ନିତ୍ୟ ତୁଳସୀ ପୂଜା ବିଧି, ତୁଳସୀ କେବେ ଓ କେଉଁଠି ଲଗାଇବେ- Tulasi Puja Bidhi

ତୁଳସୀ ଗଛରେ ସବୁ ପ୍ରକାର ଦେବୀ ଦେବତାଙ୍କ ବାସ ହୋଇଥାଏ ବୋଲି କୁହା ଯାଇଛି । ଶାସ୍ତ୍ର ଅନୁଯାଇ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ରହିବା ବହୁତ ଆବଶ୍ୟକ ଅଟେ, ଯେଉଁ ଘରେ ପ୍ରତିଦିନ ତୁଳସୀ ପୂଜା କରା ଯାଇଥାଏ ଏହି ପୂଜା ଦ୍ଵାରା ଆପଣଙ୍କ ଘର ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅସିମ କୃପା ହୋଇଥାଏ । ପ୍ରାଚୀନ ସମୟରୁ ଆମ ପୂର୍ବଜ ମାନେ ତୁଳସୀ ପୂଜା କରି ଆସିଛନ୍ତି । ଆମ ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର କୁହା ଯାଇଛି ।

ତେବେ ଆଜି ଆମେ ଆପଣଙ୍କୁ ତୁଳସୀ ପୂଜା ଓ ଗଛ ଲଗେଇବା ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ତୁଳସୀ ଗଛ ଘର ଅଗଣାରେ ରହିଲେ ବହୁତ ଶୁଭ ହୋଇଥାଏ ଯଦି ଆପଣଙ୍କ ଅଗଣାରେ ନାହିଁ ତେବେ ଆପଣ ବାଲକୋନୀରେ ମଧ୍ୟ ତୁଳସୀ ଗଛ ରଖି ପାରିବେ ।

ଆପଣ ଏହାକୁ ସବୁଦିନ ସଫା କରନ୍ତୁ ଓ ସକାଳେ ସ୍ନାନ ଇତ୍ୟାଦି ସମାପ୍ତ କରିବା ପରେ ମାତା ତୁଳସୀଙ୍କ ପାଖରେ ଭୋଗ, ଜଳ, ଦୀପ, ସିନ୍ଦୁର, ଚନ୍ଦନ ଓ ସବୁ ପ୍ରକାର ପୂଜା ସାମଗ୍ରୀ ନେଇ ରଖି ଦିଅନ୍ତୁ ଏହା ପରେ ସର୍ବପ୍ରଥମେ ତୁଳସୀଙ୍କୁ ନମସ୍କାର କରି ତୁଳସୀରେ ଜଳ ଅର୍ପଣ କରନ୍ତୁ ଧ୍ୟାନ ରଖିବେ ଯେ ଜଳ ଆପଣ କେବଳ ୩ଥର ତୁଳସୀ ଗଛ ମୂଳରେ ଦେବେ ଏହା କରିବା ପରେ ଯାହା ଜଳ ବଞ୍ଚି ଯିବ ତାକୁ ଆପଣ ତୁଳସୀ ପତ୍ର ଉପରେ ପକାଇବେ ।

ଏହା ପରେ ଆପଣ ଯେମିତି ସିନ୍ଦୁର ଚନ୍ଦନ ଲଗାଇ ପୂଜା କରନ୍ତି ସେମିତି ପୂଜା କାରନ୍ତୁ । ଦ୍ଵିତୀୟ କଥା ଯାହା ଆପନାଙ୍କୁ ଧ୍ୟାନ ରଖିବା ଉଚିତ ଯେ ଦୀପ ଆପଣ କେବଳ ଘିଅରେ ଲଗାନ୍ତୁ ଓ ଭୁଲରେ ବି ସୋରିଷ ତେଲରେ ତୁଳସୀ ମାତାଙ୍କୁ ଦୀପ ଦେଖାନ୍ତୁ ନାହିଁ ।

ତେବେ ବହୁତ ଲୋକଙ୍କୁ ଏହା ଜଣା ନଥାଏ ଯେ ତୁଳସୀ ପତ୍ର କେଉଁ ସମୟରେ ତୋଳିବା ଉଚିତ ଓ କେଉଁ ସମୟରେ ତୋଳିବା ଉଚିତ ନୁହଁ । ତେବେ ଜାଣି ରଖନ୍ତୁ ପୁର୍ଣିମା, ଅମାବାସ୍ୟା, ଏକାଦଶୀ, ସନ୍ଧ୍ୟା ବା ମଧ୍ୟାନ କାଳରେ ଏହି ସବୁ ଦିନ ଓ ପର୍ବ ପର୍ବାଣି ବା ରବିବାର ଦିନ ଭୁଲରେ ବି ତୁଳସୀ ପତ୍ର ତୋଳନ୍ତୁ ନାହିଁ ଏହା ଶୁଭ ହୋଇନଥାଏ ।

ତୁଳସୀ ପତ୍ର କେବେ ବାସୀ ହୋଇନଥାଏ ସେଥିପାଇଁ ଆପଣ ଆଗରୁ ତୁଳସୀ ପତ୍ର ତୋଳିକି ରଖନ୍ତୁ ଦେଖିବେ ଆପଣଙ୍କ ପୂଜା ସଫାଳ ଆବଶ୍ୟ ହବ । ଏହା ଛଡା ତୁଳସୀ ପାଖରେ କେବେ ଲୁଣୀ ଭୋଗ କରନ୍ତୁ ନାହିଁ କୌଣସି ଭୋଗ ଯାହା ମିଠା ହୋଇଥାଏ ତାହା ଆପଣ ମାତା ତୁଳସୀଙ୍କ ପାଖରେ ଅର୍ପଣ କରି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *