ତମ୍ବା ମୁଦି ପିନ୍ଧିବା ଦ୍ଵାରା ଦୂର ହେବ ଧନର ସମସ୍ୟା, କରନ୍ତୁ ଏହି 8ଟି ସହଜ ଉପାୟ

ତମ୍ଭା ମୁଦି ବା ଲକେଟ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଂକ ପାଇଁ ବହୁତ ଭଲ ଅଟେ । ତମ୍ଭା ମୁଦି ଧାରଣ କରିବା ଦ୍ୱାରା ଅର୍ଥ ଜନିତ ସମସ୍ୟା ଦୂର ହୋଇଥାଏ । ତମ୍ବା ମଙ୍ଗଳ ଓ ସୁର୍ଯ୍ୟ ର କାରକ ଅଟେ । ବାସ୍ତୁ ଶାସ୍ତ୍ର ଅନୁସାରେ ଧାତୁ ଓ ଗ୍ରହ ପରସ୍ପର ସହ ସମ୍ଭନ୍ଧିତ । ଯଦି କୌଣସି ରାଶି ରେ ବା କୌଣସି ବ୍ୟକ୍ତିଙ୍କ ଜାତିକା ରେ କୌଣସି ଗ୍ରହ ର ଗତି ବିପରୀତ ହୋଇଥାଏ ତେବେ ଏହା ସେହି ମଣିଷ ଜୀବନରେ ନକାରାତ୍ମକ ଜିନିଷ ଆଣିଥାଏ ଓ ସେହି ମଣିଷ ଜୀବନରେ ବିଭିନ୍ନ ସମସ୍ୟା ଆସିଥାଏ ।

ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ଗ୍ରହ ପାଇଁ ଉପଯୁକ୍ତ ଧାତୁ ଓ ଗ୍ରହ ପଥର ପିନ୍ଧିବା ଦ୍ୱାରା ଏହି ଦୋଷ କଟିଥାଏ । ସେହିପରି ଧାତୁ ମଧ୍ୟରୁ ତମ୍ଭା ମଧ୍ୟ ଅନ୍ୟତମ ତେବେ ତମ୍ଭା ବାସ୍ତୁ ଅନୁସାରେ ଗ୍ରହ ଦୋଷ ଖଣ୍ଡନ ଓ ଶରୀର ପାଇଁ ଔଷଧ ପରି କାର୍ଯ୍ୟ କରିଥାଏ । ତମ୍ଭା ମୁଦି ବା ଲକେଟ ପରିଧାନ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ । ତେବେ ତମ୍ଭା ମୁଦି ଦ୍ଵାରା କି କି ଲାଭ ହୋଇଥାଏ ସେହି ସମ୍ଭନ୍ଧରେ ଆଜି ଆମେ ଜାଣିବା । ତେବେ ତମ୍ଭା ମୁଦି ର ମୂଲ୍ୟ ବାକି ଧାତୁ ତୁଳନାରେ କମ ହୋଇଥାଏ । ତେଣୁ ଏହାକୁ କିଣିବା ସୁଲଭ ଅଟେ । ତେବେ ତମ୍ବା ପରିଧାନ କରିବା ଦ୍ୱାରା ୮ ଟି ଲାଭ ହୋଇଥାଏ ।

ପ୍ରଥମ କଥା ତମ୍ଭା ପରିଧାନ କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଏହା ଆର୍ଥିକ ସମସ୍ୟା ଦୂର କରିଥାଏ ଏହା ରୋଜଗାର ନୂତନ ସୁଯୋଗ ଦେବାରେ ସହାୟକ ହୋଇଥାଏ । ଧନ ସମୃଦ୍ଧି ହୋଇଥାଏ । ଦ୍ଵତୀୟ କଥା ଯେଉଁ ବ୍ୟକ୍ତିମାନଙ୍କ ର ସୁର୍ଯ୍ୟ ଓ ମଙ୍ଗଳ ଦୁର୍ବଳ ଥାଆନ୍ତି ତେବେ ସେମାନେ ତମ୍ଭା ମୁଦି ପରିଧାନ କରିବା ଦ୍ୱାରା ସୁଫଳ ମିଳିଥାଏ । ତୃତୀୟ କଥା ତମ୍ଭା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କ ର ଯଦି କିଛି ଚର୍ମରୋଗ ଥାଏ ତେବେ ତାହା ଦୂର ହୋଇଯାଏ । ତେଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଭଲ ଅଟେ । ତମ୍ଭା ସୂର୍ଯ୍ୟଙ୍କ ସହ ସମ୍ଭନ୍ଧିତ ତେଣୁ ସୂର୍ଯ୍ୟଙ୍କୁ ଯେମିତି ପ୍ରତିଷ୍ଠିତ ଗ୍ରହ ମାନନ୍ତି ସେହି ପରି ତମ୍ଭା ମୁଦି ବା ଲକେଟ ପରିଧାନ କରୁଥିବା ବ୍ୟକ୍ତିର ସମାଜରେ ମାନ, ସମ୍ମାନ ଓ ପ୍ରତିଷ୍ଠା ବଢିଥାଏ । ଚତୁର୍ଥ କଥା ଯେଉଁମାନଙ୍କୁ ରାତିରେ ଖରାପ ସ୍ୱପ୍ନ ଆସୁଥାଏ ତେବେ ସେହି ମାନେ ତମ୍ଭା ମୁଦି ର ପରିଧାନ କରିବା ଉଚିତ ।

ତମ୍ଭା ସକାରତ୍ମକ ଉର୍ଯା କୁ ଆକର୍ଷିତ କରିଥାଏ । ପଞ୍ଚମ କଥା ତମ୍ଭା ମୁଦି ଯେଉଁମାନଙ୍କର ସୁର୍ଯ୍ୟ ଦୋଷ ଥିବ ସେହି ମାନେ ପରିଧାନ କରିବା ଉଚିତ । ଷଷ୍ଠ କଥା ତମ୍ଭା ମୁଦି କୁ ସକାଳୁ କର ଦର୍ଶନ ଦ୍ୱାରା ଦିନ ଟି ଭଲ ରେ ବିତିଥାଏ । ସପ୍ତମ କଥା ଯେଉଁମାନଙ୍କୁ ଜଲ୍ଦି କ୍ରୋଧ ଆସୁଥାଏ ସେମାନେ ଏହି ମୁଦି ପରିଧାନ କରିବା ଦ୍ୱାରା ମନ ଶାନ୍ତି ରହିଥାଏ । ଅଷ୍ଟମ କଥା ଯଦି ଆପଣଙ୍କ ମୁହଁରେ କୌଣସି ଚିନ୍ହ ରହୁଥାଏ ତେବେ ଆପଣ ତମ୍ଭା ମୁଦି ପିନ୍ଧିବା ଦ୍ୱାରା ଏହା ଭଲ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *