ଆମ ରାଶି ଚକ୍ର ରେ ୧୨ ଟି ରାଶି ରହିଥାଏ । ଆଜି ଆମେ ତନ୍ମଧ୍ୟରୁ ତୁଲା ରାଶିର ଲୋକମାନଙ୍କ ସମ୍ପର୍କ ରର ଜାଣିବା । । ଏମାନଙ୍କ ସ୍ଵଭାଵ ଓ ଏମାନଙ୍କ ବ୍ୟବହାର ବିଷୟରେ । ତୁଲା ରାଶି ଆମ ରାଶି ଚକ୍ର ର ୭ ମ ରାଶି ଅଟେ । ଏହି ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ । ଏହି ରାଶିର ଲୋକମାନେ ସାମାଜିକ , ଅଧିକ ବିନମ୍ର ଓ ଆକର୍ଷିତ ବ୍ୟକ୍ତିତ୍ୱ ଥିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ବହୁତ ହାସ୍ୟ ପସନ୍ଦ କରିଥାନ୍ତି । ଏମାନେ ସର୍ବଦା ହସ ଖୁସି ତ ପରିବେଶ ରେ ରହିବାକୁ ପସନ୍ଦ କରନ୍ତି । ଏମାନେ କେବେବି ଏକା ରହିବାକୁ ଭଲ ପାଆନ୍ତି ନାହିଁ ।
ଏମାନେ କୌଣସି କାର୍ଯ୍ୟ କରିବା ଆଗରୁ ସୁରକ୍ଷା ଓ ଭଲ ମନ୍ଦ ବିଚାର କୁ ନଜରରେ ରଖି କାର୍ଯ୍ୟ କରିଥାନ୍ତି । ଏମାନେ ବୁଲିବାକୁ ବହୁତ ପସନ୍ଦ କରନ୍ତି । ଏମାନେ ନୂଆ ନୂଆ ସ୍ଥାନ ସବୁ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । ଏମାନେ ବହୁତ ଧୀର ସ୍ଵଭାଵ ର ଅଟନ୍ତି । ଏହି ଲୋକମାନେ ନିଜର ଜୀବନ ସାଥିଙ୍କୁ ଖୁସି କରିବା ପାଇଁ ସବୁ କିଛି ପ୍ରୟାସ କରିଥାନ୍ତି ।
ଏମାନେ ବହୁତ ଭଲ ଜୀବନସାଥୀ ମଧ୍ୟ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ କଥା କହିବା ଶୈଳୀ ଲୋକମାନ ଙ୍କୁ ଏମାନଙ୍କ ଦିଗକୁ ଆକର୍ଷିତ କରିଥାଏ । ଏହି ରାଶିର ଲୋକମାନେ ବହୁତ ସରଳ ସ୍ଵଭାଵ ର ହୋଇଥାନ୍ତି । ଏମାନର ସର୍ବଦା ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି ।
ଏମାନେ ସବୁ କାର୍ଯ୍ୟ ରେ ଲାଭ ଓ କ୍ଷତି କୁ ଚିନ୍ତା କରିଥାନ୍ତି । ଏମାନେ ନୂଆ ନୂଆ ମିତ୍ର କରିବାକୁ ବହୁତ ଉତ୍ସକ ହୋଇଥାନ୍ତି । ଏମାନେ ପରିବାର ଓ ମିତ୍ରଙ୍କ ସହ ସମୟ ବ୍ୟତୀତ ପସନ୍ଦ କରିଥାନ୍ତି । ଏମାନେ ଯେକୌଣସି ପରିସ୍ଥିତି ରୁ ବି ନିଜ ବୁଦ୍ଧିରେ ସହଜରେ ବାହାରି ଯାଇଥାନ୍ତି । ଏମାନେ ସମୟ ଅନୁସାରେ ନିଜର ବିଚାର ଓ ଯୋଗ୍ୟତା କୁ ପରିଵର୍ତନ କରିଥାନ୍ତି ।
ଏମାନେ ଅନ୍ୟାୟ ସହିପାରନ୍ତି ନାହିଁ । ଏମାନେ ଶିଘ୍ରତା ର ସହ କୌଣସି ଲୋକ ସହ ମଧ୍ୟ ମିଶି ଯାଇଥାନ୍ତି । ଏମାନେ ଯୁଆଡେ ବି ଯାଆନ୍ତି ସେଠାରେ ହସ ଖୁସିର ପରିବେଶ ସୃଷ୍ଟି କରିଥାନ୍ତି । ଏହି ରାଶିର ଲୋକମାନେ ସର୍ବଦା ଶାନ୍ତି ଓ ସମାଧାନ ର ପଥ ରେ ଚାଲିଥାନ୍ତି ।
ଏମାନଙ୍କୁ ଯେଉଁ କଥା ସଠିକ ଲାଗେ ଏମାନେ ବିନା ତର୍କ ରେ ସେହି କଥାକୁ ସମର୍ଥନ କରିଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ସ୍ଵଭାଵ ର ଅଟନ୍ତି । ଏମାନେ ଲୋକଙ୍କର ପ୍ରିୟର ପାତ୍ର ହୋଇଥାନ୍ତି । ଏହି ରାଶିର ଲୋକମାନେ ଗୋଟିଏ ଭଲ ଜୀବନ ସାଥି ମଧ୍ୟ ହୋଇଥାନ୍ତି ।