ସ୍ଵାମୀ ସହ ଭୋଜନ କରୁଥିବା ମହିଳା ଏହାକୁ ନିଶ୍ଚୟ ଦେଖନ୍ତୁ, Vaastu Tips

ନମସ୍କାର ବନ୍ଧୁଗଣ, ସ୍ତ୍ରୀ ମାନଙ୍କ ପାଇଁ ସ୍ଵାମୀ ମାନେ ଦେବତା ସଦୃଶ ହୋଇଥାନ୍ତି । ଆଉ ଦେବତାଙ୍କ ଅଇଁଠା ଖାଇଲେ ତ ପୂଣ୍ୟ ହୋଇଥାଏ ନା । ଆପଣ ନିଶ୍ଚୟ ବେଳେ ବେଳେ ସ୍ଵାମୀଙ୍କ ସହ ଏକାଠି ବସି ଖାଉଥିବେ । ତେବେ ସ୍ଵାମୀଙ୍କ ସହ ସ୍ତ୍ରୀମାନେ ଏକାଠି ବସି ଖାଇବା ଉଚିତ ନା ଅନୁଚିତ ଯଦି ବି ଖାଉଛନ୍ତି କେଉଁ ସମୟରେ ଖାଇବା ଦରକାର ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଭାବରେ ଜଣାଇବାକୁ ଯାଉଛୁ ।

ପ୍ରଥମ: ଭୋଜନ କରିବା ଆଗରୁ ପାଦ ହାତ ମୁଖ ଭଲ ଭାବରେ ଧୋଇ ଭୋଜନ କରିବା ଉଚିତ । ଭୋଜନ ଆଗରୁ ଅର୍ଣପୂର୍ଣା ମାତାଙ୍କ ସ୍ତୁତି ପାଠ କରନ୍ତୁ । ଭୋକିଲା ପ୍ରଣିକୁ ଭୋଜନ ପ୍ରାପ୍ତ ହେଉ ବୋଲି ତାଙ୍କ ପାଖେ ପ୍ରାଥନା କରି ଭୋଜନ ଗ୍ରହଣ କରନ୍ତୁ । ଦିତୀୟ: ଭୋଜନ ରୋଷେଇ କରୁଥିବା ମହିଳା ମାନଙ୍କୁ ଶୁଦ୍ଧ ମନରେ ସ୍ନାନ କରି ରୋଷେଇ କରିବା ଅବଶ୍ୟକ ।

ସର୍ବ ପ୍ରଥମେ 3ଟି ରୁଟି ତିଆରି କରନ୍ତୁ । ଗୋଟିଏ କାଉ ପାଇଁ ଆଉ ଗୋଟିଏ କୁକୁର ପାଇଁ ଏବଂ ଆଉ ଗୋଟିଏ ଗାଈ ପାଇଁ  ରଖନ୍ତୁ। ଏହାପରେ ଅଗ୍ନି ଦେବଙ୍କୁ ଭୋଗ ଲଗାଇ ଘର ଲୋକଙ୍କୁ ଖାଇବାକୁ ଦେବା ଉଚିତ । ସବୁବେଳେ ପରିବାରର ସମସ୍ତେ ମିଶି ଭୋଜନ କରିବା ଉଚିତ ହୋଇଥାଏ । ଅଲଗା ଅଲଗା ଭୋଜନ କରିବାଦ୍ଵାରା ପରିବାରର ସଦସ୍ୟଙ୍କ ମଧ୍ୟରେ ଏକତା ରହିନଥାଏ ।

ତୃତୀୟ: ଭୋଜନ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରି ଭୋଜନ କରନ୍ତୁ । ଦକ୍ଷିଣ ଦିଗକୁ ମୁହଁ କରି କରୁଥିବା ଭୋଜନ ପ୍ରେତକୁ ପ୍ରାପ୍ତ ହୋଇଥାଏ । ଯଦି ଆପଣ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରୁଛନ୍ତି ତେବେ ଏହା ରୋଗ ସୃଷ୍ଟି କରିଥାଏ । ଚତୁର୍ଥ: ଖଟ ଉପରେ କିମ୍ବା ସେଜ ଉପରେ ବସି କେବେ ମଧ୍ୟ ଭୋଜନ କରିବା ଉଚିତ ହୋଇନଥାଏ । ଭାଙ୍ଗିଯାଇଥିବା ବାସନରେ ଖାଇବା ମଧ୍ୟ ଅନୁଚିତ ।

କଳି ଲାଗୁଥିବା ଜାଗାରେ କିମ୍ବା ଦୁଃଖ ପଡିଥିବା ଜାଗାରେ ଭୋଜନ କରିବା ଉଚିତ ନୁହେଁ । ବର ଗଛ ଓ ଓସ୍ତ ଗଛ ମୂଳରେ ବସି ଭୋଜନ କରିବା ଅନୁଚିତ । ପଞ୍ଚମ: ଭୀଷ୍ମ ପିତାମହଙ୍କ ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ କରିବା ଅନୁଚିତ । ଯଦି ସ୍ଵାମୀ ସ୍ତ୍ରୀ ମିଶି ଭୋଜନ କରନ୍ତି ତେବେ ଏହିପରି ଥାଳି ମାଦକ ପଦାର୍ଥରେ ଭରିଯାଏ । ସ୍ଵାମୀ ଖାଇସାରିବା ପରେ ହିଁ ସ୍ତ୍ରୀ ଭୋଜନ କରିବା ଉଚିତ । ଏହିପରି ଘରେ ସୁଖ ସମୃଦ୍ଧି ବଢିଥାଏ ।

ଷଷ୍ଠ: ରଜୋବତୀ ମହିଳାଙ୍କ ହାତରୁ ବଢାଯାଇଥିବା ଖାଦ୍ୟ ସ୍ଵାମୀମାନେ ଖାଇବା ଅନୁଚିତ ହୋଇଥାଏ । ସପ୍ତମ: ବେଶି ରାଗ ହୋଇଥିବା ଖାଦ୍ୟ ରୋଷେଇ କରିବା ଉଚିତ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *