ମଣିଷ ଜୀବନରେ ଶୁଭ ସମୟ ଆସିବାର ସବୁଠାରୁ ବଡ 7ଟି ସଂକେତ, ଦେଖନ୍ତୁ କଣ

ବନ୍ଧୁଗଣ ଭଗବାନଙ୍କ ଦ୍ଵାରା ତିଆରି କରାଯାଇଥିବା ପ୍ରକୃତି ସହ ବହୁତ କିଛି ଜିନିଷ ଜଡିତ ରହିଛି । ଏହା ସହ ଜଡିତ ରହିଛି ଆମ ମାନଙ୍କର ଇଚ୍ଛା ଓ ଖରାପ ସମୟ । ଯେବେ ବି ମଣିଷର ଶୁଭ ସମୟର ଆରମ୍ଭ ହୋଇଥାଏ ତେବେ ଇଶ୍ଵର ଅନେକ ପ୍ରକାରର ଶୁଭ ସଂକେତ ଦେଇଥାନ୍ତି । ସେହି ସଂକେତ ମାନଙ୍କ ମଧ୍ୟରୁ ଆଜି ଆମେ ଆପଣଙ୍କୁ ୭ଟି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଆଗାମୀ ଭବିଷ୍ୟତ ପାଇଁ ଶୁଭ ହୋଇଥାଏ ।

୧- କେବେ ବି ଆପଣ ସକାଳୁ ଉଠି ସ୍ନାନ କରିବା ପରେ ଆଇନା ଦେଖିବା ସମୟରେ ମୁହଁ ରେ ଚମକ ଆସିଥାଏ ବା ପରିବର୍ତ୍ତନ ହୋଇଥାଏ ବା ମୁହଁ ଅତ୍ୟଧିକ ସୁନ୍ଦର ଲାଗିଥାଏ ତେବେ ଆପଣଙ୍କର ଭଲ ଦିନର ଆରମ୍ଭ ହେବାକୁ ଯାଉଛି ।

୨- ଯଦି ସକାଳ ସମୟରେ ଆପଣ ନିଜର ବନ୍ଧୁ ବାନ୍ଧବ ବା ଯେ କୌଣସି ବ୍ୟକ୍ତି ଙ୍କ ଠାରୁ ଟଙ୍କା ନେବେ ତାହା ମିଳିଯାଏ ତେବେ ଶୁଭ ସମୟର ଆଗମନ ହେବାର ସୂଚନା ମିଳିଥାଏ । ଏହା ବହୁତ ଶୁଭ ବୋଲି ମାନାଯାଏ ।

୩- ପଶୁ ପକ୍ଷୀ ଙ୍କ ଦ୍ଵାରା ମଧ୍ୟ ସଂକେତ ମିଳିଥାଏ । ଯେମିତିକି ଯଦି ମାଙ୍କଡ ଆମ୍ବ ଖାଇ ଟାକୁଆ ଛାତ ଉପରକୁ ପିଙ୍ଗିଥାଏ, ବିଲେଇ ଯଦି ଘରେ ଛୁଆ ଜନ୍ମ କରେ ବା କୌଣସି ପକ୍ଷୀ ଆପଣଙ୍କ ଛାତରେ ରୂପାର ଜିନିଷ ଛାଡିଯାଏ ତେବେ ଏହା ଏକ ବଡ ସଂକେତ ବୋଲି ଜନାଜାଏ । ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୪- ଯଦି ଅଚାନକ ଅନାବଶ୍ୟକ ଟଙ୍କା ଖର୍ଚ୍ଚ ହେବା ବନ୍ଦ ହୋଇଯାଏ ଓ ଟଙ୍କା ସଞ୍ଚିତ ହେବା ଆରମ୍ଭ ହୋଇଯାଏ ତେବେ ଆପଣଙ୍କର ଶୁଭ ସମୟର ଆଗମନ ହେବାର ସୂଚନା ମିଳିଥାଏ । ଯଦି ଆପଣଙ୍କର ବ୍ଯାଙ୍କରେ ଟଙ୍କା ସଞ୍ଚୟ ହୋଇଯାଏ ତେବେ ଶୁଭ ସଂକେତ ହୋଇଥାଏ ।

୫- ଶରୀରର ଡାହାଣ ପଟ ଅଙ୍ଗ ଯଦି ଅଚାନକ ଡେଉଁଥାଏ ତେବେ ଏହା ଶୁଭ ସଂକେତ ବୋଲି କୁହାଯାଏ । ଡାହାଣ କାନ୍ଧ, ହାତ ଡେଇଁଲେ ଏହା ଧନ ସମ୍ପତି ଓ ସୁଖ ସମୃଦ୍ଧି ବୃଦ୍ଧି ହେବାର ବଡ ଲକ୍ଷଣ ଅଟେ । ଯାହା ଦ୍ଵାରା ବ୍ୟକ୍ତିକୁ ଆଗାମୀ ସମୟରେ ଅନେକ କ୍ଷେତ୍ରରେ ଧନ ଲାଭ ହୋଇଥାଏ ।

୬- ଘରୁ ସକାଳେ ଯାତ୍ରା କରିବା ସମୟରେ କେହି ଆପଣଙ୍କ ଆଗରେ ପାଣି ଭରା ମାଠିଆ ବା କ୍ଷୀର ପାତ୍ର ନେଇ ଯାଉଠନ୍ତି ତେବେ ଆପଣ ଯେଉଁ କାମରେ ବାହାରିଥିବେ ତାହା ନିଶ୍ଚିନ୍ତ ଭାବେ ସଫଳ ହେବାର ସୂଚନା ମିଳିଥାଏ ।

୭- ଯଦି ସକାଳୁ ଆପଣ ଘରୁ ବାହାରିବା ସମୟରେ ଛୋଟ ପୁଅ ବା ଝିଅ ହସିବାର ଚେହେରା ନେଇ ଆପଣଙ୍କ ଆଗକୁ ଆସିଯାଏ ବା ଦେଖିଥାନ୍ତି ତେବେ ଦିନ ତମାମ ଆପଣଙ୍କୁ ଅନେକ ସାରା ଖୁସି ମିଳିବାର ସଂକେତ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *