ସ୍ଵପ୍ନରେ ଆସୁଥିବା ଏହି 5ଟି ସଙ୍କେତରୁ ଜାଣନ୍ତୁ ମହାଦେବ ଆପଣଙ୍କ ସହ ଅଛନ୍ତି, ଶୀଘ୍ର ଦେଖନ୍ତୁ ଆପଣଙ୍କୁ ମିଳୁଛି କି ଏହି ସଂକେତ

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ସାଥ ପାଇବା ପାଇଁ ମଣିଷ କେତେ ପୂଜା ବିଧି ଯଜ୍ଞ କରିଥାଏ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ । କିନ୍ତୁ ସମସ୍ତ ଦେବା ଦେବୀଙ୍କ ଠାରୁ ଭୋଲେନାଥ ବହୁତ ଜଲ୍ଦି ପ୍ରସନ୍ନ ହୋଇଯାନ୍ତି । ତେବେ ଆସନ୍ତୁ ଜାଣିବା ମହାଦେବ କାହାର ପ୍ରଥନା ଶୁଣିଛନ୍ତି । ଏବଂ କେଉଁ ଭଳି ସଙ୍କେତ ଦେଇଥାନ୍ତି ଆପଣଙ୍କ ସହ ସିଏ ରକ୍ଷା କବଚ ହୋଇଥିବାର । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ୫ଟି ସଙ୍କେତ ବିଷୟରେ ସମ୍ପୂର୍ଣ ଭାବରେ ।

ପ୍ରଥମ: ଯଦି ଆପଣଙ୍କୁ ସ୍ଵପ୍ନରେ ସାପ ଦେଖାଯାଇଥାଏ ତେବେ ତୁରନ୍ତ ହିଁ ଭଗବାନ ଶିବଙ୍କ ଭକ୍ତିରେ ନିଜକୁ ଲୀନ କରିଦିଅନ୍ତୁ । ଏହା କୁହଯାଏ କି ପୂର୍ବ ଜନ୍ମରେ ବାକି ରହିଥିବା ଭକ୍ତି ଏହି ଜନ୍ମରେ ପୁରା ହୋଇଯାଏ । ଦିତୀୟ: ଆପଣ ସ୍ଵପ୍ନରେ ଭଗବାନ ଭୋଲେନାଥଙ୍କର ଡମ୍ବରୁ ବାଜିବାର ଶବ୍ଦ ଶୁଣନ୍ତି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଉପରେ ଭଗବାନ ଶିବଙ୍କ କୃପା ଦ୍ରୁଷ୍ଟି ରହିଛି ।

ତୃତୀୟ: ଯଦି ଆପଣଙ୍କୁ ସ୍ଵପ୍ନରେ ପଥର ଆକୃତିର କିଛି ଦେଖାଯାଏ ଏବଂ ସେଥିରେ ଶିବ ଲିଙ୍ଗର ଛାଇ ପଡିଥାଏ ତେବେ ଏହା ଭଗବାନ ଶିବଙ୍କ କୃପା ଦୃଷ୍ଟିର ଅନ୍ୟ ଏକ ସଙ୍କେତ ହୋଇଥାଏ । ଚତୁର୍ଥ: ଯଦି ଆପଣ ସ୍ଵପ୍ନରେ ରୁଦ୍ରାକ୍ଷ ମାଳା ଦେଖନ୍ତି ତେବେ ଜାଣି ରଖନ୍ତୁ କି ଭଗବାନ ଶିବ ଚାହୁଁଛନ୍ତି କି ଆପଣ ନିଜକୁ ତାଙ୍କ ଭକ୍ତିରେ ଲୀନ ରଖିବା ପାଇଁ । ତେଣୁ ଏହା ଦେଖିବା ମାତ୍ରେ ହିଁ ତାଙ୍କ ନାମ ଜପ କାରିବା ଆରମ୍ଭ କରିଦିଅନ୍ତୁ ।

ପଞ୍ଚମ: ଯଦି ଆପଣଙ୍କୁ ସ୍ଵପ୍ନରେ ଭସ୍ମ, ବେଲ ପତ୍ର, ତ୍ରିଶୂଳ ଏବଂ କାଠ ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ ଭଗବାନଙ୍କ ତରଫରୁ ଆପଣଙ୍କ ପାଇଁ । କିନ୍ତୁ ସମସ୍ତେ ଏହି ସବୁ ସଙ୍କେତକୁ ବୁଝି ପାରନ୍ତି ନାହି । ସ୍ଵପ୍ନରେ ଦେଖୁଥିବା ସମସ୍ତ କଥାକୁ ନିଦ ଭାଙ୍ଗିବା ମାତ୍ରେ ହିଁ ଗୁରୁତ୍ଵ ନଦେଇ ସ୍ଵପ୍ନ ଭାବି ଭୁଲିଯାନ୍ତି କିଛି ଲୋକ ।

କିନ୍ତୁ ଯେଉଁ ମାନେ ନିରନ୍ତର ଭଗବାନଙ୍କ ଭକ୍ତି ଓ ଟପା ଜପରେ ଲୀନ ଥାନ୍ତି ସେମାନଙ୍କୁ ଏହି ସ୍ଵପ୍ନ ଆସିଥାଏ । ଏହାକୁ ସେମାନେ ଖୁବ ସହଜରେ ବୁଝିପାରନ୍ତି ଏବଂ ଭଗବାନଙ୍କର ଆହୁରି ନିକଟତର ହୋଇଯାନ୍ତି । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ନିଜକୁ ଭଗବାନଙ୍କର ଅନୁଗାମୀ ରଖିବା ପାଇଁ । କାରଣ ଏହି ସଂସାରରେ ତାଙ୍କ ନିର୍ଦେଶ ବୀନା କୌଣସି କାର୍ଯ୍ୟ ମଧ୍ୟ ସମ୍ପର୍ଣ ହୋଇନଥାଏ ।

ନିଜକୁ ସର୍ବଦା ଭକ୍ତିରେ ଲୀନ ରଖନ୍ତୁ ଏବଂ ଭଗବାନଙ୍କର ପ୍ରିୟ ଭକ୍ତ ଭାବେ ବିବେଚିତ ହୁଅନ୍ତୁ । କାରଣ ଏହା କୌଣସି ସୃଷ୍ଟି ବିରୋଧୀ କାର୍ଯ୍ୟ ନୁହେଁ । ତେଣୁ ଏହା କରିବା ସମୟରେ କେବେ ମଧ୍ୟ ନିଜ ମନରେ କୁଣ୍ଠା ବୋଧ ଆଣନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି ।

Leave a Reply

Your email address will not be published. Required fields are marked *