ସ୍ତ୍ରୀ ସକାଳୁ ଉଠି ସ୍ଵାମୀ ସହ କରନ୍ତୁ ଏହି ଗୋଟେ କାମ ଓ ତାପରେ ଦେଖନ୍ତୁ ଚମତ୍କାର… ଦୁନିଆର ସବୁ ସୁଖ ମିଳିଯିବ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ କି ମହିଳା ମାନଙ୍କୁ ଘରର ସମସ୍ତ କାର୍ଯ୍ୟ କରିବାକୁ ପଡିଥାଏ ତେଣୁ ମହିଳା ମାନେ ସକାଳୁ ଉଠୁ ଉଠୁ ନିଜର ନିତ୍ୟକର୍ମ ସାରି  ଘର କାମରେ ଲାଗି ପଡିଥାନ୍ତି । ନିଜର ପିଲାମାନଙ୍କ କଥା ବୁଝିଥାନ୍ତି । ତେବେ ଏହି ସମସ୍ତ କଥାରେ ସ୍ଵାମୀଙ୍କୁ ସମୟ ଦେବାକୁ ଭୁଲିଯାଇଥାନ୍ତି । କିନ୍ତୁ ଆପଣ ଆପ୦ଅଣ ଯଦି ସ୍ଵାମୀଙ୍କ କଥା ଧ୍ୟାନରେ ରଖି ତାଙ୍କ ସହ ଗୋଟିଏ କାମ କରିବେ ତେବେ ଆପଣଙ୍କ ଜୀବନରେ ଚମତ୍କାର ହେବ । ତେବେ ଆସନ୍ତୁ ଜାଣିବା ସ୍ତ୍ରୀମାନେ ସ୍ଵାମୀଙ୍କ ସହ କେଉଁ କାର୍ଯ୍ୟ କରିବା ଦରକାର ।

ସକାଳୁ ଉଠିବା ପରେ ସ୍ଵାମୀ ଏବଂ ସ୍ତ୍ରୀଙ୍କୁ ଏକ ଛୋଟ କାମ କରିବା ଦରକାର । ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଉଭୟ ଉଠି ନିଜ ନିତ୍ୟକର୍ମ ସାରିବା ଦରକାର । ଏହାପରେ ଆପଣଙ୍କୁ ତୁଲସୀ ଗଛର ପୂଜା କରିବା ଉଚିତ । ଆପଣ ଏହି ପୂଜା କରିବା ସମୟରେ ତୁଲସୀ ଚଉରା ପାଖରେ ଏକ ଘିଅର ଦୀପଟିଏ ଜଳାନ୍ତୁ ।

ଏହାପରେ ଆପଣ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଓମ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରଟିକୁ ୨୧ ଥର ଜପ କରନ୍ତୁ । ଏହାପରେ ଆପଣ ତୁଲସୀ ଗଛରେ ଜଳ ଅର୍ପଣ କରନ୍ତୁ । ଏହି ସମସ୍ତ କାର୍ଯ୍ୟ କରିସାରିବା ପରେ ଆପଣଙ୍କ ମନରେ ରହିଥିବା ସମସ୍ତ କଥା ମାତା ବୃନ୍ଦାବତୀଙ୍କ ସାମ୍ନାରେ ପ୍ରକାଶ କରିଦିଅନ୍ତୁ ।

ଆପଣଙ୍କୁ ଏହି କାର୍ଯ୍ୟ ପ୍ରତ୍ୟକ ଦିନ କରିବା ଦରକାର । ଏହା ଫଳରେ ଆପଣଙ୍କ ଭାଗ୍ୟ ବଦଳିବାକୁ ଲାଗିଥାଏ ଆପଣଙ୍କ ଭଲ ସମୟ ଆସିବାକୁ ଲାଗିଥାଏ । କୁହାଯାଏ କି ତୁଲସୀ ଗଛରେ ୩୩ କୋଟି ଦେବା ଦେବୀଙ୍କ ବାସ ହୋଇଥାଏ । ତୁଲସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯେଉଁଠାରେ ଭଗବାନ ବିଷ୍ଣୁ ପ୍ରସନ୍ନ ଥାନ୍ତି ସେହିଠାରେ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିଥାଏ ।

ଯେଉଁଠାରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି ସେହିଠାରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି । ତେଣୁ ପ୍ରତିଦିନ ସ୍ତ୍ରୀମାନେ ନିଜ ସ୍ଵାମୀଙ୍କ ସହ ଏହି ଛୋଟିଆ କାର୍ଯ୍ୟ କରିବା ଫଳରେ ଆପଣଙ୍କ ଜୀବନରେ ସୁଖ ସୁବିଧା ଆସିବାକୁ ଲାଗିଥାଏ । ଧନର ଅଭାବ ଆପଣଙ୍କ ଜୀବନରୁ ସମ୍ପୂର୍ଣ ଲିଭିଯାଇଥାଏ । ଆପଣ ନିଜ ଇଚ୍ଛା ମୁତାବିକ ସବୁକିଛି ହାସଲ କରିପାରିଥାନ୍ତି ।

ସ୍ଵାମୀ ସ୍ତ୍ରୀ ସାତଜନ୍ମର ସାଥି ହୋଇଥାନ୍ତି । ଏବଂ ଜଣେ ଜଣଙ୍କ ବିନା ଅଧୁରା ହୋଇଥାନ୍ତି ତେଣୁ ସ୍ଵାମୀ ସ୍ତ୍ରୀ ଉଭୟ ମିଶି ଏହି କାର୍ଯ୍ୟ ସକାଳୁ ଉଠି କରିବା ଆବଶ୍ୟକ । ଏପରି କରି ଆପଣଙ୍କ ଜୀବନରେ ଉନ୍ନତି ନିହାତି ଆଣନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *