେବାଦେବୀ ଙ୍କର ମଧ୍ୟ ବାସ ରହିଥାଏ। ତଥା ଗୋ ମାତା ସେବା କରିବା ଦ୍ଵାରା ସମସ୍ତ ସଂସାର ର ସେବାର ପୂଣ୍ୟ ପ୍ରାପ୍ତ ହୋଇଥାଏ । ଯଦି କୌଣସି ମନ୍ୟୁଷ ଗୋମତା ର ସେବା କରେ ତାର ସବୁ ଜନ୍ମର ପାପ କର୍ମ ନଷ୍ଟ ହୋଇଯାଇଥାଏ ।

ଗାଈର ସେବା କରୁଥିବା ମନ୍ୟୁଷ ମୃତ୍ୟୁ ପରେ ଗୋଲୋକ ରେ ଯାଇ ଭଗବାନ ଶ୍ରୀକୃଷ୍ଣ ଙ୍କ ସହ ନିବାସ କରିଥାଏ । ଗାଈ ହିନ୍ଦୁ ଧର୍ମ ର ଏକ ପବିତ୍ର ପଶୁ ଅଟେ। ହିନ୍ଦୁଧର୍ମରେ ସବୁ ଜୀବଜନ୍ତୁ ଙ୍କୁ ପୂଜା ଯାଇଥାଏ । ସଂସାରର ସବୁଠୁ ମହାନ ଧର୍ମ ସନାତନ ହିନ୍ଦୁ ଧର୍ମ ଅଟେ। ସନାତନ ହିନ୍ଦୁଧର୍ମ ସବୁ ପଶୁ ଏବଂ ପ୍ରାଣୀଙ୍କ ଉପରେ ଦୟା ଓ କରୁଣା ଭାବ ଶିଖାଇଥାଏ ।

ପୁରାଣ ଅନୁସାରେ ଗାଈ ମାତା କାମଧେନୁ ର ରୂପ ଅଟେ। କାମଧେନୁ ମାତା ସବୁ ମନୋକମନା କୁ ପୂର୍ଣ କରିଥାନ୍ତି। ଏହାଙ୍କୁ ପୂଜା କରିବା ଦ୍ଵାରା ସବୁ ଦେବାଦେବୀ ଙ୍କୁ ପୂଜା କରିବାର ପୂଣ୍ୟ ମିଳିଥାଏ । ଆଜି ଆମେ ଆଲୋଚନା କରିବା ଗୋ ମାତା ଙ୍କ କୃପା ପାଇବା ପାଇଁ ମନ୍ୟୁସ ସବୁବେଳେ ତାଙ୍କୁ କେଉଁ ଫଳ ଖୁଆଇବା ଉଚିତ। ଯାହା ମାତା କାମଧେନୁ ଅତି ପ୍ରିୟ ହୋଇଥାଏ । ଗୋମତାର ଶିଙ୍ଘର ଅଗ୍ର ଭାଗରେ ସାକ୍ଷାତ ଭଗବାନ ବିଷ୍ଣୁ ବାସ କରିଥାନ୍ତି ।

ତେଣୁ ଯେବେ ବି ଆପଣଙ୍କ ଘରର ଦ୍ଵାର କୁ କୌଣସି ଗାଈ ଆସେ ଅଥବା ଆପଣଙ୍କ ଘରେ ଗାଈ ଥାଏ ତେବେ ତା ମୁଣ୍ଡରେ ମୁଣ୍ଡ ଲଗାଇ ତାଙ୍କୁ ନମନ କରନ୍ତୁ । ଗୋମତା ର ଶିଙ୍ଘ ର ମୂଳରେ ଦେବୀ ପାର୍ବତୀ ଓ ଶିଙ୍ଘ ର ମଧ୍ୟ ଭାଗରେ ଭଗବାନ ଶିବ ବିରାଜମାନ ହୋଇରହିଥାନ୍ତି । ତେଣୁ ଗୋମତାର ଶିଙ୍ଘ ର ମୂଳରେ ସିନ୍ଦୁର ଲଗାଇ ମା ପାର୍ବତୀ ଙ୍କ ଆରାଧନା କରିବା ଉଚିତ। ଏବଂ ଶିଙ୍ଘ ର ମଧ୍ୟରେ ବିଭୁତି ଲଗାଇ ମହାଦେବ ଙ୍କ ପୂଜା କରିବା ଉଚିତ ।

ଗୋମତା ମସ୍ତକ ରେ ବ୍ରହ୍ମଦେବ, କାନ୍ଧରେ ବୃହସ୍ପତି ଆଦି ଦେବାଦେବୀ ଗାଈ ମଧ୍ୟରେ ବାସ କରିଥାନ୍ତି । ତେଣୁ ଗାଈ ଙ୍କ ସେବା କରିବା ଦ୍ଵାରା ଏହି ସବୁ ଦେବାଦେବୀଙ୍କର ଆଶୀର୍ବାଦ ମିଳିଥାଏ । ଗାଈଙ୍କୁ ସ୍ନାନ କରାଇ ତାଙ୍କୁ ରୁଟି ଖୁଆଇବା ଜରୁରୀ ଅଟେ । ପୁରାଣ ଅନୁସାରେ ଗାଈ କୁ ପ୍ରତିନ କଦଳୀ ଖୁଆଇଲେ ବହୁତ ବଡ ପୂଣ୍ୟ ପ୍ରାପ୍ତ ହୋଇଥାଏ ।

କଦଳୀ ଭଗବାନ ବିଷ୍ଣୁ ଙ୍କର ବହୁତ ପ୍ରିୟ ଫଳ ଅଟେ । ତେଣୁ ଏହାକୁ ଗୋମତା କୁ ଖୁଆଇବା ଦ୍ଵାରା ବ୍ୟକ୍ତି ଜୀବନରୁ ଦୁଃଖ, ଦାରିଦ୍ର୍ୟ, କଳେଶ ଆଦି ଦୂର ହୋଇଥାଏ । ତେଣୁ ଦ୍ଵାର କୁ ଆସିଥିବା ଗାଈକୁ କଦଳୀ ନିଶ୍ଚୟ ଖୁଆନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରୁ ସବୁ ସମସ୍ୟା ଦୂରେଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *