ଓଡିଆ ସିଙ୍ଗର Tapu Mishraଙ୍କ ଜୀବନୀ, ପରିବାର ଓ ସମ୍ପତ୍ତି

ତେବେ ଓଡିଶା ର ଭର୍ସାଟାଇଲ ଗାୟିକା ତପୁ ମିଶ୍ର ଙ୍କୁ କିଏ ବା ନ ଜାଣେ । ଦୀର୍ଘ ଦୁଇ ଦଶାନ୍ତ ଧରି ଲୋକମାନଙ୍କ ହୃଦୟ କୁ ଛୁଇଁଲା ଭଳି ଗୀତ ଗାଇ ଲୋକମାନଙ୍କ ହୃଦୟରେ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିଛନ୍ତି ତପୁ ମିଶ୍ର । ତେବେ ଗତକାଲି ରାତିରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ତପୁ ମିଶ୍ର ।

କୋରଣା ଆକ୍ରାନ୍ତ ହୋଇ ଗତ ଏକ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱର ର ସମ ହସ୍ପିଟାଲରେ ସେ ମୃତ୍ୟୁ ବରଣ କରିଥିବା ଖବର ପରିବାର ବର୍ଗଙ୍କ ଠାରୁ ସୂଚନା ମିଳିଛି । ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ତପୁ ମିଶ୍ର ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ଜଗତ ର ସିନେମା ‘କୁଳନନ୍ଦନ’ ରେ ଗୀତ ଗାଇଥିଲେ । ସେବେଠାରୁ ହିଁ ଲୋକମାନଙ୍କୁ ତାଙ୍କ ସ୍ୱର ଓ ଗୀତ ପସନ୍ଦ ଆସିଥିଲା ।

ଏହାପରେ ‘ଏ ଯୁଗ ର କୃଷ୍ଣ ସୁଦାମା’, ‘ମାତୃଶକ୍ତି’, ‘ଯେ ପାଞ୍ଚଇ ପର ମନ୍ଦ’, ‘ଚକଲେଟ’, ‘ଆଇ ଲଭ ୟୁ’ ଆଦି ସିନେମାରେ ହିଟ ଗୀତ ଦେଇ ସେ ଲୋକଙ୍କ ମନ ଜିଣି ନେଇଥିଲେ । ତେବେ କୋରଣା ରୁ ଭଲ ହେବାପରେ ଫୁସଫୁସ ଜନିତ କୌଣସି କାରଣ ଯୋଗୁଁ ଆକ୍ରାନ୍ତ ହୋଇଥିଲେ । ଏବଂ ଶେଷରେ ସେ କୋରଣା ସହ ଲଢ଼ି ଲଢ଼ି ମୃତ୍ୟୁ ବରଣ କରିଥିଲେ । ତେବେ ତପୁ ମିଶ୍ର ଗାଇଥିବା ଚଳଚ୍ଚିତ୍ର , ଆଲବମ ଗୀତ ଲୋକମାନେ ଏବେବି ଗୁଣୁଗୁଣୁ କରୁଛନ୍ତି । ସେମାନେ ଏହାକୁ ପସନ୍ଦ କରନ୍ତି ।

ତେବେ ଓଡିଶା ର କଟକ ଜିଲ୍ଲାରେ ୧୧ ଜାନୁଆରୀ ରେ ତପୁ ମିଶ୍ର ଜନ୍ମଗ୍ରହଣ କରିଥିଲେ । ସେଠାରେ ସେ ରହୁଥିଲେ ଓ ସେଠାରେ ହିଁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତପୁଙ୍କ ପରିବାର ରେ ତପୁଙ୍କ ବାପା ମା ଓ ତାଙ୍କ ଦୁଇ ଭଉଣୀ ରହୁଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ର ମୋହର ମିଶ୍ର ଓ ମା ଙ୍କ ନାମ ଚାରୁଲତା ମିଶ୍ର । ଦୁଇ ଭଉଣୀଙ୍କ ନାମ ହେଉଛି ଦୀପ୍ତିରେଖା ଓ ଦୀପ୍ତିଶିଖା ।

ଦୀପ୍ତିରେଖା କୌଣସି କମ୍ପାନୀ ରେ ଚାକିରୀ କରନ୍ତି ଓ ଦୀପ୍ତିଶିଖା ଜଣେ ଗାୟିକା । ତପୁ ଓ ଦୀପକ ପୂଜାରୀ ଯିଏ କି ଜଣେ ଅଭିନେତା ଏହି ଦୁଇ ଜଣ ପ୍ରାୟ ୧.୫ ବର୍ଷ ହେଲା ପ୍ରେମ ସମ୍ପର୍କରେ ରହିବା ପରେ ଶେଷ ରେ ୨୦୧୮ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତପୁ ମିଶ୍ରଙ୍କ ଅକାଳ ବିୟୋଗ ସମସ୍ତ ଙ୍କ ମନରେ ଦୁଃଖ ଭରିଦେଇଛି । ଗତକାଲି ରାତି ୧୧ ଟା ରେ ତପୁ ମିଶ୍ରଙ୍କ ପରଲୋକ ହୋଇଥିଲା । ତେବେ ଆମେ ସମସ୍ତେ ତାଙ୍କ ଆତ୍ମା ର ଶାନ୍ତି ନିମନ୍ତେ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *