ସୁନ୍ଦରୀ ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ, ପଡିବେ ଅସୁବିଧାରେ… Chanakya Niti

ପ୍ରାଚୀନ କାଳରେ ପାତାଳୀ ପୁତ୍ର ଯାହା ଆଜି ପାଟଣା ନାମରେ ପ୍ରସିଦ୍ଧ ଅଟେ । ଏହା ଏକ ଶକ୍ତିଶାଳୀ ରାଜ୍ୟ ମଗଧ ର ରାଜଧାନୀ ଥିଲା । ଯେଉଁ ଠାରେ ଆଚାର୍ଯ୍ୟ ଚାଣକ୍ୟ ନିଜର ପ୍ରୟାସ ଓ ନୀତି ର ଆଧାରରେ ଏକ ସାମାନ୍ଯ ବାଳକ ଚନ୍ଦ୍ରଗୁପ୍ତ ଙ୍କୁ ଭାରତର ସମ୍ରାଟ କରିଥିଲେ । ଯିଏ ଆଗକୁ ଯାଇ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାମରେ ପ୍ରସିଦ୍ଧି ଲାଭ କରିଥିଲେ ଓ ଅଖଣ୍ଡ ଭାରତର ନିର୍ମାଣ କରିଥିଲେ । ସ୍ତ୍ରୀ ମାନଙ୍କର ଲକ୍ଷଣ ବ୍ଯତୀତ ସେମାନଙ୍କର କିଛି ଏପରି କଥା ଯାହାକି ସେମାନଙ୍କୁ ବିବାହ ଉପଯୋଗୀ କରି ନ ଥାଏ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସୁନ୍ଦରତା ସବୁ କିଛି ହୋଇନ ଥାଏ । ଯଦି କୌଣସି ପୁରୁଷ ସ୍ତ୍ରୀ ର ସୁନ୍ଦରତା ଦେଖି ପରଖିଥାଏ ଓ ସେହି ଆଧାରରେ ପସନ୍ଦ କରି ବିବାହ କରିଥାଏ ତା ଠାରୁ ବଡ ମୂର୍ଖ ଦୁନିଆରେ ଆଉ କେହି ନାହି । ଅତ୍ୟଧିକ ସୁନ୍ଦରତା କାରଣରୁ ମା ସିତାଙ୍କର ହରଣ ହୋଇଥିଲା । ଅତ୍ୟଧିକ ଅହଂକାର କାରଣରୁ ରାବଣର ଅନ୍ତ ହୋଇଥିଲା । ସ୍ତ୍ରୀ ଙ୍କର ଲକ୍ଷଣ, ସ୍ବଭାବ, ଗୁଣ, ଅବଗୁଣ ବିଷୟରେ ଠିକ ଭାବେ ଜାଣିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଭଲ ସଂସ୍କାର ଥିବା ଝିଅ ଘରକୁ ସ୍ଵର୍ଗ କରିଥାଏ ।

ସେ ସ୍ଵାମୀ ଓ ପରିବାରର ଧ୍ୟାନ ରଖିଥାନ୍ତି । କିନ୍ତୁ ଖରାପ ସଂସ୍କାର ଥିବା ସ୍ତ୍ରୀ ସବୁ କିଛି ନଷ୍ଟ ଭ୍ରଷ୍ଟ କରିଦିଏ । ଯେଉଁ ସ୍ତ୍ରୀ ଅଧର୍ମୀ ସେ ସମ୍ପର୍କକୁ ଗୁରୁତ୍ଵ ଦିଏ ନାହି ଓ ସେ ପ୍ରତିକ୍ଷଣ ପରିବାରର ସମ୍ପର୍କକୁ ଭାଙ୍ଗିବାରେ ଚେଷ୍ଟା କରିଥାଏ । ଏପରି ସ୍ତ୍ରୀ ପରିବାରର ସୁଖ ଓ ସମ୍ମାନ ବିଷୟରେ ଚିନ୍ତା କରେ ନାହି ବରଂ ସମସଙ୍କୁ ଦୁଖ ଦେଇଥାଏ । ଏଭଳି ସ୍ତ୍ରୀ ଖାଲି ଦାଂପତ୍ଯ ଜୀବନକୁ ଖରାପ କରିନ ଥାଏ ବରଂ ସବୁ କୁଳର ନାସ ବି କରିଥାଏ ।

ଚାଣକ୍ୟ କୁହନ୍ତି ଏହା ଆବଶ୍ୟକ ନୁହେଁ ଯେ ପ୍ରତେକ ସୁନ୍ଦର ଦେଖା ଯାଉଥିବା ଝିଅ ଚାଲାକ, ଧୋକାବାଜ ହୋଇଥାନ୍ତି । କିନ୍ତୁ ଅଧିକାଂଶ ସୁନ୍ଦର ଦେଖା ଯାଉଥିବା ଝିଅ ହୃଦୟରୁ ସେତେ ସୁନ୍ଦର ହୋଇନ ଥାନ୍ତି । ଏଥିପାଇଁ ଯଦି ଝିଅ ସୁନ୍ଦର ହୋଇନ ଥାଏ କିନ୍ତୁ ତାର ସଂସ୍କାର ଭଲ ହୋଇଥାଏ ତେବେ ବିବାହ କରିନେବା ଉଚିତ । କାରଣ ଏପରି ଝିଅ ତାଙ୍କ ଜୀବନକୁ ସୁଖମୟ କରିବା ସହ ଭବିଷ୍ୟରେ ଶ୍ରେଷ୍ଠ ପରିବାର ଦେଇଥାଏ ।

ଚାଣକ୍ୟ କୁହନ୍ତି ସ୍ତ୍ରୀ ଯଦି ସଂସ୍କାରୀ, ସୁନ୍ଦର, ଅତ୍ୟଧିକ ଭଲ ପାଇବା ପ୍ରଦାନ କରୁଥାଏ ତେବେ ସେ ପୃଥିବୀ ପୃଷ୍ଠ ରେ ସ୍ଵର୍ଗ ର ଅନୁଭବ କରାଇଥାନ୍ତି । କିନ୍ତୁ ସ୍ତ୍ରୀ ଟି ଯଦି ଖରାପ ସ୍ଵଭାବର, ଅଧାର୍ମିକ ବା କୁସଂସ୍କାର ପାଇଥିବାର ହୋଇଥାଏ ତେବେ ସେ ଯେବେ ବି ସୁନ୍ଦର ହୋଇଥିଲେ ବି ଜୀବନକୁ ନର୍କ କରି ଦେଇଥାଏ । ବିବାହ ପାଇଁ ସର୍ବଦା ସମ୍ପନ୍ନ ଗୁଣ ଥିବା ଝିଅଙ୍କୁ ପସନ୍ଦ କରିବା ଉଚିତ । ଏମିତି ଚାଣକ୍ୟ କୁହନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *