ଟଙ୍କାର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ କରନ୍ତୁ ଏହି ଉପାୟ, ଆର୍ଥିକ ସଙ୍କଟ ହୋଇଯିବ ଦୂର

ଗୁରୁବାର ଦିନ ତଳେ ଦିଆଯାଇଥିବା ଉପାୟକୁ କରିବା ଦ୍ଵାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ଓ ଧନ ପ୍ରାପ୍ତି ହୋଇଥାଏ । ଏହା ଦ୍ଵାରା ଘର ପରିବାରରେ ସୁଖ ଶାନ୍ତି ରହିଥାଏ । ଗୁରୁବାର ଦିନ ଭଗବାନ ବୃହସ୍ପତି ଓ ବିଷ୍ଣୁଙ୍କୁ ପୂଜା କରାଯାଏ । ଯେଉଁ ଲୋକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ସେମାନେ ଗୁରୁବାର ଦିନ ଏହି ଉପାୟକୁ କରିବା ଆବଶ୍ୟକ ।

ଏହାକୁ କରିବା ଦ୍ଵାରା ଆର୍ଥିକ ସଙ୍କଟ ଦୂର ହୋଇଇଯିବ । ୧. ଗୁରୁବାର ଦିନ ସକାଳୁ ସ୍ନାନ କରି ଆପଣ କଦଳୀ ଗଛକୁ ପୂଜା କରନ୍ତୁ । କଦଳୀ ଗଛକୁ ପୂଜା କରିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଆପଣ ସର୍ବ ପ୍ରଥମେ କଦଳୀ ଗଛକୁ ଜଳ ଅର୍ପଣ କରିବେ, ଏହା ପରେ କଦଳୀ ଗଛକୁ ହଳଦୀ ଓ ଚଣା ଡାଲି ଅର୍ପଣା କରନ୍ତୁ ଓ ଗୋଟିଏ ଧୂପ ଜାଳି ଗଛ ପାଖରେ ରଖନ୍ତୁ । ଏହା ପରେ ଗଛରେ ଏକ ନାଲି ଧାଗା ବାନ୍ଦି ଗଛ ଚାରିପଟରେ ପରିକ୍ରମା କରନ୍ତୁ ।

୨. ଧନ ହାନି ହେଉଥିଲେ ଆପଣ ଏହି ଉପାୟ କରନ୍ତୁ । ଏହି ଉପାୟ ହିସାବରେ ଆପଣ ତୁଳସୀ ଗଛର ପୂଜା କରନ୍ତୁ ଓ ତୁଳସୀ ଗଛରେ କଞ୍ଚା କ୍ଷୀର ଚଢାନ୍ତୁ । ତୁଳସୀ ଗଛରେ କ୍ଷୀର ଚଢାଇବା ଦ୍ଵାରା ଧନହାନି ହେବ ନାହିଁ ।

୩. ରଙ୍ଗର ଖାଦ୍ୟ ଖାଆନ୍ତୁ ଓ ହଳଦୀର ଚନ୍ଦନ ଟିକା ଲଗାନ୍ତୁ । ଏହି ବ୍ରତ ଅନୁସାରେ ଆପଣ ରାତ୍ରିରେ ମିଠା ଜିନିଷର ସେବନ କରନ୍ତୁ । କିନ୍ତୁ ଏହି କଥାର ଧ୍ୟାନ ରଖିବେ ଗୁରୁବାର ଦିନ କଦଳୀର ସେବନ କରିବେ ନାହିଁ ।

୪. ଗୁରୁବାର ଦିନ ଯେତେ ସମ୍ଭବ ସେତେ ହଳଦିଆ ଜିନିଷକୁ ଦାନ କରନ୍ତୁ । କାରଣ ବୃହସ୍ପତି ଗ୍ରହ ସହ ହଳଦିଆ ରଙ୍ଗ ଜଡିତ ଥାଏ । ସେଥିପାଇଁ ହଳଦିଆ ରଙ୍ଗର ଜିନିଷର ଦାନ କରିବା ଶୁଭ ହୋଇଥାଏ । ଏହା କରିବା ଦ୍ଵାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ ।

୫. ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ । ଏହି ଦିନରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ପୂଜା କରିବା ସମୟରେ ହଳଦିଆ ରଙ୍ଗ ଫୁଲର ହିଁ ପ୍ରୟୋଗ କରନ୍ତୁ । ଏହି ସବୁ ଉପାୟ କରିବା ଫଳରେ ଆପଣଙ୍କ ଜୀବନରେ ହେଉଥିବା ଧନ ସଙ୍କଟ ଦୂରେଇଯିବ ଓ ଆପଣଙ୍କୁ ଧନପ୍ରାପ୍ତି ହେବ ।

୬. ଗୁରୁବାର ଦିନ ବୃହସ୍ପତି କଥା ପଢିଲେ ସବୁ ମନୋକାମନା ପୂରଣ ହୋଇଥାଏ । ସେଥିପାଇଁ ଏହି ଦିନରେ ଏ କଥାଟି ନିଶ୍ଚିନ୍ତ ପଢନ୍ତୁ । ପଢିବା ପୂର୍ବରୁ ଏହି ବହିଟିକୁ ପୂଜା କରନ୍ତୁ, ଫୁଲ ଓ ଅଗରବତି ଅର୍ପଣ କରନ୍ତୁ । କଥାଟି ପଢି ସାରିବା ପରେ ଓଂ ବୃ ବୃହସ୍ପତୟେ ନମଃ ମନ୍ତ୍ରକୁ ୧୧ ବା ୨୧ ଥର ଜପ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *