ଘରର ଏହି ଜାଗାରେ ଝାଡୁ ରଖିଲେ ହୁଏ ଧନ ପ୍ରାପ୍ତି ? Dhanaprapti Upaya

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଝାଡୁ ଘରର କେଉଁ ଜାଗାରେ ରଖିଲେ ଧନ, ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ତାହା କହିବାକୁ ଯାଉଛୁ । ସାଧାରଣତ ଝାଡୁ କୁ ଆମେ ଘର ସଫା କରିବାରେ ବ୍ୟବହାର କରିଥାଉ । ଘରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ଆମେ ଘରେ ଝାଡୁ ଲଗାଇଥାଉ । ତେଣୁ ଝାଡୁ କୁ ୩ ଟି ଜାଗାରେ କେବେ ବି ରଖିବା ଉଚିତ ନୁହେଁ । ପ୍ରଥମ ଟି ହେଉଛି ଯଦି ଆପଣ ଝାଡୁ ନିଜ ବେଦ ରୁମରେ ରଖୁଛନ୍ତି ତେବେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଅଧିକ ଦେଖାଯିବ । ସନ୍ଦେହ ସୃଷ୍ଟି ମଧ୍ୟ ହୋଇପାରେ ।

ଦ୍ଵିତୀୟ କଥା ହେଲା ଆପଣଙ୍କ ଘରର ଡ୍ରଇଙ୍ଗ ରୁମରେ ଝାଡୁ ରଖିଲେ ଶାଶୁ ବୋହୂ ଭିତରେ ଅପ୍ରିୟ ହୋଇଥାଏ । ଶାଶୁ ବୋହୂ ଭିତରେ କେବେ ବି ପଡିବ ନାହି । କାହା ସହ କାହାର ପଡିବ ନାହି । ସବୁବେଳେ ମନୋମାଳିନ୍ୟ ସୃଷ୍ଟି ହେଉଥିବ । ତୃତୀୟ କଥା ହେଲା ଝାଡୁ କୁ କେବେ ବି ରୋଷେଇ ଘରେ ରଖିବା ଉଚିତ ନୁହେଁ । ସେଠାରେ ମା ଅନ୍ନପୂର୍ଣ୍ଣା ଙ୍କ ବାସ ହୋଇଥାଏ । ରୋଷେଇ ଘରେ ଝାଡୁ ରଖିଲେ ପିଲା ମାନେ କେବେ ବି କଥା ମାନିବେ ନାହି ।

ଏମିତିକି ବାପା ମା ପିଲାଙ୍କର ବାହାଘର କେଉଁଠି ଠିକ କରିଥିବେ କିନ୍ତୁ ପିଲା ମାନେ ଅନ୍ୟ କେଉଁଠି ଠିକ କରିଥିବେ । ଯଦି ଆପଣଙ୍କ ରୋଷେଇ ଘରେ ରଖୁଛନ୍ତି ଏବେ ଅଭିବାହକ ଙ୍କର ପିଲା ମାନଙ୍କ ସହ ମନାନ୍ତର ଦେଖାଯିବ । କୌଣସି କାର୍ଯ୍ୟ ରେ ସଫଳତା ମିଳିବ ନାହି । ପୂଅ ଝିଅ ଭୁଲ ହୋଇଥିଲେ ବି ସେ ବାପା ମା ଙ୍କ କଥା ଶୁଣିବେ ନାହି । ଯଦି ଆପଣ କୌଣସି କାରଣ ବଶତ ରୋଷେଇ ଘରେ ଝାଡୁ ରଖୁଛନ୍ତି ତେବେ କେବେ ବି ଠିଆ କରି ରଖିବେ ନାହି । ଝାଡୁ କୁ ସବୁବେଳେ ଶୁଆଇକି ରଖିବା ଉଚିତ ।

ଘରର କୌଣସି ଅନ୍ୟ ଜାଗାରେ ଝାଡୁ କୁ ଲୁଚାଇ ରଖିବା ଉଚିତ ଯାହାକୁ କେହି ଦେଖିବେ ନାହି । କବାଟ କୋଣରେ କେବେ ବି ଝାଡୁକୁ  ଠିଆ କରି ରଖିବା ଉଚିତ ନୁହେଁ । ସବୁବେଳେ ଶୁଆଇକି ରଖିବା ଉଚିତ । ଯଦି ଆପଣ ଭଡା ଘରେ ଅଛନ୍ତି ତେବେ ବେଦ ତଳେ ଝାଡୁ ନ ରଖିକି କବାଟ ପଛ ପଟେ ରଖିବା ସମୟରେ କପଡା ପକାଇ ରଖିବା ଉଚିତ ।

ଏହା ଛଡା ଝାଡୁ ରେ ଘୁଙ୍ଗୁର ଲଗାଇବା ଦ୍ଵାରା ଘରେ ଅନେକ ପରିବର୍ତ୍ତନ ଆସିଥାଏ । ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଝାଡୁ କୁ କେବ କେବେ ଧୋଇବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *