ତୁଳସୀ ଗଛରେ ଝିଟିପିଟି ଦେଖିଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? ଏହା ସହ ଆହୁରି 10+ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ଅନେକ କିଛି ଘଟଣା ଆମ ଆଖି ସାମ୍ନାରେ ଘଟିଥାଏ କିନ୍ତୁ ଆମେ ତାହାକୁ ଦେଖିଥାଉ ମଧ୍ୟ । କିନ୍ତୁ ତାହାର ଯେ କୌଣସି ସଂଯୋଗ ଥିବ ଆମ ଜୀବନ ସହ ଏହା ଆମ ମୁଣ୍ଡରେ ଆସିନଥାଏ । ତେଣୁ ଆମେ ମାନେ ସେହି କଥାକୁ ଅଣଦେଖା କରିଦେଇଥାଉ । ତେଣୁ ଆଜି ଆପଣମାନେ ଆମର ଏହି ପୋଷ୍ଟ ମାଧ୍ୟମରେ କିଛି ଅନୁଚିନ୍ତା ସମ୍ପର୍କରେ ଜାଣିବାକୁ ପାଇବେ ଯାହା ଆପଣଙ୍କ ଦୈନଦିନ ଜୀବନରେ ଅନେକ କାର୍ଯ୍ୟରେ ସହାୟ ହେବ ।

ପ୍ରଥମ: ଘରୁ ବାହାରକୁ ଯିବା ସମୟରେ ଯଦି ମୂଷା ଆପଣଙ୍କ ବାଟ କାଟିଥାଏ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । ଆପଣ ବାହାରିଥିବା କାର୍ଯ୍ୟରେ ବାଧା ଆସିବାର ଏହା ସଙ୍କେତ ଦେଇଥାଏ । ଦିତୀୟ: ଆପଣଙ୍କ ଘରେ ମୁଶାଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଅଶୁଭ ମନାଯାଇଥାଏ । ପରିବାର ଲୋକଙ୍କ ନକରାତ୍ମକ ଚିନ୍ତା ସବୁ ବଢିଥାଏ । ଏହା ବୁଦ୍ଧି କ୍ଷୟର ଏକ ବଡ ସଙ୍କେତ ଅଟେ ।

ତୃତୀୟ: ଯଦି ଆପଣ ରାସ୍ତାରେ ଯିବା ସମୟରେ ଆଖୁ ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଧନ ପ୍ରାପ୍ତି ହେବାର ହେବାର ଏହା ଏକ ସଙ୍କେତ ହୋଇଥାଏ । ଚତୁର୍ଥ: ସକାଳୁ ଉଠିବା ପରେ ଯଦି ଆପଣ ଶଙ୍ଖର ଧ୍ଵନୀ ଶୁଣିବାକୁ ପାଇଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଏବଂ ମା ଲକ୍ଷ୍ମୀଙ୍କ ଆଗମନର ଏହା ସଙ୍କେତ ହୋଇଥାଏ ।

ପଞ୍ଚମ: ଦୀପାବଳି ଦିନ ଯଦି ଆପଣ ତୁଳସୀ ଗଛରେ ଝିଟିପିଟି ଦେଖିଥାନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଜୀବନରେ ଆପଣ ଧନ, ସମ୍ପତ୍ତି ପ୍ରାପ୍ତ ହେବାର ଏହା ସଂକେତ ଆପଣଙ୍କୁ ପ୍ରଦାନ କରିଥାଏ । ଷଷ୍ଠ: ଯଦି କୌଣସି ପକ୍ଷୀ ଆସି ଆପଣଙ୍କ ଘରେ ବସା ବାନ୍ଧେ ତେବେ  ଏହା ମଧ୍ୟ ବହୁତ ଶୁଭ ହୋଇଥାଏ । ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନର ଏହା ଏକ ଶୁଭ ସୂଚନା ହୋଇଥାଏ ।

ସପ୍ତମ: ସକାଳୁ ଉଠିବା ପରେ କେବେ ମଧ୍ୟ ପ୍ରଥମେ ଆଇନାରେ ନିଜ ମୁହଁ ଦେଖିବା ଶୁଭ ହୋଇନଥାଏ । ଏହା କରିବା ଫଳରେ ଆପଣଙ୍କ ଉପରେ ଦିନସାରା ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ଅଷ୍ଟମ: ସକାଳୁ ଉଠି ନିଜ ମୁହଁରେ କେବେ କୌଣସି ପଶୁଙ୍କ ନାମ ଧରିବା ଉଚିତ ହୋଇନଥାଏ । ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।

ନବମ: ସକାଳୁ ଉଠିବା ପରେ କେବେ ମଧ୍ୟ ତେଲ ପାତ୍ର କିମ୍ବା ଛୁଞ୍ଚି ସୂତା ଦେଖିବା ଉଚିତ ହୋଇନଥାଏ । ଏହା ବହୁତ ଅଶୁଭ ହୋଇଥାଏ । ଦଶମ: ସକାଳୁ ଉଠିବା ଉପରେ ନିଆଁ ଏବଂ ହୋମ ଇତ୍ୟାଦିର ଦର୍ଶନ କରିବା ଦ୍ଵାରା ଆପଣଙ୍କ ଜୀବନରେ ଖୁସିର ଆଗମନ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *